Breaking
News
Breaking
News
15-Jun-2026
ନୂତନ ଛାତରୁ ତଳ ପଡ଼ ପଡି ଶ୍ରମିକ ମୃତ |
ଓଡିଶା ଜନ ମତ ବ୍ୟୁରୋ,
ଏକ କୋଠାରେ କାମ କରୁଥିବା ଜଣେ ଶ୍ରମିକ ତଳକୁ ଖସି ଯାଇ ମୃତ୍ୟୁ ମୁଖରେ ପଡିଛନ୍ତି! ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ନିର୍ମାଣ ଚାଲିଥିବା ଏକ ନୂତନ କୋଠା ଉପରୁ ଖସି ପଡି ହବେ ଶ୍ରମିକର ମୃତ୍ୟୁ ଘଟିଛି।ମୃତ ଜଣକ ହେଲେ ପଡୋଶୀ କଲିକତା ରାଜ୍ୟର ତପନା ଗ୍ରାମର ସୁଭାଶିଷ ମଲ।ସିଏ ରବିବାର ଦିନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଏକ ନୂତନ କୋଠା ନିର୍ମାଣ କାର୍ଯ୍ୟରେ କାମ କରୁଥୁବା ସମୟରେ ଛାତ ଉପରୁ ତକକୁ ଖସି ପଡିଥିଲେ। ଏହା ଦେଖି କିଚ୍ଛି ସୁରକ୍ଷା କର୍ମୀ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଜେନ୍ଦ୍ରରେ ଭର୍ତି କରାଇଥିବା ବେଳେ ସିଏ ଗୁରତର ଥିବାରୁ ତାଙ୍କୁ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା କରୁଥିବା ଡାକ୍ତର ସ୍ଥାନାନ୍ତର କରିଥିଲେ।ହେଲେ ଆଜି ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।ଏନେଇ ବ୍ୟବଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ହସ୍ତାନ୍ତର ଜରାଯାଇଥିବା ବେଳେ ପ୍ରକୃତ ମୃତର କାରଣ ଏଯାଏଁ ଜଣା ପଡିନି।ତେଣୁ ତୁରନ୍ତ ଉକ୍ତ ଶ୍ରମିକ ଙ୍କ ମୃତ୍ୟୁ କିପରି ହେଲା ଓ ଏହା ପାଇଁ ଦାଈ କିଏ ତାକୁ ଖୋଜି କାଢ଼ିବା ନିହାତି ଜରୁରୀ ହୋଇ ପଡିଛି।ଏନେଇ ଲକ୍ଷ୍ମୀପୁର ଥାନାରେ ୦୮/୨୬ ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖୀଥିବା ଜଣା ପଡ଼ିଛି
BACK TO TOP