Breaking
News
Breaking
News
14-Jun-2026
ନାବାଳିକାକୁ ଦୁଷ୍କର୍ମ ଅଭିଯୁକ୍ତ କୋର୍ଟ ଚାଲାଣ।
ଓଡିଶା ଜନ ମତ, ବ୍ରହ୍ମପୁର,
କୈଳାଶ ଚନ୍ଦ୍ର ଚୌଧୁରୀ :---
ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସିଙ୍ଗିପୁର ପଞ୍ଚାୟତର କଇଠରା ଗ୍ରାମରେ ଜଣେ ୧୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ ତତ୍ପରତା ପ୍ରକାଶ କରି ଗାଙ୍ଗପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନା ଅନୁଯାୟୀ ଜଣାପଡିଛି ଯେ ଜୈନିକ ନାବାଳିକାର ଲିଖିତ ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ରାତିରେ ନାବାଳିକାଙ୍କ ବାପା-ମାଁ କୌଣସି କାମରେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ଘରେ ୧୪ ବର୍ଷର ନାବାଳିକା ଓ ତାଙ୍କ ଭଉଣୀ ଶୋଇଥିଲେ। ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ସେହି ଗ୍ରାମର କୃଷ୍ଣଚନ୍ଦ୍ର ଡାକୁଆଙ୍କ ପୁଅ ତପନ ଡାକୁଆ ବାରିପଟେ ଆସି ଘରର କବାଟ ବାଡ଼େଇଥିଲା।ନାବାଳିକା ଜଣକ କବାଟ ଖୋଲିବା ମାତ୍ରେ ଅଭିଯୁକ୍ତ ତପନ ଜୋର-ଜବରଦସ୍ତ ତାଙ୍କ ପାଟି ବନ୍ଦ କରି ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲା। ଅଭିଯୁକ୍ତ ଘଟଣାସ୍ଥଳରୁ ଦୌଡ଼ି ପଳାଉଥିବା ସମୟରେ ଗ୍ରାମର କିଛି ବ୍ୟକ୍ତି ତାକୁ ଦେଖିଥିବା ନେଇ ଏହି ଲିଖିତ ଅଭିଯୋଗରେ ଉଲ୍ଲେଖ ରହିଛି ।
ଏହି ସଙ୍ଗୀନ ମାମଲାକୁ ନେଇ ଗାଙ୍ଗପୁର ପୋଲିସ ମାମଲା ନଂ ୨୬୬/୨୬ ରେ ଏକ ମାମଲା ରୁଜୁ କରି
ଭାରତୀୟ ନ୍ୟାୟ ସଂହିତା ଧାରା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
BACK TO TOP