Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ବାଘଚ୍ଛାଲ ବିକ୍ରି କରୁଥିବା ବେଳେ ବନବିଭାଗର ଚଢ଼ାଉ ବାଘଚ୍ଛାଲ ସହ ଆଠ ଜଣ ଗିରଫ |

06-Jun-2026

କଲରାପତରିଆ ବାଘ ଛାଲ ଜବତ : ୮ ଜଣ ଗିରଫ, ବନ ବିଭାଗର ବଡ଼ ସଫଳତା
ଓଡିଶା ଜନମତ,ରାୟଗଡ଼ା, ୬/୬: 

କାମେଶ୍ୱର କରକରିଆ :-----

 ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନସ୍ଥ ରିଭଲକଣା ଛକରେ ଚାଲିଥିବା ଏକ ବେଆଇନ କଲରାପତରିଆ ବାଘ ଛାଲ କିଣାବିକା ଚକ୍ର ଉପରେ ବନ ବିଭାଗ ବଡ଼ ଧରଣର ଚଢ଼ାଉ କରି ସଫଳତା ହାସଲ କରିଛି। ଚଢ଼ାଉ ସମୟରେ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଏକ ମୋଟରସାଇକେଲ ଓ କିଛି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ କଳାହାଣ୍ଡି ଜିଲ୍ଲାର ହୋଇଥିବା ବେଳେ ୫ ଜଣ ରାୟଗଡ଼ା ଜିଲ୍ଲାର ବୋଲି ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲାର ଜିତେନ୍ଦ୍ର ବେନିଆ, ଇ.ଜେ. ରାଓ ସାହୁ ଓ ମୁନୁଗା ମାଝିଙ୍କ ସହ ରାୟଗଡ଼ା ଜିଲ୍ଲାର ଭରତ ନାଚିକା, ସୀମାଦ୍ରି ତାଡ଼ିଙ୍ଗି, କୈଳାସ ଜାନି, ପ୍ରଶାନ୍ତ କାଡ୍ରାକା ଏବଂ ଧର୍ମ ପାତିକାଙ୍କୁ ବନ ବିଭାଗ ଗିରଫ କରିଛି। କଲ୍ୟାଣସିଂହପୁର ରେଞ୍ଜର ସଚ୍ଚିଦାନନ୍ଦ ପରିଡ଼ାଙ୍କ ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ଏହି ବେଆଇନ କାରବାର ସମ୍ପର୍କରେ ବନ ବିଭାଗକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ରାୟଗଡ଼ା ଡିଏଫଓ ସଚିନ ଆନ୍ନାସାହେବ ଓହୋଲଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ କଲ୍ୟାଣସିଂହପୁର ଓ ରାୟଗଡ଼ା ରେଞ୍ଜର ମିଳିତ ଟିମ୍ ଯୋଜନାବଦ୍ଧ ଭାବେ ଟ୍ରାପ୍ ବିଛାଇ ଚଢ଼ାଉ କରିଥିଲେ। ଅଭିଯୁକ୍ତମାନଙ୍କ ଚିହ୍ନଟ ଓ ଗିରଫ ପ୍ରକ୍ରିୟାରେ କଳାହାଣ୍ଡି ବନ ବିଭାଗର ସହଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା।ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପ୍ରାୟ ୨ରୁ ୪ ମାସ ପୂର୍ବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ଏହି କଲରାପତରିଆ ବାଘର ଶିକାର କରାଯାଇଥିଲା। ଶିକାର ସହ ସଂପୃକ୍ତ ଜଣେ ଅଭିଯୁକ୍ତଙ୍କୁ କଳାହାଣ୍ଡି ବନ ବିଭାଗ ପୂର୍ବରୁ ଗିରଫ କରିଥିବା ସୂଚନା ମିଳିଛି। କଲ୍ୟାଣସିଂହପୁର ବ୍ଲକ ଓ କଳାହାଣ୍ଡି ଜିଲ୍ଲାର ସୀମା ସଂଲଗ୍ନ ଅଞ୍ଚଳ ହୋଇଥିବାରୁ ବେପାରୀମାନେ ଏହି ରୁଟ୍ ବ୍ୟବହାର କରି ରିଭଲକଣା ଛକକୁ ଡିଲ୍ ପାଇଁ ଆସିଥିବା ତଦନ୍ତରୁ ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ବନ୍ୟଜନ୍ତୁ ଚୋରାଚାଲାଣ ରୋକିବା ଦିଗରେ ଏହା ବନ ବିଭାଗର ଏକ ବଡ଼ ସଫଳତା ବୋଲି କୁହାଯାଉଛି।

News Comment

You Might Also Like

BACK TO TOP