Breaking
News
Breaking
News
10-Jun-2026
ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ମନୋନୀତ ହେଲେ ଦେବାଶିଷ ମହାନ୍ତି |
ଓଡିଶା ଜନ ମତ ବ୍ୟୁରୋ,
ପୁରୁଷୋତ୍ତମପୁର ଏନଏସିର ବାସିନ୍ଦା ତଥା ଯୁବକ ଦେବାଶିଷ ମହାନ୍ତି (ସୁରେଶ )ଙ୍କୁ ବିଜେପି ଆସ୍କା-ଘୁମୁସର ଜିଲ୍ଲା ସଭାପତି ବିଜୟ କୁମାର ସ୍ବାଇଁଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅଜିତ କୁମାର ପଣ୍ଡା ଙ୍କ ସୁପାରିଶ କ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ମନୋନୀତ କରିଛନ୍ତି।ଏହି ଖବର ପ୍ରଚାରିତ ପରେ ଯୁବ ନେତା,କର୍ମୀଙ୍କ ମନରେ ଆନନ୍ଦ ଭରି ଯାଇଛି | ଆଗାମୀ ଦିନରେ ସୁରେଶ ଯୁବକ ମାନଙ୍କୁ ନେଇ କିଛି କରିବେ ବୋଲି ଯୁବନେତା କର୍ମୀ ମାନେ ଉତ୍ସାହିତ ଅଛନ୍ତି | ଦେବାଶିଷ ଏହି ଖବର ପାଇ ତଥା ଦଳ ତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ, ଯୁବ ମୋର୍ଚ୍ଚା ସଭାପତି ଅଜିତ କୁମାର ପଣ୍ଡା ଏବଂ ରାଜ୍ୟ ଶୀର୍ଷ ନେତୃତ୍ବଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଦେବାଶିଷ କହିଛନ୍ତି ଦଳ ତାଙ୍କ ଉପରେ ଯେଉଁ ବିଶ୍ବାସ ଭରଷା ରଖି ଏହି ଦାୟିତ୍ବ ଅର୍ପଣ କରିଛି, ସେ ତାହାକୁ ନିଷ୍ଠା ର ସହ ପାଳନ କରି ଏହି ଯୁବ ସଂଗଠନକୁ ଆହୁରି ସୁଦୃଢ଼ ଓ ମଜୁବୁତ କରିବା ଦିଗରେ କାର୍ଯ୍ୟ କରିବେ। ଏହି ଖବର ଜଣା ପଡିବା ପରେ ସହର ର ଯୁବ ଗୋଷ୍ଟିଙ୍କ ସହିତ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି |ତାଙ୍କ ସମର୍ଥକ ମାନେସୁରେଶ ଙ୍କ ଘରକୁ ଯାଇ ଏବଂ ଫୋନ ମାଧ୍ୟମରେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଛନ୍ତି |
BACK TO TOP