Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ଖଜା ପଲ୍ଲୀ ଠାରୁ କାଲିମେଘି 3କିମି ରାସ୍ତା ପାଲଟିଛି ମରଣ ଯନ୍ତା |

30-Jul-2026

ଖଜାପଲ୍ଲୀ - କାଲିମେଘି 3 କିମି ରାସ୍ତା ମରଣଯନ୍ତା l

ଓଡିଶା ଜନମତ, କୋଦଳା : 30/07/26 :

ନରେନ୍ଦ୍ର ନାଥ ଗୌଡ଼ :--ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସାନଉସ୍ତାପଡ଼ା ପଞ୍ଚାୟତର କେ ରାଣୀପଡ଼ା ରାସ୍ତା ମରଣଯନ୍ତା ପାଲଟିଛି l ଏହି ରାସ୍ତାର ଖଜାପଲ୍ଲୀ ଠାରୁ କାଲିମେଘି ପର୍ଯ୍ୟନ୍ତ 3 କିମି ରାସ୍ତା ଦୀର୍ଘ 6 ବର୍ଷ ଧରି ଅବହେଳିତ ହୋଇ ଆସିଛି l ଯାହା ଫଳରେ ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଏହି ରାସ୍ତା ଗତ 6  ବର୍ଷ ତଳେ 2019 ମସିହାରେ କେ ରାଣୀପଡ଼ା ଠାରୁ କାଲିମେଘି ପର୍ଯ୍ୟନ୍ତ ଗ୍ରାମ୍ୟ ନିର୍ମାଣ ସଡକ ଯୋଜନାରେ କଂକ୍ରିଡ ଓ ପିଚୁ ହୋଇଥିଲା l 2019 ଠାରୁ 2024 ଯାଏଁ ରକ୍ଷଣବେକ୍ଷଣ ଦାୟିତ୍ୱ ସମ୍ପୃକ୍ତ ଠିକାଦାରଙ୍କ ଦାୟିତ୍ୱରେ ଥିଲା l ଏବେ କିନ୍ତୁ ପିଚୁ ହୋଇଥିବା ଅଂଶର ଅନେକ ସ୍ଥାନରେ ଏବେ ପିଚୁ ଉଠିଯାଇ ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଯାଇଛି l ବିଗତ 6 ବର୍ଷ ହେଲା ଏହାର ମରାମତି ବି ହୋଇପାରୁନାହିଁ ବୋଲି ଜନସାଧାରଣ ଦାବି କରିଛନ୍ତି  l  ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ କଂକ୍ରିଡଗୁଡିକ ଏବେ ଫାଟି ଗଲାଣି । ଏବେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ରାସ୍ତା ସାରା ଗର୍ତ୍ତ l ବେଗୁନିଆପଡା ବ୍ଲକର କାଲିମେଘି ପଞ୍ଚାୟତ, ବେରୁଆଁବାଡ଼ି ପଞ୍ଚାୟତ, ସାନ ଉସ୍ତାପଡ଼ା ପଞ୍ଚାୟତ ଏବଂ କବିସୂର୍ଯ୍ୟନଗର ବ୍ଲକର ଖଜାପଲ୍ଲୀ ପଞ୍ଚାୟତର ଶତାଧିକ ଗ୍ରାମବାସୀ ବିଭିନ୍ନ ସରକାରୀ ଦପ୍ତର ଓ ବ୍ଲକର ବିଭିନ୍ନ ଅଂଚଳକୁ ଯିବା ପାଇଁ  ଏହି ରାସ୍ତା ଉପରେ ନିର୍ଭର କରନ୍ତି l ସେହିପରି ବିଭିନ୍ନ ଅଞ୍ଚଳରୁ ପ୍ରତିଦିନ ହଜାର ହଜାର ଲୋକ ଏହି ରାସ୍ତା ଦେଇ ଚଳପ୍ରଚଳ ହୋଇଥାନ୍ତି l ମାତ୍ର ରାସ୍ତାର ଏହି ଦୁରାବସ୍ଥା ଯୋଗୁଁ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ଏବଂ ବିଭିନ୍ନ ସ୍କୁଲ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ଅକଥନୀୟ ଦୁର୍ଦ୍ଦଶାର ଶୀକାର ହେଉଛନ୍ତି l ଆମ୍ବୁଲାନ୍ସ, ଦମକଳ ଓ ସ୍କୁଲ ଗାଡି ମଧ୍ୟ ଠିକ ଭାବେ ଯାତାୟାତ କରିପାରୁ ନାହାନ୍ତି l ସାଂସଦ, ବିଧାୟକ ଓ ସ୍ଥାନୀୟ ଜନପ୍ରତିନିଧି ଏଦିଗରେ ଦୃଷ୍ଟି ଦେଲେ ସୁଫଳ ମିଳନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ଏ ସଂକ୍ରାନ୍ତରେ ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ " ଏହା ନିୟମିତ ପ୍ରକ୍ରିୟାରେ ଅଛି,ଉପରିସ୍ଥ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଯାଇଛି ଏବଂ ଖୁବ ଶୀଘ୍ର କାମ ଆରମ୍ଭ ହେବ " ବୋଲି ପ୍ରକାଶ କରିଛନ୍ତି l

News Comment

You Might Also Like

BACK TO TOP