Breaking News

ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||     

ରାଷ୍ଟ୍ରପତି ଙ୍କ ଭବନ ରେ ଶୋଭା ପାଇବ ତିନି ରଥର ତିନି ଚକ, ସମ୍ମତି ଦେଲେ ମହାମହିମ |

05-Aug-2026

ପୁରୀ ରଥଯାତ୍ରାର ତିନି ରଥର ତିନି ଚକ, ରାଷ୍ଟ୍ରପତି ଭବନ ରେ ଶୋଭା ପାଇବ,ମହାମହିମ ଦ୍ରୌପଦୀ ମୁର୍ମୁ ଦେଲେ ସମ୍ମତି |

ଓଡିଶା ଜନ ମତ ବ୍ୟୁରୋ, 

ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ନିର୍ମିତ ତିନିରଥର ତିନିଟି ଚକ ରାଷ୍ଟ୍ରପତି ଭବନରେ ସ୍ଥାପନ ପାଇଁ ସମ୍ମତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭୁବନେଶ୍ବରରେ ମହାମହିମଙ୍କୁ ଭେଟିଥିଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢ଼ୀ |  
ରାଷ୍ଟ୍ରପତି ଭବନରେ ସ୍ଥାପନ ହେବ ପୁରୀ ରଥଯାତ୍ରାର ତିନି ରଥ ଚକ,  ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ବ୍ୟବହୃତ ତିନି ରଥର ତିନିଟି ଚକ ରାଷ୍ଟ୍ରପତି ଭବନରେ ଶୋଭା ପାଇବ । ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏହି ସୂଚନା ଦେଇଛନ୍ତି । ଓଡ଼ିଶାର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାର ଏକ ସ୍ଥାୟୀ ପ୍ରତୀକ ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ `ନନ୍ଦିଘୋଷ`, ପ୍ରଭୁ ବଳଭଦ୍ରଙ୍କ `ତାଳଧ୍ୱଜ` ଏବଂ ଦେବୀ ସୁଭଦ୍ରାଙ୍କ `ଦର୍ପଦଳନ` ରଥର ଚକଗୁଡ଼ିକୁ ରାଷ୍ଟ୍ରପତି ଭବନରେ ସ୍ଥାପନ କରାଯିବା ନେଇ ମହାମହିମ ସମ୍ମତି ପ୍ରକାଶ କରିଛନ୍ତି ବୋଲି ମୁଖ୍ୟ ପ୍ରଶାସକଅରବିନ୍ଦ ପାଢ଼ୀ କହିଛନ୍ତି ।
ଶ୍ରୀଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକଅରବିନ୍ଦ ପାଢ଼ୀ କହିଛନ୍ତି," ମୁଁ ଗତକାଲି (ସୋମବାର) ଭୁବନେଶ୍ୱର ସ୍ଥିତ ଲୋକ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଏହି ପ୍ରସ୍ତାବ ଦେଇଥିଲି । ରାଷ୍ଟ୍ରପତି ଭବନରେ ରଥଯାତ୍ରାର ତିନିଟି ରଥର ତିନିଟି ଚକ ସ୍ଥାପନ କରିବାକୁ ସମ୍ମତି ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ଯାହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।"
ରାଷ୍ଟ୍ରପତି ଭବନରେ ସ୍ଥାପନ ହେବ ପୁରୀ ରଥଯାତ୍ରାର ତିନି ରଥର ତିନି ଚକ | ପ୍ରତିବର୍ଷ ରଥଯାତ୍ରା ପରେ ବାର୍ଷିକ ରଥଯାତ୍ରାରେ ବ୍ୟବହୃତ ତିନିଟି ରଥକୁ ଭଙ୍ଗାଯାଏ । କାଠର କିଛି ଅଂଶ ଜଗନ୍ନାଥ ମନ୍ଦିର ରୋଷଘରେ ବ୍ୟବହୃତ ହେଉଥିବା ବେଳେ ରଥର ଗୁରୁତ୍ୱପୂର୍ଣ୍ଣ ଅଂଶଗୁଡ଼ିକ ଭକ୍ତମାନଙ୍କ ମଧ୍ୟରେ ନିଲାମ କରାଯାଏ । ରଥଯାତ୍ରା ଉତ୍ସବ ପାଇଁ ପ୍ରତିବର୍ଷ ନୂଆ କାଠ ବ୍ୟବହୃତ ହୋଇ ନୂତନ ରଥ ନିର୍ମାଣ କରାଯାଏ ।
ରାଷ୍ଟ୍ରପତି ଭବନରେ ଓଡ଼ିଶାର ଐତିହ୍ୟ ସ୍ଥାନ ପାଇବା ଏହା ପ୍ରଥମ ଘଟଣା ନୁହେଁ । ଗତ ୨୦୨୪ ମସିହା ଅକ୍ଟୋବର ୨୯ ତାରିଖରେ, ପରିଦର୍ଶକମାନଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ, ପରମ୍ପରା ପ୍ରଦର୍ଶନ କରିବା ପାଇଁ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର ଏବଂ ଅମୃତ ଉଦ୍ୟାନରେ କୋଣାର୍କ ଚକର ଚାରିଟି ବାଲୁକାପଥର ପ୍ରତିକୃତି ସ୍ଥାପନ କରାଯାଇଥିଲା । ଓଡ଼ିଶାରେ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମଧ୍ୟ ପାଇଛି ।
ରାଷ୍ଟ୍ରପତି ଭବନରେ ସ୍ଥାପନ ହେବ ପୁରୀ ରଥଯାତ୍ରାର ତିନି ରଥ ଚକ 
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନକହିଛନ୍ତି,"ରାଷ୍ଟ୍ରପତି ଭବନରେ ମହାପ୍ରଭୁଙ୍କ ରଥ ଚକ ସ୍ଥାନ ପାଇବ, ଯାହା ଆମ ପାଇଁ ବହୁତ ଖୁସି ଓ ଗର୍ବର ବିଷୟ । ଜଣେ ଓଡ଼ିଆ ରାଷ୍ଟ୍ରପତିଙ୍କ ସମୟରେ ମହାପ୍ରଭୁଙ୍କ ରଥ ଚକ ରାଷ୍ଟ୍ରପତି ଭବନରେ ସ୍ଥାନ ପାଇବ ଆମ ପାଇଁ ବହୁତ ଖୁସି ଖବର । ରାଷ୍ଟ୍ରପତି ଭବନରେ ମହାପ୍ରଭୁଙ୍କ ରଥ ଚକ ସ୍ଥାନ ପାଇଲେ ଅନେକ ବିଶିଷ୍ଟ ଲୋକ ଏହାକୁ ଦେଖି ପାରିବେ । ଏହାଦ୍ଵାରା ଜଗନ୍ନାଥ ସଂସ୍କୃତି ସାରା ବିଶ୍ୱରେ ଆହୁରି ଅଧିକ ପ୍ରଚାର ପ୍ରସାର ହୋଇପାରିବ ।
କେଉଁ ରଥରେ କେତୋଟି ଚକ ଲାଗିଥାଏ:  ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ତିନିଟି ରଥ ବ୍ୟବହୃତ ହୋଇଥାଏ । ପ୍ରତିବର୍ଷ ଆଷାଡ଼ ଶୁକ୍ଲ ପକ୍ଷ ଦ୍ବିତୀୟ ତିଥିରେ ରଥାଯାତ୍ରାରେ, ରଥରେ ଚଢ଼ି ଶ୍ରୀଜଗନ୍ନାଥ ମନ୍ଦିର ରତ୍ନବେଦୀରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି ତିନିଠାକୁର । ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ 16ଟି ଚକ ଲାଗୁଥିବା ବେଳେ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ 12ଟି ଏବଂ ପ୍ରଭୁ ବଳଭଦ୍ରଙ୍କ ତାଲଧ୍ୱଜ ରଥରେ 14ଟି ଚକ ଲାଗିଥାଏ ।

News Comment

You Might Also Like

BACK TO TOP