Breaking News

ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||      ଟ୍ରାଫିକ ସମସ୍ୟା ଯୋଗୁଁ ବାଲିମେଳା ଦୈନିକ ବଜାର ରେ ଯାତ୍ରୀ ହନ୍ତସନ୍ତ |   (05-Aug-2026)       ||      ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ, ସମ୍ମତି ଦେଲେ ମହାମହିମ |    (05-Aug-2026)       ||     

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିକୁ ବେଟେରି ଚାଳିତ ତିନି ଚକିଆ ଜାନ ପ୍ରଦାନ |

01-Aug-2026

ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବ୍ୟାଟେରିଚାଳିତ ତିନିଚକିଆ ଯାନ ପ୍ରଦାନ

ଭିନ୍ନକ୍ଷମ କ୍ରୀଡ଼ାବିତ ନିକୁ ପ୍ରଧାନ ଓ ରଞ୍ଜନା ନାହକଙ୍କୁ ମିଳିଲା ନିଓମୋସନ୍ ବାଇକ୍

  ଓଡିଶା ଜନ ମତ, ଛତ୍ରପୁର, ୩୧ /୦୭ / ୨୬,

କୃଷ୍ଣ ଚନ୍ଦ୍ର ବେହେରା ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ୧୮ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ସହାୟକ ଯାନ ଓ ଉପକରଣ ବିତରଣ କରାଯାଇଛି। ଏହି ବିତରଣ ଉତ୍ସବରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ନିଓମୋସନ୍ ବାଇକ୍, ବ୍ୟାଟେରିଚାଳିତ ତିନିଚକିଆ ଯାନ ଏବଂ ସ୍ମାର୍ଟ କେନ୍ ପ୍ରଦାନ କରିବା ସହ ଭିନ୍ନକ୍ଷମ ବ୍ୟକ୍ତିମାନେ କୌଣସି ଗୁଣରେ ଅନ୍ୟମାନଙ୍କ ଠାରୁ କମନୁଁହନ୍ତି ବୋଲି କହିବା ସହ ସେମାନଙ୍କର ସୁସ୍ଥ ଓ ସମୃଦ୍ଧ ଜୀବନ କାମନା କରିଥିଲେ।

ଭିନ୍ନକ୍ଷମ ବ୍ୟକ୍ତିଙ୍କ ଦୈନନ୍ଦିନ ଜୀବନକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଯୋଜନା ଅଧୀନରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ଏହି ସମସ୍ତ ଉପକରଣ ମାଗଣାରେ ବିତରଣ କରାଯାଇଥିଲା। ଜିଲ୍ଲାସ୍ତରୀୟ ଯୁଗ୍ମ ଜନଶୁଣାଣି ମାଧ୍ୟମରେ ହିତାଧିକାରୀମାନଙ୍କୁ ଚୟନ କରାଯାଇଥିଲା।

ଏହି ଅବସରରେ ୮ ଜଣ କଲେଜ ଛାତ୍ର ଏବଂ ୭ ଜଣ ବ୍ୟବସାୟୀଙ୍କୁ ବ୍ୟାଟେରିଚାଳିତ ତିନିଚକିଆ ଯାନ, ୨ ଜଣ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡ଼ାବିତଙ୍କୁ ନିଓମୋସନ୍ ବାଇକ୍ ଏବଂ ଜଣେ ଦୃଷ୍ଟିବାଧିତ ବ୍ୟକ୍ତିଙ୍କୁ ସ୍ମାର୍ଟ କେନ୍ ବିତରଣ କରାଯାଇଥିଲା।

ରାଜ୍ୟରେ ପ୍ରଥମ ଥର ପାଇଁ ନିଓମୋସନ୍ ଯାନ ପ୍ରଦାନ କରାଯାଇଛି। ଏହି ଅତ୍ୟାଧୁନିକ ଯାନଟି ବ୍ୟାଟେରିଚାଳିତ ତିନିଚକିଆ ଯାନ ହେବା ସହିତ ଆଗ ଚକକୁ ଫୋଲ୍ଡ କରି ହୁଇଲ୍‌ଚେୟାର ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ। ସହରାଞ୍ଚଳରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟରେ ଏହା ବେଶ୍ ସହାୟକ ସାବ୍ୟସ୍ତ ହେବ।

ଏହି ଯାନ ନନ୍ଦିକ ଗ୍ରାମର ଜାତୀୟସ୍ତରୀୟ ହୁଇଲ୍‌ଚେୟାର କ୍ରିକେଟ୍ ଖେଳାଳି ନିକୁ ପ୍ରଧାନ ଏବଂ ବାଘଳ ପଞ୍ଚାୟତର ଆନ୍ତର୍ଜାତୀୟ ଶଟ୍‌ପୁଟ୍ ଓ ଜାଭେଲିନ୍ ଖେଳାଳି ରଞ୍ଜନା ନାହକଙ୍କୁ ପ୍ରଦାନ କରାଯାଇଥିଲା।

ନିଓମୋସନ୍ ଯାନ ପାଇବା ପରେ ନିକୁ ପ୍ରଧାନ କହିଥିଲେ, "ସରକାରଙ୍କ ପକ୍ଷରୁ ଏହି ଅତ୍ୟାଧୁନିକ ଯାନ ପାଇ ମୁଁ ବହୁତ ଖୁସି। ଏହା ତିନିଚକିଆ ଯାନ ସହିତ ହୁଇଲ୍‌ଚେୟାର ଭାବରେ ମଧ୍ୟ ବ୍ୟବହାର କରିହେବ। ଥରେ ଚାର୍ଜ କଲେ ପ୍ରାୟ ୨୫ କିଲୋମିଟର ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାପ୍ରଶାସନ ସବୁବେଳେ ଆମକୁ ସହଯୋଗ କରିଆସିଛି। ଜିଲ୍ଲାପାଳ ଆମକୁ ସବୁବେଳେ ପ୍ରେରଣା ଦେଇଆସିଛନ୍ତି । ଏହି ଯାନ ମୋର ଦୈନନ୍ଦିନ ଜୀବନ ଓ କ୍ରିକେଟ୍ ଖେଳରେ ବେଶ୍ ସହାୟକ ହେବ।"

ଆନ୍ତର୍ଜାତୀୟ କ୍ରୀଡ଼ାବିତ ରଞ୍ଜନା ନାହକଙ୍କ ସମେତ ଅନ୍ୟ ହିତାଧିକାରୀମାନେ ମଧ୍ୟ ରାଜ୍ୟ ସରକାର ଏବଂ ଗଞ୍ଜାମ ଜିଲ୍ଲାପ୍ରଶାସନ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ସଂଯୋଜନା କରିଥିବାବେଳେ ଛତ୍ରପୁର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP