Breaking News

ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||     

ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |

15-Apr-2026

ଅଷ୍ଟ ଦିବସୀୟ ଆତ୍ମ ପ୍ରତିରକ୍ଷା ତାଲିମ ଶିବିର ଶୁଭାରମ୍ଭ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
 ତା-୧୫/୪/୨୦୨୬:-

 ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଆଠ ଦିବସୀୟ ଆତ୍ମ ପ୍ରତିରକ୍ଷା  ତାଲିମ ଶିବିର ଶୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏବଂ  ଏନସିସି ଲେଫ୍ଟନାଣ୍ଟ ବିନତା କୁମାରୀ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ସଭା କାର୍ଯ୍ୟରେ  ମୁଖ୍ୟଅତିଥି ପୋଲସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହର୍ଷବାବୁ ଖାଡ଼ଙ୍ଗା ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦ୍‌ଘାଟନ କରିଥିବାବେଳେ ନିକଟରେ  ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଦିଲ୍ଲୀପ କୁମାର ନାୟକ ଏବଂ ଦର୍ଶନ ଶାସ୍ତ୍ର ବିଭାଗ ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ମୁଖ୍ୟବକ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ନିଜର ପ୍ରେରଣାଦାୟୀ ଅଭିଭାଷଣରେ ଉପସ୍ଥିତ ଛାତ୍ରୀମାନଙ୍କୁ ବିଶେଷକରି  ନାରୀମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ  ବିଦ୍ୟାଳୟ ସ୍ତରରୁ କେବଳ ଛାତ୍ରୀମାନଙ୍କୁ ପ୍ରତିବର୍ଷ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ କରାଯାଉଅଛି। ଉଦ୍ଦେଶ୍ୟ ତାଲିମପ୍ରାପ୍ତ ବାଳିକାମାନେ ନିଜକୁ ସୁରକ୍ଷା କରିବା ସହିତ ଆବଶ୍ୟକ ସ୍ଥଳେ ଅନ୍ୟକୁ  ସୁରକ୍ଷା ଦେଇପାରିବେ, ଯଦ୍ୱାରା ନିଜର ଜୀବନ କାଳ ମଧ୍ୟରେ ଆତ୍ମସମ୍ମାନ ଏବଂ ସ୍ଵାଭିମାନ ସହିତ ବଞ୍ଚିବାର ସୁଯୋଗ ପାଇପାରିବେ ବୋଲି କହିଥିଲେ।ମୁଖ୍ୟବକ୍ତା ନିଜ ସଂକ୍ଷିପ୍ତ ଅଭିଭାଷଣରେ ସମାଜରେ  ନାରୀ ଦୁର୍ବଳ ନୁହେଁ, "ନାରୀର ବିଭିନ୍ନ ରୂପ ଅଛି। ନାରୀଯେ ଅବଳା ନୁହେଁ, ସେ ସବଳା ଅଟେ। ସେ ସମାଜର ପ୍ରଥମ ଅଟେ।" ଏଣୁ ବର୍ତ୍ତମାନ ଆରମ୍ଭ ହୋଇଥିବା ତାଲିମ ଶିବିରରେ  ଉପଯୁକ୍ତ ତାଲିମ ନେଇ ନିଜକୁ ସୁରକ୍ଷା କରିବା ସହିତ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ମହୋଦୟ ନିଜର ସାରଗର୍ଭ  ଅଭିଭାଷଣରେ କେତେ ପ୍ରକାର ସୁରକ୍ଷା ରହିଛି ତାହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଏହି ଆଠ ଦିବସୀୟ ତାଲିମ ଶିବିରରେ  ତାଲିମ ନେବାକୁ ଥିବା ଯୁକ୍ତ ତିନି  ପ୍ରଥମ ବର୍ଷର ବାଳିକାମାନଙ୍କ ସଫଳତା କାମନା କରିଥିଲେ।ପରେ ଉଭିଦ ବିଜ୍ଞାନ ଅଧ୍ୟାପକ ଦେବାଶିଷ ସ୍ଵାଇଁ ନିଜ ବକ୍ତବ୍ୟରେ ସମସ୍ତଙ୍କୁ ମହାବିଦ୍ୟାଳୟ ତରଫରୁ ସ୍ଵାଗତ କରିବା ସହିତ ତାଲିମ ନେବାକୁ ଥିବା ଛାତ୍ରୀମାନଙ୍କ ସଫଳତା କାମନା ଏବଂ ଭବିଷ୍ୟତ ଉଜ୍ଜ୍ଵଳ କାମନା କରିଥିଲେ। ଶେଷରେ ଲେଫ୍ଟନାଣ୍ଟ ବିନତା ଦାସ ଉପସ୍ଥିତି ଛାତ୍ରୀମାନଙ୍କୁ ତାଲିମ ଦିବସର ଉଦ୍ଦେଶ୍ୟ ଓ ସମୟ ଉପରେ ବୁଝାଇବା ସହିତ ଉପସ୍ଥିତ ସମସ୍ତ ଅତିଥି ଏବଂ ଅନ୍ୟମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଶିବିରଟି ଚଳିତ ୧୫ ତାରିଖ ଠାରୁ ଆରମ୍ଭ ହୋଇ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଏଥିରେ ଯୁକ୍ତ ୩ କଳା  ପ୍ରଥମ ବର୍ଷ ଛାତ୍ରୀ ରେମସା ପ୍ରଧାନ ଓ ବିଜ୍ଞାନ ଛାତ୍ରୀ ଜ୍ୟୋତି ପାଣିଗ୍ରାହୀ ଏହି ଦୁଇଜଣ ତାଲିମ ଦେବେ। କାର୍ଯ୍ଯକ୍ରମ ଶେଷରେ ସାମୂହିକ ଭାବେ ଜାତୀୟ ସଙ୍ଗୀତ ଜନ ଗଣ ମନ ସଙ୍ଗୀତ ଗାନ କରାଯାଇ ସଭା ସମାପ୍ତ ହୋଇଥିଲା।

News Comment

You Might Also Like

BACK TO TOP