Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ଗୋଟିଏ ଆକ୍ଷି ସମୁର୍ଣ ନଷ୍ଟ ହୋଇଗଲା ଜଣେ ବୃଦ୍ଧ ଙ୍କର |

14-Jun-2026

ଡକ୍ଟର ଙ୍କ ଭୁଲ୍ ଚିକିତ୍ସାରୁ ନଷ୍ଟ ହେଲା ନୀଳକଣ୍ଠ ଙ୍କ ଗୋଟିଏ ଆଖି |,
(ଆଇନର ଆଶ୍ରୟ ନେବେ  ନୀଳକଣ୍ଠ ଙ୍କ ପରିବାର || 

 ଓଡିଶା ଜନ ମତ, ହିଞ୍ଜିଳି,କୃଷ୍ଣ ଚନ୍ଦ୍ର ସାମନ୍ତରାୟ :----

ଭୁଲ ଚିକିତ୍ସାରୁ ନଷ୍ଟ ହୋଇଯାଇଛି ଗୋଟିଏ ନିରୀହ ଲୋକର ଆଖି। ପରିଣତ ବୟସରେ ଅସହ୍ୟ ଯନ୍ତ୍ରଣାରେ ଶଯ୍ୟାରେ ପଡ଼ି ଛଟପଟ ହେଉଛନ୍ତି।ଏଭଳି ଦୁଖଦ ଘଟଣା ଦେଖିବାକୁ  ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର କେନ୍ଦୁବାଡ଼ି ଗ୍ରାମର  ନୀଳକଣ୍ଠ ରଥ ଙ୍କ ଜୀବନରେ । ଡାକ୍ତର କିଭଳି ଚିକିତ୍ସା କଲେ ଯାହା ଫଳରେ ବାପାଙ୍କ ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ କରିଛନ୍ତି ନିଳକଣ୍ଠଙ୍କ ପୁଅ ସୁଧୀର କୁମାର ରଥ। ତାଙ୍କ ବାପାଙ୍କୁ ନ୍ୟାୟ ପ୍ରଦାନ ଓ ଆଗାମୀ ଦିନରେ ଅନ୍ୟକେହି ଯେପରି ଏଭଳି ସମସ୍ୟାର ସମ୍ମୁଖୀନ ନହୁନ୍ତି, ତାକୁ ଦୃଷ୍ଟିରେ ରଖି ସେ ଆଇନର ସହାୟତା ନେବେ ବୋଲି ମଧ୍ୟ ତାଙ୍କର ସୁଚନା ରହିଛି ।ସୁଧୀରଙ୍କ ସୁଚନାନୁଯାୟୀ ନୀଳକଣ୍ଠଙ୍କ ବୟସ ୭୭ ,ପରିଣତ ବୟସରେ ମଧ୍ୟ ସେ ଠିକରେ ଚଲାବୁଲା କରିବା ସହ ଗାଁରେ ଯଜମାନ କାମ କରୁଥିଲେ । ଏପରିକି ବିବାହ, ବ୍ରତ ଆଦି କାର୍ଯ୍ୟ ସୁରୁଖୁରୁରେ କରି ପରିବାର ଆର୍ଥିକ ସହାୟତାରେ ସହଯୋଗ ମଧ୍ୟ କରୁଥିଲେ । ଗତ କିଛିଦିନ ତଳେ ବାପାଙ୍କ ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ  ପରିବାର ଲୋକ ତାଙ୍କୁ ନେଇ ଚଳିତ ମାସ ୪ ତାରିଖରେ ହିଞ୍ଜିଳିକାଟୁ ଉପକଣ୍ଠରେ ଥିବା ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନେଇ ଯାଇଥିଲେ। ସେଠାରେ ନୀଳକଣ୍ଠଙ୍କ ଚିକିତ୍ସା କରିଥିଲେ ଡାକ୍ତର ରାକେଶ ଚନ୍ଦ୍ର ରାଉତ। ଚକ୍ଷୁ ପରୀକ୍ଷା ପରେ କିଛି ମେଡିସିନ୍ ଖାଇବାକୁ ଏବଂ କିଛି ମେଡିସିନ୍ ଆଖିରେ ପକାଇବାକୁ ଦେଇଥିଲେ। ୧୦ ଦିନ ପରେ ପୁଣିଥରେ ହସ୍ପିଟାଲ ଆଣି ଦେଖାଇବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ମେଡିସିନ ମଧ୍ୟ ସମ୍ପୃକ୍ତ ହସ୍ପିଟାଲରେ ଥିବା ଔଷଧ ଦୋକାନରୁ କିଣିବାକୁ କୁହାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ କିଣି ଘରକୁ ଫେରିଥିଲେନୀଳକଣ୍ଠ । ମେଡିସିନ ଆଖିରେ ପକାଇବା ପରେ ନୀଳକଣ୍ଠ ଅଧିକ ଯନ୍ତ୍ରଣା ଅନୁଭବ କରିଥିଲେ। ଡାହାଣ ପଟ ଆଖି ଫୁଲିବା ସହ ଧିରେ ଧିରେ କଳା ପଡ଼ିବାରେ ଲାଗିଥିଲା। ୪ଦିନ ପରେ ଅସହ୍ୟ ପିଡ଼ାରେ ଛଟପଟ ହୋଇଥିଲେ। ପରିବାର ଲୋକ ବାଧ୍ୟହୋଇ ତାଙ୍କୁ ନେଇ ଗତ ୯ ତାରିଖରେ ପୁଣିଥରେ ସମ୍ପୃକ୍ତ ମେଡିକାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତର ଶ୍ରୀ ରାଉତ ପୁଣିଥରେ ନୀଳକଣ୍ଠଙ୍କ ଚିକିତ୍ସା କରିଥିଲେ। ଆଉକିଛି ମେଡିସିନ ବ୍ୟବହାର କରିବାକୁ କହିଥିଲେ। ପୂର୍ବ କଷ୍ଟ ଯନ୍ତ୍ରଣାରୁ ଅଧିକ ଯନ୍ତ୍ରଣା ହେବା ଏବଂ ଡାକ୍ତରଙ୍କ ଚିକିତ୍ସା ପ୍ରତି ସନ୍ଦେହ ହେବାରୁ ପରିବାର ଲୋକ ସେଠାରୁ ବ୍ରହ୍ମପୁର ଯାଇ ଅନ୍ୟଏକ ଘରୋଇ ହସ୍ପିଟାଲରେ ଡାକ୍ତରଙ୍କୁ ଦେଖାଇଥିଲେ। ସେଠାରେ ବିଶେଷଜ୍ଞ ପରୀକ୍ଷାନିରୀକ୍ଷା କରି ନୀଳକଣ୍ଠଙ୍କ ବାମ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କହିଥିଲେ। ଏହାପରେ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ଯାଇ ଡାକ୍ତର ଶ୍ରୀ ରାଉତଙ୍କୁ ଭେଟିବାକୁ ଯାଇଥିଲେ ସୁଧୀର କିନ୍ତୁ ଡାକ୍ତରଙ୍କ ଦେଖା ମିଳିନଥିଲା।  ବାପାଙ୍କ ଏଭଳି ଅବସ୍ଥା ଦେଖି ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପୁରା ପରିବାର। ଆଜି ଭୁଲ୍ ଚିକିତ୍ସା ଯୋଗୁଁ ଆଖିରେ ଅନ୍ଧପୁଟୁଳି ଧରି ନିଜ ଭାଗ୍ୟ ଆଦରି ଆଇନର ଆଶ୍ରୟ ନେବାକୁ ଅଡ଼ି ବସିଛନ୍ତି ତାଙ୍କ ପରିବାର ।ଅନ୍ୟପଟେ ଏ ସମ୍ପର୍କରେ ପଚାରିବାର ପକ୍ଷରୁ ସମ୍ପୃକ୍ତ ଡାକ୍ତର ଶ୍ରୀ ରାଉତଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ହୋଇ ପାରିନାହିଁ  ।

News Comment

You Might Also Like

BACK TO TOP