Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

କନ୍ଧମାଳ ଜିଲ୍ଳାରେ ସାମ୍ୱାଦିକ ସୁରକ୍ଷା ଓ ସହାୟତା ଦାବିରେ ତାତିଲେ ସାମ୍ବାଦିକମାନେ |

29-Apr-2026

ସାମ୍ବାଦିକଙ୍କୁ ସୁରକ୍ଷା ଓ ସହାୟତା ଦାବି ନେଇ ତାତିଲେ ସାମ୍ବାଦିକ: ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଓଡିଶା ଜନମତ,କନ୍ଧମାଳ, ତା, ୨୯/୦୪:

ସଞ୍ଜୟ କୁମାର ପାଣିଗ୍ରାହୀ :---

 ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ଭଳି ୬ ଦଫା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ନେତୃତ୍ୱ ରେ ବୁଧବାର କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଂଘ ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ଶତାଧିକ ସାମ୍ବାଦିକ ମାନେ ପ୍ରଥମେ ଶୋଭାଯାତ୍ରାରେ ରେ ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ କନ୍ଧମାଳ ଜିଲ୍ଲାର ସାମ୍ବାଦିକ ସଂଘ ସଭାପତି ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ଵରେ ଦାବୀ ପତ୍ର ପ୍ରଦାନ କରିଛନ୍ତି l ସ୍ମାରକପତ୍ରରେ ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ଥିବା ସତ୍ତ୍ୱେ ସରକାର ଙ୍କ ଅଣଦେଖା କୁ ଦର୍ଶାଇ ଦାବିପତ୍ର ପ୍ରଦାନ କରାଯାଇଛି l ଦେଶର ସଂଖ୍ୟାଧିକ ରାଜ୍ୟ ଏବଂ ସେହି ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ ଅଧିସ୍ୱୀକୃତି ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ଏ ସଂଖ୍ୟା ମାତ୍ର ୨ ଶହ ମଧ୍ୟରେ ସୀମିତ ରହିବା କ୍ଷୋଭ ର କାରଣ । ପୁନଶ୍ଚ ଉତ୍ତର ପ୍ରଦେଶ, ବିହାର, ଆସାମ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଅରୁଣାଚଳ ପ୍ରଦେଶ ସମେତ ଦେଶର ୨୦ରୁ ଅଧିକ ରାଜ୍ୟରେ ସାମ୍ବାଦିକମାନଙ୍କୁ ୧୦,ହଜାର ଟଙ୍କାରୁ ୨୫,ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ, ରିହାତି ମୂଲ୍ୟରେ ପରିବହନ ସୁବିଧା, ସାମ୍ବାଦିକ ସୁରକ୍ଷା ଆଇନ ମାଧ୍ୟମରେ ବୃତ୍ତିଗତ ଅଭୟତା ଭଳି ନାନାଦି ଆର୍ଥକ ଓ ସାମାଜିକ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ମାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟକ ମୌଳିକ ସୁବିଧାରୁ ସାମ୍ବାଦିକବର୍ଗଙ୍କୁ ବଞ୍ଚିତ କରାଯାଇଛି । ଏଥିରୁ ଏହା ପ୍ରତୀୟମାନ ହେଉଛି ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଦାବି ପ୍ରତି ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରୁନାହାଁନ୍ତି । ଏହି ସନ୍ଦର୍ଭରେ ପୂର୍ବ ସରକାରଙ୍କ ସମୟରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଏଠାରେ ସ୍ମରଣଯୋଗ୍ୟ ଯେ, ୨୦୨୪ ଫେବୃୟାରୀ ମାସରେ ବିଧାନସଭା ସମ୍ମୁଖରେ ତତ୍କାଳୀନ ସରକାର ବିରୋଧରେ ସାମ୍ବାଦିକମାନଙ୍କୁ ନେଇ ଏକ ବିଶାଳ ବିକ୍ଷୋଭ ଓ ସମାବେଶ ଅନୁଷ୍ଠିତ ହୋଇଥିଲା । ସେହି ସମାବେଶ ସମୟରେ ବିରୋଧୀ ଦଳର ମୁଖ୍ୟ ଛାଟିଆ ଭାବେ ମୋହନ ଚରଣ ମାଝି ଅନ୍ୟ ପାଞ୍ଚଜଣ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭ ସ୍ଥଳରେ ପହଞ୍ଚି ସମବେତ ତିନି ହଜାରରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଉଦବୋଧନ ମାଧ୍ୟମରେ ଆଶ୍ୱାସନା ଦେଇଥିଲେ ଯେ, ସରକାରକୁ ଆସିଲେ ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଛଅମାସ ମଧ୍ୟରେ ପୂରଣ କରଯିବ । ଅଧିକନ୍ତୁ ବିଗତ ବିଧାନସଭାରେ ସରକାରଙ୍କ ନିରାଶା ସୂଚକ ଉତ୍ତର ସାମ୍ବାଦିକମାନଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି l ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବ ପୁରାତନ ତଥା ସର୍ବବୃହତ ସାମ୍ବାଦିକ ସଂଗଠନ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିମ୍ନଲିଖିତ ନ୍ୟାର୍ଯ୍ୟ ଦାବୀ ନେଇ ଆଜି ସ୍ମାରକପତ୍ର ପ୍ରଦାନ କରାଯାଇଛି l ପ୍ରଦାନ କରାଯାଇଥିବା ଦାବି ମଧ୍ୟରେ ରହିଛି, ଅଧିସ୍ୱୀକୃତି କମିଟି ପୁନର୍ଗଠନ ସହିତ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଓ ରାଜ୍ୟସ୍ତରରେ ଯୋଗ୍ୟ ସାମ୍ବାଦିକମାନଙ୍କୁ ବ୍ୟାପକ ଭାବେ ମାନ୍ୟତା ପ୍ରଦାନ କରାଯିବା । କ୍ରମାଗତ ଭାବେ ସାମ୍ବାଦିକମାନଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା । ୬୦ ବର୍ଷ ବୟସରୁ ଅଧିକ ବୟସ୍କ ସାମ୍ବାଦିକମାନଙ୍କ ପାଇଁ ମାସିକ ଅନ୍ୟୁନ ୧୫ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା କରାଯିବା । ଓଡ଼ିଶା ପ୍ରେସ୍ ଏକାଡ଼େମୀ ଗଠନ ପୂର୍ବକ ଭୁବନେଶ୍ୱରରେ ଭବନ ନିର୍ମାଣ କରି ବୃତ୍ତିଗତ କାର୍ଯ୍ୟରେ ରାଜଧାନୀ ଆସୁଥିବା ସାମ୍ବାଦିକଙ୍କ ପାଇଁ ସ୍ୱଳ୍ପ ମୂଲ୍ୟରେ ରହଣି ସୁବିଧା ଦେବା । ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ପରିସରରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧୀକାରୀଙ୍କ ମାତା-ପିତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ୱ ସନ୍ତାନମାନଙ୍କୁ ସାମିଲ୍ କରାଯିବା ଇତ୍ୟାଦି ରହିଛି । ସଂଘ ପକ୍ଷରୁ ନିଷ୍ପତ୍ତି କ୍ରମେ ଆସନ୍ତା ମେ ୧ ତାରିଖ, ଶ୍ରମିକ ଦିବସ ଦିନ ଜିଲ୍ଲାର ସମସ୍ତ ସାମ୍ବାଦିକ କଳା ବ୍ୟାଚ ପରିଧାନ କରି କାର୍ଯ୍ୟ ସମ୍ପାଦନ କରିବା ପରୋକ୍ଷ ରେ ରାଜ୍ୟ ସରକାର ଙ୍କୁ ଚେତାବନୀ ବୋଲି ଆଜି ସ୍ପଷ୍ଟ ହୋଇଯାଇଛି l ଆଜି ସ୍ମାରକପତ୍ର ପ୍ରଦାନ ସମୟରେ ସାମ୍ବାଦିକ ଫିଲ ମୋହନ ନାୟକ,ପ୍ରତାପ ଦିଗାଲ, ଶିବ ପ୍ରାସାଦ ତ୍ରିପାଠୀ, ବୈଦ୍ୟ ନାୟକ, ମନୋରଞ୍ଜନ ରାୟ, ସୁବାଷ ଚନ୍ଦ୍ର ମହାରଣା, ବସନ୍ତ ବେହେରା, ପବିତ୍ର ଦିଗାଲ, ହେମନ୍ତ ମୁଖୀ, ବଳଦେବ ବେହେରା, ପାର୍ଥ ବିଶ୍ୱାଳ, ସନ୍ଦୀପ ନାୟକ ଲକ୍ଷ୍ମୀ ମଲ୍ଲିକ, ସମୀର ସାହୁ, ପ୍ରମୁଖ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

News Comment

You Might Also Like

BACK TO TOP