Breaking News

ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||     

ପୋଲସରା ଥାନାରେ ବିଭିନ୍ନ ଚୋରି ମାମଲା ରେ ତିନି ଅଭିଯୁକ୍ତ ଗିରଫ ସହ ସୁନା ଅଳଙ୍କାର ଜବତ |

29-Jun-2026

ବିଭିନ୍ନ ଚୋରି ମାମଲା ରେ ସମ୍ପୃକ୍ତ ୩ ଅଭିଯୁକ୍ତ ଗିରଫ । ସ୍ବର୍ଣ୍ଣ ଅଳଙ୍କାର ଜବତ।

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା,
୨୯/୦୬/୨୦୨୬:-----
ବିଭିନ୍ନ ଚୋରି ମାମଲା ରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୋଲସରା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ପୋଲିସ ଚୋରି ସ୍ବର୍ଣ୍ଣ ଅଳଙ୍କାର ମଧ୍ୟ ଜବତ କରିଥିବା ପୁରୁଷୋତ୍ତମ ପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି। । ଆଜି ପୋଲସରା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ ସୂଚନା ଦେଇ କହିଛନ୍ତି ଯେ ଗତ ଫେବୃଆରୀ ମାସ ୨୨ ତାରିଖ ଦିନ ପୋଲସରା ବ୍ଳକ ଅନ୍ତର୍ଗତ ଲଛିପୁର ଗ୍ରାମ ର ରୁଦ୍ର ପ୍ରଧାନ ଙ୍କ ଘରୁ କାନ ଅଳଙ୍କାର ୪ ଟି , ସୁନା ମୁଦି ୪ ଟି , ଗୋଟିଏ ଚେନ୍ , ନାକର ଅଳଙ୍କାର ୨ ଟି , ମଙ୍ଗଳସୂତ୍ର ଗୋଟିଏ ଏବଂ ୨ ଟି ସୁନା ଚୁଡ଼ି ସହିତ ନଗଦ ୪୦ ହଜାର ଟଙ୍କା ଚୋରି ହୋଇଥିଲା । ସେହିପରି ଗତ ଏପ୍ରିଲ ମାସ ୧୧ ତାରିଖ ଦିନ ପୋଲସରା ବ୍ଳକ ଅନ୍ତର୍ଗତ ସୋଡକ ଗ୍ରାମବାସୀ ଜିତେନ୍ଦ୍ର ବେହେରା ଙ୍କ ଘରୁ  ୩ ଟି ସୁନା ହାର , ୪ ଟି ସୁନା ଚେନ , ୪ ଟି ସୁନା ଶଙ୍ଖା , ୩ ହଳ କାନ ର ଅଳରେ , ୫ ଟି ସୁନା ମୁଦି , ପାଖାପାଖି ୨୦ ଗ୍ରାମ ସୁନା  ଏବଂ ନଗଦ ୩୫ ହଜାର ଟଙ୍କା ଚୋରି ହୋଇଥିଲା। ଅନ୍ୟ ଏକ ମାମଲା ରେ ଚଳିତ ମାସ ୨୪ ତାରିଖ ଦିନ ପୋଲସରା ବ୍ଳକ ର ବର୍ତ୍ତିନି ଗ୍ରାମ ର ଅଙ୍ଗନବାଡି କର୍ମୀ ଲକ୍ଷ୍ମୀ ପାତ୍ର ଙ୍କ ଘରୁ ୨ ସୁନା ଶଙ୍ଖା , ୨ ଟି ମୁଦି ଏବଂ କାଳର ଅଳଙ୍କାର ୨ ଟି ସହିତ ନଗଦ ୨୫ ହଜାର ଟଙ୍କା ଚୋରି ମାନେ ନେଇଯାଇଥିଲେ । ଗତ ରବିବାର ଦିନ ରାତିରେ ପୋଲସରା ପୌରାଞ୍ଚଳ ଅନ୍ତର୍ଗତ ଜୟ ଗୁରୁ ମନ୍ଦିର ନିକଟସ୍ଥ ପଙ୍କଜ କାର୍ଜୀ ଙ୍କ ଘରୁ ଗୋଟିଏ ସୁନା ହାର ,  ୨ ଟି ସୁନା ଶଙ୍ଖା ଏବଂ କାନ ଅଳଙ୍କାର ୨ ଟି ସହିତ ନଗଦ ୨୫ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି। । ପୋଲସରା ପୋଲିସ ଏହି ସବୁ ମାମଲା ର ତଦନ୍ତ କରି ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗିରଫ୍ ଅଭିଯୁକ୍ତ ମାନେ ହେଲେ ପୋଲସରା ଥାନା ଅନ୍ତର୍ଗତ ଗରେଇଝୁଳି ଗ୍ରାମ ର ରାଜୀବ ପାତ୍ର ଏବଂ ରଞ୍ଜିତ ନାହାକ ଅନ୍ୟ ଅଭିଯୁକ୍ତ ହେଉଛି ନୟାଗଡ଼ ଜିଲ୍ଲା ର ଓଡ଼ଗାଁ ଥାନା ଅନ୍ତର୍ଗତ ଗଜେନ୍ଦ୍ର ପଲ୍ଲୀ ଗ୍ରାମ ର ଜିତୁ ପ୍ରଧାନ। । ଏହି ମାମଲାରେ ଆହୁରି ଦୁଇଜଣ ସମ୍ପୃକ୍ତ ଥିବା ଉପଖଣ୍ଡ ଅଧିକାରୀ ଶ୍ରୀ ନାୟକ କହିଛନ୍ତି। ସେମାନଙ୍କୁ ମଧ୍ୟ ଯଥାଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି। ଗିରଫ୍ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଗୋଟିଏ ମଙ୍ଗଳସୂତ୍ର , ୬ ଟି ସୁନା ଶଙ୍ଖା , ୪ ଟି ସୁନା ହାର , ସୁନା ଚେନ ୩ ଟି , ସୁନା ମୁଦି ୫ ଟି , ଗୋଟିଏ ସୁନା ଲକେଟ୍ , କାଳର ଅଳଙ୍କାର ୬ ଟି ,  ନାକର ଅଳଙ୍କାର ୨ ଟି ଏବଂ କିଛି ରୁପା ଅଳଙ୍କାର ଜବତ କରିଛି । ସମ୍ପୃକ୍ତ ଅଭିଯୁକ୍ତ ମାନେ ପେଶାଦାର ଚୋର ଅଟନ୍ତି । ସେମାନେ ରୀତିମତ ଭାବେ ସଂଗଠିତ ରୁପେ ଭାବେ ବିଭିନ୍ନ ଅଞ୍ଚଳରେ ବୋଲି କରନ୍ତି ବୋଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ କୌଶିକ ମାଝୀ , ସବ୍ ଇନ୍ସପେକ୍ଟର ସଂଗ୍ରାମ କେଶରୀ ସେଠୀ ଓ ମହିଳା ସବ୍ ଇନ୍ସପେକ୍ଟର ମିଲନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP