Breaking
News
Breaking
News
15-Jun-2026
ମଟରସାଇକେଲ ଦୁର୍ଘଟଣା:ଗଛରେ ପିଟିହେଇ,ଦୁଇ ମୃତ।
ଓଡିଶା ଜନ ମତ, ବ୍ରହ୍ମପୁର,
କୈଳାଶ ଚନ୍ଦ୍ର ଚୌଧୁରୀ ;----
ଗାଙ୍ଗପୁର ଥାନା ଅଧୀନ ଭଞ୍ଜନଗର-ସୋରଡ଼ା ରାସ୍ତାର ଦୁବୁଲୁଣ୍ଡା ନିକଟରେ ଗତ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ମଟରସାଇକେଲ ଗଛରେ ପିଟିହେବା ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି ।ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜନଗର ଥାନା କଇଣ୍ଡି ଗ୍ରାମର ସନ୍ୟାସୀ ନାଇକଙ୍କ ପୁଅ ଶିଶିର ନାଇକ ଏବଂ ଝିଅ ଲିପି ନାଇକ ଏକ ଓଡି-୩୨ଏମ୍-୩୩୭୨ ନମ୍ବର ବିଶିଷ୍ଟ ମଟରସାଇକେଲରେ ନିଜ ମାମୁଁଘର ବଡବୋରସିଂ ପଞ୍ଚାୟତ ଡିମିରିପଲ୍ଲୀ ଗ୍ରାମକୁ ଯାଉଥିଲେ।ଅପରାହ୍ନ ସମୟରେ କଣ୍ଟେଇପଲ୍ଲୀ ନିକଟସ୍ଥ ଦୁବୁଲୁଣ୍ଡା ଘାଇ ପାଖ ବୁଲାଣିରେ ବାଇକ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ଧକ୍କା ହୋଇଥିଲା।ଧକ୍କା ଏତେ ଭୟଙ୍କର ଥିଲା ଯେ ଦୁଇଜଣ ଯାକ ରାସ୍ତା ଉପରକୁ ଛିଟିକି ପଡ଼ି ରକ୍ତାକ୍ତ ଓ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ତୁରନ୍ତ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ପୁଅ ଶିଶିରକୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଲିପିକୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ଲିପି ର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।ଏ ପଟେ
ଏ ନେଇ ମୃତକଙ୍କ ପିତା ସନ୍ୟାସୀ ନାଇକ ଗାଙ୍ଗପୁର ଥାନାରେ ଏକ ଏତଲା ଦେଇଥିଲେ।ଏତଲା ଗ୍ରହଣ କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତ ଶିଶିର ର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି।
BACK TO TOP