Breaking
News
Breaking
News
18-May-2026
ବିଦ୍ୟୁତ ଆଘାତରେ ଦୁଇ ଯୁବକ ମୃତ୍ୟୁ,
ଓଡିଶା ଜନମତ, ଖଲ୍ଲିକୋଟ,
ମାଧବ ବେହେରା :----
ରମ୍ଭା ଥାନା ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ଗ୍ରାମରେ ଘଟିଛି ଅଘଟଣ।ଏକ ନୁଆ ଘରେ ବିଦ୍ୟୁତ୍ କାମ କରୁଥିବା ବେଳେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି ଦୁଇ ଯୁବକ।ଯୁବକ ଦୁଇ ଜଣ ମଧୁରଚୁଆ ଗାଁ ର ଦୀପୁ ବେହେରା ଓ ଅଜୟ ବେହେରା ବୋଲି ଜଣାପଡିଛି।ରମ୍ଭା ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଯବତ୍ କରିବା ସହ ତଦନ୍ତ ଆରମ୍ଭ କରିଛି।ଉକ୍ତ ଦୁଇ ଯୁବକ ଗୋଟିଏ ନିର୍ମାଣ ଧୀନ କୋଠା ଘରେ ପାଇପ ଓ ବିଜୁଳି ବାରିଙ୍ଗ କରୁଥିବା ବେଳେ ଏଭଳି ଅଘଟଣ ଘଟିଥିବା ପ୍ରକାଶ | ମୃତ ଯୁବକ ଙ୍କ ମଧ୍ୟରୁ ଜଣେ ନବ ବିବାହିତ ଥିବା ଏ ସୂତ୍ର ରୁ ଜଣା ପଡିଛି |ଯୁବକ ଦ୍ବୟ ଙ୍କ ମୃତୁ ରେ ଗ୍ରାମରେ ଶୋକ ର ଛାୟା ଖେଳି ଯାଇଛି |
BACK TO TOP