Breaking
News
Breaking
News
02-Aug-2026
ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡମପେଟ୍ଟା ସମୁଦ୍ରଜଳରେ ବୁଡ଼ି ଶିଶୁ ର ମୃତ୍ୟୁ !
ଓଡିଶା ଜନ ମତ,ଛତ୍ରପୁର, ତା.୨ / ୮,
କେ.ସତ୍ୟନାରାୟଣ ରେଡ୍ଡୀ :-------
ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପୋଡମପେଟ୍ଟା ବନ୍ଦର ସମୁଦ୍ରଜଳରେ ଜଣେ ଶିଶୁ ସ୍କୁଲ୍ ରୁ ଫେରି ତାଙ୍କ ଅଜା ଙ୍କ ସହ ସମୂଦ୍ରକୂଳ କୁ ସାଙ୍ଗରେ ଯାଇ ସମୁଦ୍ରରେ ବୁଡ଼ି ଯାଇଥିବା ଖବର ମିଳିଛି ।
ଏଠାରେ ସୂଚନା ଯୋଗ୍ୟ ଯେ` ସମୂଦ୍ରକୂଳିଆ ପୋଡମପେଟ୍ଟା ଅଞ୍ଚଳର ନୋଳିଆ ସମ୍ପ୍ରଦାୟର ମତ୍ସ୍ୟଜିବୀ ପରିବାରର ଲୋକେ ମୁଖ୍ୟତଃ ସମୂଦ୍ର ଉପରେ ନିର୍ଭର କରି ଜୀବିକା ନିର୍ବାହ କରନ୍ତି । ସେମାନଙ୍କର ପିଲା କୁଟୁମ୍ବ ସହ ସମୁଦ୍ର କୂଳିଆ ଅଞ୍ଚଳରେ ବସବାସ କରୁଥିବା ଏକ ସ୍ୱାଭାବିକ କଥା । କେତେବେଳେ କାହାର ସମୁଦ୍ର ଗର୍ଭରେ ଭାସି ବୁଡ଼ି ମରି ଯାଇଥିବା କଥା ଏକ ସାଧାରଣ କଥା ଅଟେ । ଏଭଳି ଅନେକ ଶହ ଶହ ହଜାର ହଜାର ସଂଖ୍ୟାରେ ମୃତ୍ୟ ବରଣ କରିଛନ୍ତି । ଏହି ଅନୁରୂପ ସଦୃଶ ଶନିବାର ଦିନରେ ଏଭଳି ଏକ ଦୁର୍ଭାଗ୍ୟ ଜନକ ଅଦ୍ଭବନୀୟ ଘଟଣା ଘଟିଯାଇଛି ।
ସମୁଦ୍ର କୂଳିଆ ପୋଡମପେଟ୍ଟା ଗ୍ରାମର ଏନ୍. ଗୁରେୟା ଙ୍କ ୭ବର୍ଷର ଶିଶୁ ପୁତ୍ର ଏନ୍.ଶିବା ଙ୍କ ସମୁଦ୍ରଜଳରେ ବୁଡ଼ି ମୃତ୍ୟୁ ଘଟିଛି । ଉକ୍ତ ଶିଶୁ ପୁତ୍ର ର ମୃତ ଦେହ କୁ ନେଇ ଛତ୍ରପୁର ଉପଖଣ୍ଡ ହସ୍ପିଟାଲ୍ ରେ ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଘଟଣା ସ୍ଥଳରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ତାଙ୍କ ସହ କର୍ମୀ ଙ୍କ ସହ ହସ୍ପିଟାଲ୍ ପରିଦର୍ଶନରେ ଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଉକ୍ତ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସମୁଦ୍ର କୂଳିଆ ଅଞ୍ଚଳର ପୋଡମପେଟ୍ଟା ଗ୍ରାମରେ ସୁରକ୍ଷିତ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର କରାଯିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ଲୋକେ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।।
BACK TO TOP