Breaking
News
Breaking
News
18-Jul-2026
କିଶନ ନଗର ବ୍ଳକ ରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ,
ଓଡିଶା ଜନ ମତ ବ୍ୟୁରୋ,
ଜଣେ ସୁନ୍ଦର, ସୁଢଳ, ଭଲ ଦିଶୁଥିବା ଯୁବକ ଜଣଙ୍କ କାହିଁକି ଯେ ଆତ୍ମହତ୍ୟା କଲେ ନା ମାରି ଝୁଲାଇ ଦେଲେ ତାର କାରଣ ପୋଲିସ ତଦନ୍ତ ପରେ ଜଣା ପଡିବ | ତେବେ ଏପରି ଏକ ଘଟଣା ଘଟିଛି ଯେ କିଶନ ନଗର ବ୍ଲକ ରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଧାର | ଥାନାରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ! ଏଭଳି ଅଭାବନୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା କିଶନ ନଗର ଥାନା ଅଧୀନ ସିଂହାଳ ଚାରମାଣିଆ ନିକଟ ପାଇକା ନଦୀ କୂଳରେ! ନଦୀ କୂଳରେ ଥିବା ଏକ ନିମ୍ବ ଗଛ ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି! ମୃତକ ହେଲେ ସୋମପୁର ପଞ୍ଚାୟତ ଅନ୍ତର୍ଗତ ଥୋରିଆ ପଡ଼ା ଗ୍ରାମର ରମେଶ ଭୋଇ ଙ୍କ ବଡ ପୁଅ ମନୋଜ ଭୋଇ! ପୋଲିସ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ସବବେବସଛଦ ପାଇଁ କଟକ ମେଡ଼ିକାଲ କୁ ପଠାଇ ଏହାର ତଦନ୍ତ ଚଳାଇଛନ୍ତି!
BACK TO TOP