Breaking News

ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||     

ସୁନାବେଶ ରେ ବଡ଼ ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର |

25-Jul-2026

 ମହଣ ମହଣ ସୂର୍ଣ୍ଣ ଅଳଙ୍କାରରେ ଝଟକିଲେ ମହାବାହୁ । ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେଲ  ଚତୁର୍ଦ୍ଧାମୂର୍ତ୍ତି ।

ଓଡିଶା ଜନ ମତ ବ୍ୟୁରୋ,

  ଆଜି ଲୀଳାର ଠାକୁର ଲୀଳାମୟ ଙ୍କ ବଡ଼ ଏକାଦଶୀ ରେ ମହଣ ମହଣ ସୁନାଳଙ୍କାର ରେ ଭୂଷିତ ହୋଈ ଭକ୍ତଙ୍କୁ ରାଜ ରାଜେଶ୍ୱର ବେଶ ରେ ଦର୍ଶନ ଦେଉଛନ୍ତି କଳାଠାକୁର ଙ୍କ ସହ ବଳଭଦ୍ର, ଏବଂ ମାଆ  ସୁଭଦ୍ରା  | ବାହୁଡ଼ା ଯାତ୍ରା ପରେ ଆଜି ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିବ ରଥଯାତ୍ରାର ଅନ୍ୟତମ ଦିବ୍ୟ ଓ ଅପୂର୍ବ ଦୃଶ୍ୟ ମହାପ୍ରଭୁଙ୍କ ସୁନାବେଶ ବା ରାଜାଧିରାଜ ବେଶ । ସିଂହଦ୍ୱାର ସମ୍ମୁଖରେ ତିନି ରଥ ଉପରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଲକ୍ଷଲକ୍ଷ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ରଥ ଉପରେ ଅପରାହ୍ଣ ୫ଟାରୁ ୬ଟା ୩୦ ଟା ମଧ୍ୟରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ରାତ୍ରି ୧୧ଟା ପର୍ଯ୍ୟନ୍ତ ଭକ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଆଷାଢ଼ ଶୁକ୍ଳ ଏକାଦଶୀରେ ଅନୁଷ୍ଠିତ ଏହି ଦିବ୍ୟ ବେଶକୁ ବଡ଼ତଢ଼ାଉ ବେଶ ବୋଲି ମଧ୍ୟ କୁହାଯାଏ ।ଶ୍ରୀଜୀଉଙ୍କର ବର୍ଷରେ ଏକାଧିକ ସୁନାବେଶ ଅନୁଷ୍ଠିତ ହୁଏ । କିନ୍ତୁ ରଥଯାତ୍ରା ସମୟର ସୁନାବେଶ ସବୁଠାରୁ ନିଆରା । କାରଣ ଅନ୍ୟ ସୁନାବେଶଗୁଡ଼ିକ ଶ୍ରୀମନ୍ଦିର ଭିତରେ ହେଉଥିବାବେଳେ, ଏହି ଦିନ ମହାପ୍ରଭୁ ଖୋଲା ଆକାଶ ତଳେ ରଥ ଉପରେ ରାଜାଧିରାଜ ରୂପରେ ଦର୍ଶନ ଦିଅନ୍ତି । ଶ୍ରୀମନ୍ଦିର ପ୍ରବେଶର ସୁଯୋଗ ନଥିବା ଭକ୍ତମାନେ ମଧ୍ୟ ବଡ଼ଦାଣ୍ଡରେ ରହି ଶ୍ରୀଜୀଉଙ୍କ ଏହି ଦୁର୍ଲଭ ରୂପ ଦର୍ଶନ କରିପାରନ୍ତି । ଏଥିପାଇଁ ସୁନାବେଶ କେବଳ ଏକ ଧାର୍ମିକ ନୀତି ନୁହେଁ, ମହାପ୍ରଭୁଙ୍କ ସର୍ବଜନୀନତାର ଏକ ଅନନ୍ୟ ପ୍ରତୀକ । ରଥଯାତ୍ରାରେ ମହାପ୍ରଭୁ ରତ୍ନସିଂହାସନ ଛାଡ଼ି ଶ୍ରଦ୍ଧାଳୁଙ୍କ ଗହଣକୁ ଆସନ୍ତି । ସୁନାବେଶରେ ସୁବର୍ଣ୍ଣ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚକ୍ର, ଶଙ୍ଖ, ହଳ ଓ ମୁଷଳ ସମେତ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉମାନେ ଅପୂର୍ବ ଶୋଭା ଧାରଣ କରନ୍ତି। ଶ୍ରୀବଳଭଦ୍ର ସୁବର୍ଣ୍ଣ ହଳ, ମୁଷଳ ଓ କିରୀଟ ଧାରଣ କରନ୍ତି । ଦେବୀ ସୁଭଦ୍ରା ମଧ୍ୟ ମନୋରମ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୁଅନ୍ତି ।ଏହାସହ କିରୀଟ, କୁଣ୍ଡଳ, କଦମ୍ବମାଳି, ମୟୂର ଚନ୍ଦ୍ରିକା, ତିଳକ ଓ ବିଭିନ୍ନ ପାରମ୍ପରିକ ସ୍ୱର୍ଣ୍ଣ ଆଭୂଷଣ ଶ୍ରୀଜୀଉଙ୍କ ଦିବ୍ୟ ଶୋଭାକୁ ଆହୁରି ମନୋମୁଗ୍ଧକର କରିଥାଏ । ଏହି ରୂପ ଭକ୍ତଙ୍କ ପାଇଁ ମହାପ୍ରଭୁଙ୍କ ଐଶ୍ୱର୍ଯ୍ୟ, ସାର୍ବଭୌମତ୍ୱ ଓ ଦିବ୍ୟ ରାଜକୀୟତାର ପ୍ରତୀକ । ସୁନାବେଶ ସହ ଓଡ଼ିଶାର ଗଜପତି ରାଜାଙ୍କ ଇତିହାସ ଗଭୀର ଭାବେ ଜଡ଼ିତ । ଐତିହାସିକ ବର୍ଣ୍ଣନା ଅନୁସାରେ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବ ଦକ୍ଷିଣ ଭାରତରେ ବିଜୟ ଅଭିଯାନ ପରେ ଅର୍ଜିତ ସୁନା ଓ ଧନରତ୍ନ ମହାପ୍ରଭୁଙ୍କୁ ସମର୍ପଣ କରିଥିଲେ । ପଞ୍ଚଦଶ ଶତାବ୍ଦୀରୁ ରଥ ଉପରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣ ଅଳଙ୍କାରରେ ସଜାଇବାର ଏହି ମହାନ ପରମ୍ପରା ଚାଲିଆସୁଥିବା ବିଶ୍ୱାସ କରାଯାଏ । ସୁନାବେଶ ପାଇଁ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ତିନି ରଥ । ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ,ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଥିଲା । ଶ୍ରୀନହର ସମ୍ମୁଖରେ ଲକ୍ଷ୍ମୀ ନାରାୟଣ ଭେଟ ନୀତି ପରେ ସିଂହଦ୍ଵାର ଅଭିମୁଖେ ଟଣାଯାଇଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ରାତି ୧୧ ଟାରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଲାଗିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ଆସନ୍ତା କାଲି ରଥ ଉପରେ ହେବ ମହାପ୍ରଭୁଙ୍କ ବଡତଢ଼ାଉ ବା ଦୁର୍ଲ୍ଲଭ ସୁନାବେଶ ଅନୁଷ୍ଠିତ ହେବ ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ଵାର ସମ୍ମୁଖରେ ପହଁଚିବା ପରେ ସେବାୟତଙ୍କ ଦ୍ଵାରା ଗୀତଗୋବିନ୍ଦ ଗାନ କରାଯାଇଥିଲା।

News Comment

You Might Also Like

BACK TO TOP