Breaking News

କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ହଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||      ଝାଡବାଇ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ||   (05-Oct-2026)       ||      ଗରଦ ପୁର ମଧୁବାବୁ ପାଠାଗାର ରେ କବିବର ରାଧାନାଥ ଜୟନ୍ତୀ ପାଳିତ ||   (05-Oct-2026)       ||     

କନ୍ଧମାଳ ଜିଲ୍ଲା ବାଲିଗୁଡା ରେ କାଳ ବୈଶାଖୀ ର ତାଣ୍ଡବ, ବର୍ଷା ପବନ ରେ ବିପୁଳ କ୍ଷୟ କ୍ଷତି ||

01-May-2026

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ  ବର୍ଷା : ବିଦ୍ୟୁତ ସେବା ବିଛିନ୍ନ : ବ୍ୟାପକ କ୍ଷୟକ୍ଷତି 

ଓଡିଶା ଜନମତ,ବାଲିଗୁଡା, ତା, ୦୧/୦୫,

ସଞ୍ଜୟ କୁମାର ପାଣିଗ୍ରାହୀ): ---

 କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ବ୍ଲକ ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଗୁରୁବାର ରାତିରୁ ଶୁକ୍ରବାର  ଭୋର ଯାଏ କାଳବୈଶାଖୀର ଭୀଷଣ ତାଣ୍ଡବ ପ୍ରଭାବରେ ଅନେକ ଗଛ ଓ ବିଜୁଳି ଖୁଣ୍ଟ ଭାଙ୍ଗିବା ସହ, ବିଜୁଳି ସରବରାହ ବିଛିନ୍ନ ହୋଇଯାଇଛି I ଅନେକ ବ୍ୟକ୍ତିଙ୍କ ଘରର ଛପର ମଧ୍ୟ ଉଡିଯାଇଛି I ଯେଉଁ ପରିମାଣରେ ବିଜୁଳି ତାର ଗୁଡିକ ଓହଳିକି ରହିଛି ବିଜୁଳି ସରବରାହ ସ୍ୱାବବିକ ହେବା ନିମନ୍ତେ ଦୀର୍ଘ ସମୟ ଲାଗିବ l ଟାଉନ ରେ ଥିବା ବିଭିନ୍ନ କ୍ୟାବିନ ଓ ଘର ସମ୍ମୁଖରେ ଥିବା ବିଶାଳକାୟ ଗଛ ଉପୁଡ଼ି କ୍ୟାବିନ ଓ ଘର ଉପରେ ପଡିଯିବାରୁ କ୍ୟାବିନ ଓ ଘର ଭାଙ୍ଗିଯାଇଛି। ସେହିପରି ବରାଳ ଦେବୀ ମନ୍ଦିର ପରିସର ରେ ଏବଂ ବନ ବିଭାଗ ଏ ସି ଏଫ ଙ୍କ ସରକାରୀ ବାସ ଭବନ ସମ୍ମୁଖରେ ଥିବା ଏକ ବୃହତକାୟ ଗଛ ଉପୁଡ଼ି ପଡ଼ିବାରୁ ରାସ୍ତା ଅବରୋଧ ହୋଇପଡ଼ିଥିଲା। ଶୁକ୍ରବାର ସକାଳେ ଖବରପାଇ ବାଲିଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କଟର ମେଶିନ ସାହାଯ୍ୟରେ ଗଛ ଡ଼ାଳ, ଗଣ୍ଡି କାଟି ରାସ୍ତା ସଫା କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା। ଗୁରୁବାର ବିଳମ୍ବିତ ରାତିରୁ ଶୁକ୍ରବାର ଭୋର ପର୍ଯ୍ୟନ୍ତ ତୁହାକୁ ତୁହା ପ୍ରବଳ ବର୍ଷା ସହ ପ୍ରଚଣ୍ଡ ଘଡଘଡି ମାରିଥିଲା । ଯାହାଫଳରେ ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ସବୁ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବା ସହ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିଲା। ବାଲିଗୁଡା ସହର ସମେତ ଆଖ ପାଖ ଗ୍ରାମାଞ୍ଚଳ ଗୁରୁବାର ସନ୍ଧ୍ୟା ଠାରୁ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ଧାରରେ ରହିଥିଲା । ବାଲିଗୁଡା ସହର ତଥା ଆଖପାଖ ଅଞ୍ଚଳରେ ଗୁରୁବାର ଦିନ ତମାମ ପ୍ରବଳ ଖରା ହୋଇଥିବା ବେଳେ ବିଳମ୍ବିତ ସନ୍ଧ୍ୟାରେ ହଠାତ୍‌ ଆକାଶରେ କଳାମେଘ ଘୋଟି ଆସି ରାତିରେ ପ୍ରବଳ ବର୍ଷା ହୋଇଥିଲା ଏବଂ ପ୍ରବନର ବେଗ ମଧ୍ୟ ବଢିବା ସାଙ୍ଗକୁ ରାସ୍ତାଘାଟ ଶୂନଶାନ ହୋଇଯାଇଥିଲା । ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ମୂଳରୁ ଉପୁଡି ପଡି ରାସ୍ତା ଉପରେ ପଡ଼ିରହିଥିଲା । ସେହିପରି କେତେକ ଗରିବ ଲୋକଙ୍କ ଝାଟି ମାଟି କୁଡିଆ ଘରର ଛପର ଉଡ଼ାଇ ନେଇଥିବା ବେଳେ ଆଉ କେତେକ ଲୋକଙ୍କ ଘର ଉପରେ ଗଛଡାଳ ଭାଙ୍ଗି ପଡିଥିବା ଜଣାପଡିଛି । ଅନ୍ୟପକ୍ଷରେ କିଛି ସ୍ଥାନରେ ବିଦ୍ୟୁତ୍‌ ତାର ଉପରେ ବୃହତକାୟ ଗଛ ସବୁ ପଡିଯିବାରୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇପଡ଼ିଥିବା ଜଣାପଡିଛି । ପରେ ଅଗ୍ନିଶମବାହିନୀ ବିଭିନ୍ନ ରାସ୍ତା ଉପରେ ପଡିଥିବା ଗଛଗୁଡ଼ିକୁ ରାସ୍ତାରୁ ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିବା ଜଣାପଡିଛି। କେତେକ ଙ୍କ ଘର କାନ୍ଥ ଭାଙ୍ଗିବା ସହ ଆସବାବପତ୍ର ପବନରେ ଉଡ଼ି ନଷ୍ଟ ହୋଇଛି। ଶୁକ୍ରବାର ଦିନ ତମାମ ବିଦ୍ୟୁତ ବିଛିନ୍ନ ଥିବା ଯୋଗୁଁ ଜନସାଧାରଣ ତଥା ଖାଉଟି ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି l ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଜୋର୍‌ରେ ପବନ ବହିବା ସହ ବର୍ଷା ହୋଇଥିଲା। ଅଳ୍ପକେ ବର୍ତ୍ତି ଯାଇଛନ୍ତି କେତେକ ପରିବାର। ଆଉ କେତେକ କ୍ଷତିଗ୍ରସ୍ତ ପରିବାର ଅସହାୟ ଅବସ୍ଥାରେ ରହିଛନ୍ତି। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

News Comment

You Might Also Like

BACK TO TOP