Breaking News

ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||      କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||     

କଲ୍ୟାଣ ସିଂହପୁର ଲେମ୍ସ ଘୋଟଲା, ନୂତନ ଏମଡି ନିଯୁକ୍ତି ଦାବିରେ ଏମାରଜୀନ୍ସ ବୈଠକ |

14-May-2026

କଲ୍ୟାଣସିଂହପୁର ଲେମ୍ପ୍ସ୍‌ ଘୋଟାଲା : ନୂତନ ଏମଡି ନିଯୁକ୍ତି ଦାବିରେ ଜରୁରୀକାଳୀନ ବୈଠକ, କୋଟିଏ ଟଙ୍କା ଦୁର୍ନୀତି ସନ୍ଦେହ; ଭିଜିଲାନ୍ସ ତଦନ୍ତ ଜାରି
 ଓଡିଶା ଜନ ମତ,କଲ୍ୟାଣସିଂହପୁର, 

କାମେଶ୍ୱର କର କରିଆ ତା --14/05/26:---
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହୁମାର ସମବାୟ ସମିତି (ଲେମ୍ପ୍ସ୍‌) ରେ ଚର୍ଚ୍ଚିତ ଆର୍ଥିକ ଘୋଟାଲା ଘଟଣାକୁ ନେଇ ପୁଣିଥରେ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଲେମ୍ପ୍ସ୍‌ର ନୂତନ ଏମଡି ଭାବେ ସିଲା ନିରଞ୍ଜନଙ୍କୁ ସମ୍ପୂର୍ଣ୍ଣ ଦାୟିତ୍ୱ ଦେବା ଦାବିରେ ଆଜି ଆଇବି ଡାକ ବଙ୍ଗଳା ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଲେମ୍ପ୍ସ୍‌ ସଦସ୍ୟମାନେ ସହକାରୀ ବିଭାଗକୁ ଶୀଘ୍ର ପଦକ୍ଷେପ ନେବା ସହ ସମସ୍ତ ଲେମ୍ପ୍ସ୍‌ ରେକର୍ଡ ନୂତନ ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରିବାକୁ ଦାବି କରିଥିବା ସୂଚନା ମିଳିଛି।ସୂଚନାଯୋଗ୍ୟ ଯେ, ଲେମ୍ପ୍ସ୍‌ ଅଧିକାରୀ ତାରିଣୀ ପ୍ରସାଦ ତ୍ରିପାଠୀଙ୍କ ବିରୋଧରେ ଚାଷୀମାନଙ୍କ ଜମା ଟଙ୍କା ଆତ୍ମସାତ୍ କରିଥିବା ଗୁରୁତର ଅଭିଯୋଗ ଆସିଥିଲା। ଶନିବାର ସକାଳେ ସହକାରୀ ବିଭାଗର ଏଆରସିଏସ ଟିମ୍‌ ଅଚମ୍କା ଚଢ଼ାଉ କରି ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମ ଦିନର ପ୍ରାଥମିକ ଯାଞ୍ଚରେ ପ୍ରାୟ ୬୦ ଲକ୍ଷ ଟଙ୍କା ହଡପ ହୋଇଥିବା ଜଣାପଡ଼ିଥିଲା। ପରେ ନଥିପତ୍ର ଯାଞ୍ଚରେ ଏହି ପରିମାଣ ବଢ଼ି ୭୫ ଲକ୍ଷ ଟଙ୍କାକୁ ପହଞ୍ଚିଥିବା ଏଆରସିଏସ ଜନ୍ମଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।ତେବେ ଏହା କେବଳ ଆରମ୍ଭିକ ତଥ୍ୟ ହୋଇଥିବାରୁ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଆହୁରି ବଡ଼ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି। ଘଟଣା ପରେ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲେ ମଧ୍ୟ ସିଲା ନିରଞ୍ଜନଙ୍କୁ ସମ୍ପୂର୍ଣ୍ଣ ଏମଡି ଦାୟିତ୍ୱ ଦିଆଯାଇନଥିବାରୁ ଲେମ୍ପ୍ସ୍‌ କାର୍ଯ୍ୟ ପ୍ରଭାବିତ ହେଉଥିବା ସଦସ୍ୟମାନେ ଅଭିଯୋଗ କରିଛନ୍ତି।
ଏହାସହ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ହିସାବ ମେଳ ଖାଇନଥିବାରୁ କୋଟିଏ ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ସନ୍ଦେହ ବଢ଼ିଛି। ତଦନ୍ତ ସମୟରେ ନିଜ ପିତା-ମାତା, ଭାଇ-ଭଉଣୀଙ୍କ ନାମରେ ଲକ୍ଷାଧିକ ଟଙ୍କା ଉଠାଯାଇଥିବା ସୂଚନା ମିଳିଥିବାବେଳେ କିଛି ଲେମ୍ପ୍ସ୍‌ ସଦସ୍ୟଙ୍କ ଋଣ ଖାତାରୁ ମଧ୍ୟ ଟଙ୍କା ଉଠାଯାଇଥିବା ଅଭିଯୋଗ ଆସିଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିଥିବାବେଳେ ଆଦିବାସୀ ଅଞ୍ଚଳର ଲୋକେ ନିରପେକ୍ଷ ଭିଜିଲାନ୍ସ ତଦନ୍ତ ସହ ସମ୍ପୂର୍ଣ୍ଣ ସତ୍ୟ ଶୀଘ୍ର ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି।ଅନ୍ୟପଟେ ଆଜିର ଡାଇରେକ୍ଟର ବୈଠକରେ ଲେମ୍ପ୍ସ୍‌ର ଚାବି, ଚେକ ବହି, ରସିଦ ବହି, ବ୍ୟାଙ୍କ ପାସବୁକ୍‌, ବିହନ ଲାଇସେନ୍ସ, ସାର ଲାଇସେନ୍ସ ସହ ଅନ୍ୟାନ୍ୟ ଜରୁରୀ ନଥିପତ୍ର ଓ ଲେଜର ଦୁଇ ଦିନ ମଧ୍ୟରେ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଉପସ୍ଥାପନ କରାଯାଇଥିବା ସୂଚନା ମିଳିଛି। ତଦନ୍ତ ପ୍ରକ୍ରିୟାକୁ ସୁଚାରୁ କରିବା ପାଇଁ ସମସ୍ତ ରେକର୍ଡ ଶୀଘ୍ର ହସ୍ତାନ୍ତର ଆବଶ୍ୟକ ବୋଲି ବୈଠକରେ ମତ ପ୍ରକାଶ କରିଛନ୍ତି।

News Comment

You Might Also Like

BACK TO TOP