Breaking
News
Breaking
News
12-Jun-2026
ବିଜେଡିକୁ ପୁଣି ଫେରିଲେ ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଓ ସମିତି ସଭ୍ୟ।
ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା,
ତା ୧୨/୦୬/୨୬ :------
ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି ବ୍ରହ୍ମପୁର ଗ୍ରାମ ସ୍ଥିତ କଦମ୍ବ ମଠ ପରିସରରେ ବୁଗୁଡ଼ା ବ୍ଲକର ବିଜେଡ଼ି ଜନପ୍ରତିନିଧିମାନଙ୍କୁ ପ୍ରଶାସନ ପକ୍ଷରୁ ଅଣଦେଖା କରୁଥିବା ବିଷୟ ନେଇ ଆଲୋଚନା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୁଗୁଡ଼ା ବ୍ଲକ ବିଜେଡି ସଭାପତି ଖଦାଳ ଖଟେଇଙ୍କ ଅଧ୍ୟକ୍ଷତାରେ ୧୨/୬/୨୬ ତାରିଖ ଦିନ ଅନୁଷ୍ଠିତ ବୈଠକରେ ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ବୈଠକରେ ବିଭିନ୍ନ ପଞ୍ଚାୟତର ବିଜେଡି ଜନପ୍ରତିନିଧି ବୃନ୍ଦ ଯୋଗଦେଇ ବୁଗୁଡ଼ା ବ୍ଳକ ପ୍ରଶାସନ ପକ୍ଷରୁ ହେଉଥିବା ମନମୁଖୀ କାର୍ଯ୍ୟ, ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ନେଇ ଅଭିଯୋଗ କରିଥିଲେ। ଆଲୋଚନା ପରେ ଆଗାମୀ ଦିନରେ ବ୍ଳକ ଘେରାଉ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ବୁଗୁଡ଼ା ବ୍ଲକର ବିକାଶ ହେବା ଆଶାକରି ସାଧାରଣ ନିର୍ବାଚନ ପରେ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ ନୀଳମାଧବ ଆଚାରୀ, କରସିଙ୍ଗି ସମିତି ସଭ୍ୟ ଚିକୁ ବାରିକ ଓ ଭାମଶ୍ଯାଳି ସମିତି ସଭ୍ୟାଙ୍କ ପ୍ରତିନିଧି ଗଣେଶ ପ୍ରଧାନ ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ଦିର୍ଘଦିନ ଧରି ତାଙ୍କ ପ୍ରତି ଅଣଦେଖା କରାଯାଉଥିବା ବେଳେ ଆଜିର କଦମ୍ବ ମଠରେ ଅନୁଷ୍ଠିତ ବୈଠକରେ ପୁଣି ବିଜେଡିକୁ ପ୍ରତ୍ୟାବର୍ତ୍ତନ କରିବା ପରେ ପୂର୍ବତନ ବିଧାୟକ ଶ୍ରୀ ସାହୁ ସ୍ୱାଗତ କରିବା ସହ ବିଜେଡିରେ ସାମିଲ କରାଯିବା ଘୋଷଣା କରିଥିଲେ। ଅଞ୍ଚଳର ବିକାଶ ପାଇଁ ବିଜେପିରେ ସାମିଲ ହୋଇଥିବା ବେଳେ ବିଜେପିର ହିନ ରାଜନୀତି ଯୋଗୁଁ ସେମାନେ ପୁଣି ଘର ବାହୁଡ଼ା ହୋଇଥିବା ପ୍ରକାଶ କରିଥିଲେ। ଏହା ସହିତ ଆଗାମୀ ଦିନରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
BACK TO TOP