Breaking News

ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||     

ଯୁବକଙ୍କୁ ନିର୍ଯ୍ୟାତନା ଦେଈ ମାଡ଼ ମାରିଥିବା ବାହୁ ବଳି କୁ କୋର୍ଟ ଚାଲାଣ |

13-Jul-2026

*ମୁଖ୍ୟ ଅଭିଯୁକ୍ତ କୋର୍ଟ ଚାଲାଣ ।।*
*ବ୍ରହ୍ମପୁର ମହାନଗରରେ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ସାବାଡ଼ କରିବ କିଏ ?*

ଛତ୍ର ପୁର, ତା.୧୩ / ୭ କେ.ସତ୍ୟନାରାୟଣ ରେଡ୍ଡୀ:-------

ବ୍ରହ୍ମପୁର ମହାନଗରରେ ଗୁଣ୍ଡାରାଜ୍ ବଢ଼ିବାରେ ଲାଗିଛି । ବିଭିନ୍ନ ଅନୈତିକ କାର୍ଯ୍ୟ, ଚୋରି, ବାଲି ଦୁର୍ନୀତି, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଅନେକ ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି । ଅନେକ ବେଆଇନ୍ ଖଣି ମାଫିଆ, ବାଲି ମାଫିଆ ସକ୍ରୀୟଥିବା ଭାଇନା ଙ୍କ ନାମ ରେ ପାଟି ଖୋଲିଲେ ମାରଣାନ୍ତକ ଆକ୍ରମଣ, କଙ୍ଗାରୁ କୋର୍ଟ ରେ ଦଣ୍ଡଦେବା ଦେଇ ହତ୍ୟା କରିବା ଦିଗରେ ପଛାଉ ନାହାଁନ୍ତି । ଏଠାରେ ଗୁଣ୍ଡାରାଜ୍ ବଢ଼ିବାରେ ଲାଗିଛି ।ଅଧିକାଂଶ ପ୍ରଭାବଶାଳୀ ବ୍ୟକ୍ତିବିଶେଷ୍ୟ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ରହିଛନ୍ତି । ଏଭଳି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ସାବାଡ଼ କରିବ କିଏ ? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।ଯାହକି,ଗଞ୍ଜାମକୁ ବିବାଦ ପିଛା ଛାଡୁନାହିଁ। ସଦର ଥାନା ଅନ୍ତର୍ଗତ ଜଣେ ବାହୁବଳୀ ଅରୂପ ଆର୍. ଶିବରାମଙ୍କୁ ଗତକାଲି ବ୍ରହ୍ମପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେ ଜଣେ ତଫସିଲଭୂକ୍ତ ଜାତି ଯୁବକକୁ ଅପହରଣ କରିବା ସହ ୪୮ ଘଣ୍ଟା ଘରେ ବନ୍ଦୀ କରି ପ୍ରବଳ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା। ଉକ୍ତ ପୀଡିତ ଯୁବକ ପ୍ରଶାନ୍ତ ଦାସ, ସେ ପେସାରେ ଜଣେ ଡ୍ରାଇଭର । ତାଙ୍କୁ ଆସାମୀ ଶିବରାମ ବିଭିନ୍ନ ଅପରାଧିକ କାର୍ଯ୍ୟରେ ଲିପ୍ତ ହେବାକୁ ପ୍ରବର୍ତ୍ତାଇବା ଏବଂ କାମରେ ଲଗାଇବା ପାଇଁ ବାଧ୍ଯ କରି ଆସୁଥିଲେ । ମନା କଲେ ତାଙ୍କୁ ମାଡ଼ ମାରିବା, ହତ୍ୟା ପାଇଁ ଧମକ ଦେଉଥିଲେ । ଏଭଳି ଏକ ଘଟଣାରେ ପ୍ରଶାନ୍ତ ରୁ ତାଙ୍କୁ ତିନି ଦିନ ଧରି ବନ୍ଦୀ କୋଠରୀରେ ରଖି ଅକଥନୀୟ ମାଡ଼ ମାରିଥିଲେ । ଏହି ଘଟଣା ପ୍ରାୟ ୧୦ ଦିନ ତଳେ ଘଟିଥିଲା। ତେବେ କୌଣସି ସୂତ୍ରରୁ ଉକ୍ତ ମାଡ଼ ମାରିବା ଭିଡିଓ ଭାଇରାଲ ହେଲା ପରେ ସମ୍ପୃକ୍ତ ପୀଡିତ ଯୁବକ ପୁଲିସରେ ଅଭିଯୋଗ କରିବା ପାଇଁ ସାହସ କରିଥିଲେ । ବଡ଼ବଜାର ପୁଲିସ ତୁରନ୍ତ ଶିବରାମଙ୍କୁ ଗିରଫ କରି ଅନ୍ୟାନ୍ୟ ଦଫା ସହ ଆଦିବାସୀ ହରିଜନ ନିର୍ଯାତନା ନିୟମରେ ମଧ୍ଯ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଜଣାପଡ଼ିଛି। ତେବେ ଗଞ୍ଜାମ ଜିଲ୍ଲାରୁ ଏପ୍ରକାରର ଅପରାଧ ଓ ଅପରାଧୀମାନଙ୍କୁ କେବେ ସାବାଡ୍ କରାଯିବ ବୋଲି ବିଭିନ୍ନ ମହଲରେ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି। ସର୍ଵସାଧାରଣରେ ଏହାର ଦୃଢ଼ ନିନ୍ଦା କରାଯିବା ସାଂଗକୁ ଏଭଳି ଦୋଷୀ କୁ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।।

News Comment

You Might Also Like

BACK TO TOP