Breaking News

ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||     

ଦୁଇ ସଉତୁଣୀ ଙ୍କ ବଚସା ଓ ଠେଲା ପେଲା ରେ ବଡ ମୃତ, ସାନ ଗିରଫ |

04-Aug-2026

ଦୁଇ ସଉତୁଣୀ ଙ୍କ ବଚସା ଓ ଠେଲା ପେଲା ରେ ସାନ ଠେଲିଦେବାରୁ କାନ୍ଥରେ ପିଟିହୋଇ ବଡ଼ ମୃତ, ସାନ ଗିରଫ  |

(ଥାନାରେ ଏତଲା ଦେଲେ ସ୍ୱାମୀ | 
 
 ଓଡିଶା ଜନ ମତ ବ୍ୟୁରୋ,

ଗୋଟିଏ ଘରେ ଦୁଇ ସ୍ତ୍ରୀ ଅର୍ଥାତ ଦୁଇ ସଉତୁଣୀ କେତେ ଭଲରେ ରହିଲେ ମଧ୍ୟ ବେଳେ ବେଳେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ, ଗାଳି ପ୍ରହାର ଓଶେଷରେ ପିଟା ପିଟି ହୋଈ ପରେ ସ୍ୱାମୀ ଙ୍କ ଉପସ୍ଥିତି ରେ ସମାଧାନ ହୋଇଥାଏ କିମ୍ବା ଗାଁର ଭଦ୍ର ଲୋକ ପୋଲିସ ମାଧ୍ୟମ ରେ ସମାଧାନ ହୋଇଥାଏ | ହେଲେ ଦୁଇ ସଉତୁଣୀ ଙ୍କ ଠେଲା ପେଲା ରେ ଯେ ଜଣଙ୍କ ଜୀବନ ଚାଲିଗଲା ଏପରି ଏକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅଧୀନ ନାକାମାମୁଡ଼ି ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା ।ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ନାକାମାମୁଡି ପଞ୍ଚାୟତ ପେଟିଆଗୁଡା ଗ୍ରାମରେ  ଶୁକ ରାସପେଡା ନାମକ ବ୍ୟକ୍ତି ତାଙ୍କର ଦୁଇ ସ୍ତ୍ରୀଙ୍କ ସହିତ ରହୁଥିଲେ। ଗତକାଲି ସୋମବାର ରାତିରେ କୌଣସି କାରଣରୁ ଏକ ଘରୋଇ କଲହରୁ  ଦୁଇ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବା ସହିତ ଉଭୟଙ୍କ ମଧ୍ୟରେ ଏହାକୁ ନେଇ ଧସ୍ତାଧସ୍ତି ଓ ଠେଲା ପେଲା ହୋଇଥିଲା। 
ଏହି ସମୟରେ ଶୁକଙ୍କ ସାନ ସ୍ତ୍ରୀ ସିଲିମା ରାସପେଦା ହଠାତ ବଡ଼   ସ୍ତ୍ରୀ  ସୁନିତା ରାସପେଦାଙ୍କୁ ଜୋରରେ ଠେଲି ଦେବାରୁ ସୁନିତା ସାମନାରେ ଥିବା କାନ୍ଥରେ ପିଟି ହେବା ଯୋଗୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏ ନେଇ ଶୁକ ଚିତ୍ରକୋଣ୍ଡା ଥାନାରେ ଦ୍ୱାରସ୍ତ ହୋଇ ଘଟିଥିବା ଘଟଣା ସମ୍ପର୍କରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲା। ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ ପକ୍ଷରୁ  ଚିତ୍ରକୋଣ୍ଡା ଥାନାରେ କେସ ନମ୍ବର-୧୭୭/୨୦୨୬ ରେ ଏକ ମାମଲା ରୁଜୁ କରାଯାଇଛି। ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇଙ୍କ ନିର୍ଦ୍ଧେଶ କ୍ରମେ ଏଏସଆଇ କରମ ଦାସ କଛିମଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ପହଁଞ୍ଚି ସୁନିତାଙ୍କ ମୃତ ଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ଚିତ୍ରକୋଣ୍ଡା ମେଡିକାଲକୁ ପଠାଇ ଶବ ବ୍ୟବଛେଦ କରାଇଥିଲେ। ଏହି ଘଟଣାରେ ଶୁକଙ୍କ ସାନ ସ୍ତ୍ରୀ ସିଲିମାକୁ ଗିରଫ କରିଛି ପୋଲିସ। ସୂଚନା ଥାଉକି, ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ମହିଳା ସୁନିତାଙ୍କ ଗତ ଦୁଇ ମାସ ପୂର୍ବେ ଏକ ସନ୍ତାନ ଜନ୍ମ ହୋଇଥିଲା। ଶବ ବ୍ୟବଛେଦ ସରିବା ପରେ ସୁନିତାଙ୍କ ମୃତ ଦେହକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ହସ୍ଥାନର କରିଛି। ଏହି ଘଟଣାର ତଦନ୍ତ ଏସଆଇ ସର୍ବେଶ୍ୱଏ ଭୋଇ ଜାରି ରଖିଛନ୍ତି ବୋଲି ଥାନା ଅଧିକାରୀ ଶ୍ରୀ ଖଣ୍ଡେଇ ସୂଚନା ଦେଇଛନ୍ତି।

News Comment

You Might Also Like

BACK TO TOP