Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ଶ୍ରମ ନୁହେଁ, ଶିକ୍ଷାର ସୁନିଶ୍ଚିତ ପାଇଁ ଯୁବସମାଜ ରସଂକଳ୍ପ |

12-Jun-2026

ଶ୍ରମ ନୁହେଁ – ଶିକ୍ଷା ର ସୁନିଶ୍ଚିତ ପାଇଁ ଯୁବ ସମାଜ ର ସଂକଳ୍ପ,

ଓଡିଶା ଜନ ମତ, ବ୍ରହ୍ମପୁର,

 କୈଳାଶ ଚନ୍ଦ୍ର ଚୌଧୁରୀ :----
ବ୍ରହ୍ମପୁର, ଆଇ. ଏସ୍. ଆର୍. ଡି- ୱାନ ଷ୍ଟପ ସେଣ୍ଟର, ଶକ୍ତି ସଦନ ବ୍ରହ୍ମପୁର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ସମ୍ମୁଖ ଠାରୁ ପଦଯାତ୍ରା କାର୍ଯ୍ୟକ୍ରମକୁ ବ୍ରହ୍ମପୁର ମହାନଗର ନିଗମର ଆଯୁକ୍ତ କୁମାରୀ ଆକବରମ ସସ୍ୟ ରେଡ୍ଡୀ ସବୁଜ ପତାକା ଦେଖାଇ ଉଦ୍ଘାଟିତ କରି ଶ୍ରମ ନୁହେଁ – ଶିକ୍ଷା ର ସୁନିଶ୍ଚିତ ପାଇଁ ଆହ୍ଵାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ  ଯୁବ ସମାବେଶକୁ  ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ ଯୋଗଦେଇ ଶିଶୁ ଶ୍ରମିକ ମାନଙ୍କୁ ମୁଖ୍ୟ ସ୍ରୋତକୁ  ଆଣିବା ପାଇଁ ଯୁବକ ମାନଙ୍କୁ ଅନୁରୋଧ କରିବାସହ ଶିଶୁ ମାନଙ୍କର ଅଧିକାରକୁ ସାବ୍ୟସ୍ଥ କରିବା ଆମ ସମସ୍ତଙ୍କର ଦାୟିତ୍ଵ ବୋଲି ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ  ସୁଶ୍ରୀ ରାଜଶ୍ରୀ ଦାସ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ, ଶ୍ରୀଯୁକ୍ତ କାର୍ତ୍ତିକ ଚନ୍ଦ୍ର ସେନାପତି ସହକାରୀ ଶ୍ରମ ଅଧିକାରୀ- ଗଞ୍ଜାମ, ଶ୍ରୀଯୁକ୍ତ ମହେଶ୍ଵର ବରାଡ଼- ଆବାହକ ଶିଶୁ ସୁରକ୍ଷା ବିରୋଧୀ ମଞ୍ଚ, ଗଞ୍ଜାମ ଶାଖା;  ଶ୍ରୀଯୁକ୍ତ ଦେବାନନ୍ଦ ଦାଶ, ନିର୍ଦ୍ଦେଶକ- କ୍ରାନ୍ତି,  ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଗାୟତ୍ରୀ ଶକ୍ତି ପୀଠ, ଶ୍ରୀ ଗୀତ ଗୋବିନ୍ଦ  ପ୍ରମୁଖ ଯୋଗ ଦେଇ ସମ୍ଭାବନା ଥିବା ଶିଶୁ ଶ୍ରମିକ ପରିବାରଙ୍କୁ ଚିହ୍ନଟ କରିବା ପାଇଁ ରାଜ୍ୟ ସରକାରଙ୍କ ଶ୍ରମ ବିଭାଗକୁ ଅନୁରୋଧ କରିଥିଲେ । ରାଜ୍ୟରେ ଶିଶୁ ଶ୍ରମିକ ଦୂରୀକରଣ ଓ ଶିଶୁ ଅଧିକାରକୁ ସାବ୍ୟସ୍ଥ କରିବା ପାଇଁ ରାଜ୍ୟ ସରକାରଙ୍କ ୧୧ଟି ବିଭାଗ କାମ କରୁଥିଲେ ମଧ୍ୟ ସମନ୍ନୟର ଅଭାବ ରହୁଛି ବୋଲି ଶିଶୁ ଅଧିକାର କାର୍ଯ୍ୟକର୍ତ୍ତା ତଥା ନିର୍ଦ୍ଧେଶକ ଆଇ, ଏସ, ଆର, ଡି ସୁଧୀର ସାବତ ପରି ପ୍ରକାଶ କରିଥିଲେ । ବ୍ରହ୍ମପୁର ସହରର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଯୁବକ, ସାମନ୍ତରାୟ ଏକାଡେମୀ ଛାତ୍ର, ଖଲ୍ଲିକୋଟ କଲେଜର ଜାତୀୟ କ୍ୟାଡେଟ୍ କର୍ପସ୍ (ଏନ, ସି, ସି) ଛାତ୍ର ଓ ଛାତ୍ରୀ, ଆଇ, ଏସ, ଆର, ଡି ରତ ଶିଶୁ ଶ୍ରମିକ ଉପରେ ଶିକ୍ଷାନବିଶ କରୁଥିବା ଖଲ୍ଲିକୋଟ କଲେଜ, ମହାମୟୀ କଲେଜ, ସିଟି କଲେଜର ଛାତ୍ର ଛାତ୍ରୀ ଯୋଗଦେଇ ଶପଥ ପାଠ କରିଥିଲେ । ୱାନ ଷ୍ଟପ ସେଣ୍ଟରର  କେନ୍ଦ୍ରୀୟ ପ୍ରଶାସିକା ଶ୍ରୀମତୀ ମହେଶ୍ଵତା ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରଭାତ କୁମାର ପାଢୀ, ଗୋପାଳ କୃଷ୍ଣ ଦଳବେହେରା, ସ୍ନେହାମୟୀ ପାଢୀ, ଆସ୍କିଲା ରାଇକା, ଐଶ୍ଵରୀୟା ସାବତ, ପ୍ରୀତି ସରିତା, ଶୟନୀ ମଲ୍ଲିକ, ବି ସୁନିତା, ପାର୍ବତୀ ମଲ୍ଲିକ, ବଜରଙ୍ଗ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

News Comment

You Might Also Like

BACK TO TOP