Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ଦେବଗିରି ପଞ୍ଚମୁଖେଶ୍ଵର ଶୈବ ପୀଠରେ ହଜାର, ହଜାର କାଉ ଡିଆ ଙ୍କ ସମାଗମ |

03-Aug-2026

ଶ୍ରାବଣର ପ୍ରଥମ ସୋମବାରରେ ଦେବଗିରି ପଞ୍ଚମୁଖେଶ୍ୱର ଶୈବପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ

ଓଡିଶା ଜନମତ ରାୟଗଡା , ୦୩/୦୮,

କାମେଶ୍ୱର କରକରିଆ : -----

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରସ୍ଥିତ ପ୍ରସିଦ୍ଧ ଦେବଗିରି ପଞ୍ଚମୁଖେଶ୍ୱର ଶୈବପୀଠରେ ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଭକ୍ତି ଓ ଆଧ୍ୟାତ୍ମିକତାର ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ବୋଲବମ ଭକ୍ତ ଓ ଶ୍ରଦ୍ଧାଳୁ ବାବା ପଞ୍ଚମୁଖେଶ୍ୱର ନୀଳକଣ୍ଠେଶ୍ୱରଙ୍କ ଦର୍ଶନ ପାଇଁ ଏଠାରେ ପହଞ୍ଚିଥିଲେ। ରବିବାର ସକାଳଠାରୁ ଦୂରଦୁରାନ୍ତରୁ ଆସିଥିବା ବୋଲବମ ଭକ୍ତମାନେ କଲ୍ୟାଣସିଂହପୁର ମା` ଗୁଣ୍ଡିଚା ମନ୍ଦିର ଓ ଗାୟତ୍ରୀ ମନ୍ଦିରରେ ରହିଥିଲେ। ସୋମବାର ଭୋରୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି ନାଗାବଳୀ ଓ କଲ୍ୟାଣୀ ନଦୀ ସଙ୍ଗମରୁ ପବିତ୍ର ଜଳ ଉଠାଇ ବୋଲ ବମ୍ ଧ୍ୱନିରେ ୫୪୫ଟି ପାହାଚ ଅତିକ୍ରମ କରି ଦେବଗିରି ପାହାଡ଼ ଶୀର୍ଷରେ ଦୁଇ ପାହାଡ଼ ମଧ୍ୟରେ ଅବସ୍ଥିତ ଶ୍ରୀଶ୍ରୀଶ୍ରୀ ପଞ୍ଚମୁଖୀ ସ୍ପଟିକ ଲିଙ୍ଗ ନୀଳକଣ୍ଠେଶ୍ୱରଙ୍କ ଉପରେ ଜଳାଭିଷେକ କରିଥିଲେ। ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରମୁଖ ଶୈବପୀଠ ଭାବେ ପରିଚିତ ଦେବଗିରିକୁ ପ୍ରତିବର୍ଷ ଶ୍ରାବଣ ମାସରେ ଲକ୍ଷାଧିକ ଭକ୍ତ ନିଜ ମନସ୍କାମନା ପୂରଣ ଆଶାରେ ଆସିଥାନ୍ତି। ଚଳିତ ବର୍ଷ ମଧ୍ୟ ପ୍ରଥମ ସୋମବାରରେ ଭକ୍ତଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା। ସମଗ୍ର ଦେବଗିରି ପାହାଡ଼ ହର ହର ମହାଦେବ ଓ ବୋଲ ବମ୍  ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ପାହାଡ଼ ଉପରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ, ଗୋଟିଏ ଉଣା କୋଟିଏ କୁଣ୍ଡ, ଧୋବା ଧୋବୁଣି କୁଣ୍ଡ ଓ ଶାନ୍ତ ପରିବେଶ ଶ୍ରଦ୍ଧାଳୁଙ୍କୁ ବେଶ୍ ଆକର୍ଷିତ କରିଥିଲା। ଦର୍ଶନ ପରେ ଭକ୍ତମାନେ ବାବା ପଞ୍ଚମୁଖେଶ୍ୱରଙ୍କ ଆଶୀର୍ବାଦ ଲାଭ କରି ନିଜକୁ ଧନ୍ୟ ମନେ କରିଥିଲେ। ପ୍ରଥମ ସୋମବାରରେ ଦେବଗିରି ଶୈବପୀଠରେ ଦେଖାଯାଇଥିବା ଭକ୍ତଙ୍କ ଢଳ ଓ ଭକ୍ତିମୟ ପରିବେଶ ସମଗ୍ର ଅଞ୍ଚଳକୁ ଶିବମୟ କରିଦେଇଥିଲା। ସେହିପରି ନାଗାବଳୀ ଓ କଲ୍ୟାଣୀ ନଦୀ ମୁହାଁ ନିକଟ ଶିବ ମନ୍ଦିର,ନାରାୟଣପୁର,ସୁନାଖଣ୍ଡି, ସୁଳିପଦର, ସିକରପାଇ, ଶିବ ମନ୍ଦିରରେ ମଧ୍ୟ ଭକ୍ତ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

News Comment

You Might Also Like

BACK TO TOP