Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

କେରଳ ରେ ବାସନ ମାଜୁଛନ୍ତି ଯୁକ୍ତ ଦୁଇ ବ୍ଳକ ଟପ୍ପର |

25-May-2026

କେରଳରେ ବାସନ ମାଜୁଛନ୍ତି +୨ ବ୍ଲକ ଟପର
ଦାରିଦ୍ର୍ୟ ପାଇଁ ମେଧାବୀ ଛାତ୍ରଙ୍କ ଉଚ୍ଚଶିକ୍ଷାରେ ଅନିଶ୍ଚିତତା,

ଓଡିଶା ଜନମତ ରାୟଗଡା, କାମେଶ୍ୱର କର କରିଆ,

ତା ---୨୫/୦୫: ----

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକରେ ଯୁକ୍ତଦୁଇ କଳା ପରୀକ୍ଷାରେ ବ୍ଲକ ଟପର ହୋଇଥିବା ଜଣେ ମେଧାବୀ ଛାତ୍ର ଏବେ ପେଟ ପୋଷିବା ପାଇଁ କେରଳର ଏକ ହୋଟେଲରେ ବାସନ ମାଜୁଥିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଦାରିଦ୍ର୍ୟର କଠୋର ସତ୍ୟ ଆଗରେ ହାର ମାନି ନିଜ ଉଚ୍ଚଶିକ୍ଷାର ସ୍ୱପ୍ନକୁ ପଛକୁ ଠେଲି ଦେଇଛନ୍ତି ଏହି ମେଧାବୀ ଛାତ୍ର। ମୁନିଗୁଡା ବ୍ଲକ ତେଲେଙ୍ଗାପଦର ପଞ୍ଚାୟତ ଢେପାଗୁଡ଼ି ଗାଁର ଦେବେନ୍ଦ୍ର କୁସୁଲିଆ ଗୋବର୍ଦ୍ଧନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର କଳା ବିଭାଗର ଛାତ୍ର। ନିକଟରେ ପ୍ରକାଶିତ ଯୁକ୍ତଦୁଇ ପରୀକ୍ଷା ଫଳରେ ସେ ୮୬ ପ୍ରତିଶତ ମାର୍କ ରଖି ସମଗ୍ର ବ୍ଲକରେ ଟପର ହୋଇଛନ୍ତି। ମାଟ୍ରିକ ପରୀକ୍ଷାରେ ମଧ୍ୟ ସେ ୪୪୪ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ପରିବାରର ଆର୍ଥିକ ଅନଟନ ତାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟରେ ଠେଲି ଦେଇଛି। ଦେବେନ୍ଦ୍ରଙ୍କ ବାପା ଭୁଜ କୁସୁଲିଆ ଜଣେ ଦିନମଜୁରିଆ ହୋଇଥିବା ବେଳେ ମା’ ଗୃହିଣୀ। ପରିବାରର ଅଭାବ ଅନଟନ ଯୋଗୁଁ ଯୁକ୍ତଦୁଇ ପରୀକ୍ଷା ଶେଷ ହେବା ପରେ ଦେବେନ୍ଦ୍ର କେରଳର ଏର୍ଣ୍ଣାକୁଳମ ଜିଲ୍ଲା କାରିମଙ୍ଗଳା ଅଞ୍ଚଳର ଏକ ହୋଟେଲକୁ କାମ କରିବାକୁ ଚାଲିଯାଇଥିଲେ। ସେଠାରେ ସେ ଦିନକୁ ପ୍ରାୟ ୧୨ ଘଣ୍ଟା କାମ କରୁଛନ୍ତି। ବାସନ ମାଜିବା ସହ ଗ୍ରାହକଙ୍କୁ ଚା’ ଓ ଖାଦ୍ୟ ପରଷୁଛନ୍ତି। ଦେବେନ୍ଦ୍ରଙ୍କ ବଡ଼ ଭାଇ ମଧ୍ୟ ପାଠପଢ଼ା ଛାଡ଼ି ଦାଦନ ଶ୍ରମିକ ଭାବେ କାମ କରିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଏବେ ସାନଭାଇ ମଧ୍ୟ ସେହି ବାଟ ଧରିଛନ୍ତି। ଘରର ଆର୍ଥିକ ସ୍ଥିତି ସୁଧାରିବା ଓ ପରିବାରକୁ ସହଯୋଗ କରିବା ପାଇଁ ସେ ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ଜଣେ ମେଧାବୀ ଛାତ୍ର ଆର୍ଥିକ ଅଭାବରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବା ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଦେବେନ୍ଦ୍ରଙ୍କୁ କେରଳରୁ ଫେରାଇ ଆଣି ସରକାରଙ୍କ ପକ୍ଷରୁ ତାଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବାକୁ ଦାବି ହେଉଛି।

News Comment

You Might Also Like

BACK TO TOP