ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |
10-May-2026
ଇଣ୍ଡିଆନ୍ ଗ୍ୟାସ ଟାଙ୍କି ଲିକ୍ରେ ବ୍ଲାଷ୍ଟ ହୋଇ ପାଞ୍ଚ ଜଣ ଙ୍କ ଅବସ୍ଥା ଗୁରୁତର।
ଓଡିଶା ଜନ ମତ ନ୍ୟୁରୋ,
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସୁନାଥର ଗ୍ରାମରେ
ଘଟି ଯାଇଛି ଏକ ଅଭାବନୀୟ ଘଟଣା | ସୁନାଥର ଗ୍ରାମର କିଷାନ ନାହାକ ଙ୍କ ଘରେ ଇଣ୍ଡି-
ଆନ୍ ଗ୍ୟାସ ଟାଙ୍କି ଫାଟି ପରିବାର ର 5 ଜଣଗୁରୁତର ହୋଈ ଥିଲା ବେଳେ ସେମାନଙ୍କୁ , ବ୍ରହ୍ମପୁର ବଡ଼ ମେଡିକାଲ କୁ
ଚିକିତ୍ସା ନିମନ୍ତେ ସ୍ଥାନନ୍ତରିତ କରାଯାଇଛି।ସୁନାଥର ଗ୍ରାମ ମଝି ସାହିରେ ଥିବା କିଷାନ ନାହାକ ଙ୍କ ଘରେ ଗ୍ୟାସ ଏଜେନ୍ସୀ ର ଜଣେ ଲୋକ ଗ୍ୟାସ ଲଗାଇ ବାକୁ ଯାଇ ଥିବା ବେଳେ ଗ୍ୟାସ ଲିକ୍ ହୋଇ ଟାଙ୍କି ଫାଟିଛି।ସେହି ସମୟ ରେ ସେହି ଘରର ଜେଜେବାପା କ୍ଷେତ୍ର ନାହାକ, ପ୍ରସନ୍ନ ନାହାକ, ଶୋଭା ନାହାକ ଓ ତିନିବର୍ଷର ଗୋଟିଏ ଝିଅ ଓ ଦୁଇ ବର୍ଷର ଗୋଟିଏ ପୁଅ ସେମାନେ ସମ୍ପର୍କ ରେ ହେଲେ ଜେଜେ ମା ଜଣେ ନାତି ଓ ନାତୁଣୀ ରହିଥିଲେ ସେହି ମାନଙ୍କ ଅବସ୍ଥା ଗୁରୁତର ହୋଇଛି। ଘର ର ଟିଣ ଉଡ଼ି ଥିବା ବେଳେ ପକ୍କା ଘରର କାନ୍ଥ ଫାଟ ଯାଇଛି।ଗାଁଲୋକେପୁରୁଷୋତ୍ତମ
ପୁର ଫାୟାର ଓ ପୋଲିସ ବିଭାଗ କୁ ଖବର ଦେଇଥିଲା ବେଳେ ସେଠାରେପୁରୁଷୋତ୍ତମ
ପୁର ଫାୟାର ବିଭାଗ ଅଧିକାରୀ ଆଲୋକ କୁମାର ଦଳେଇ ପୋଲିସ ଏସ ଆଇ ସୁଶାନ୍ତ କୁମାର ମିଶ୍ର ଓ ଷ୍ଟାଫ ପଛଞ୍ଚି ସେହି ୫ ଜଣ ଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁସେମାନଙ୍କୁ 108 ଦ୍ୱାରା ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି | ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ବଡ଼ ମେଡିକାଲ ରେ ପହଞ୍ଚି ଗଞ୍ଜାମ ଜିଲ୍ଲପାଳ ଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ଜଣାଇବା ପରେ ଜିଲ୍ଲପାଳ ଙ୍କ ନିର୍ଦେଶ ରେ ସେମାନଙ୍କ ଚିକିତ୍ସା ଭଲ ଭାବେ କରିବା ସହିତ ସେମାନଙ୍କ ମଧ୍ୟରୁ ପ୍ରସନ୍ନ ନାହାକ ଓ ଶୋଭା ନାହାକ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଡ଼ ମେଡିକାଲ ରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସ କୁ ତହସିଲଦାର ପଠା ଇବା ସହ ଦୁଇଜଣଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ରେଡ଼କ୍ରସ ଫଣ୍ଡରୁ ଜିଲ୍ଲା ପାଳ ଭିକିର୍ତ୍ତି ଭାସନ ଦୁଇଜଣଙ୍କୁ 20 ହଜାର ଲେଖାଏଁ ଅର୍ଥ ରାଶି ତହସିଲଦାର ଙ୍କ ଦ୍ଵାରା ପ୍ରଦାନ କରିଛନ୍ତି | ଏବଂ ତହସିଲଦାର ସେହି ଚିକିତ୍ସିତ ବ୍ୟକ୍ତିଙ୍କ ସହିତ ତାଙ୍କ ପରିବାର ମାନଙ୍କୁ ଆଶ୍ଵ ସନା ଦେଈ ଧର୍ଯ୍ୟ ଧରିବାକୁ ସାହସ ଦେଇଥିଲେ |