Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |

07-Aug-2026

ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ଜିଲାପାଳ କହିଲେ ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ  | 

ଓଡିଶା ଜନ ମତ ବ୍ୟୁରୋ ,

ହଷ୍ଟେଲ ରୁ ପିଲା ଚାଲିଯିବା ଘଟଣାରେ ଜିଲ୍ଲାପାଳ ଙ୍କ କଡା ଆଭିମୁଖ୍ୟ ଯେଉଁମାନେ ଏହାର ପଛରେ  ଅଛନ୍ତି ସେମାନଙ୍କୁ କୌଣସି ମତେ ଛଡା ଯିବ ନାହିଁ  | ଏହି ଘଟଣା ଘଟିଛି ଝରିଙ୍ଗା ବ୍ଲକ ନବରଙ୍ଗପୁର ଜିଲ୍ଳାରେ!| ନବରଙ୍ଗପୁର ଜିଲା ଏକ ଆଦବାସୀ ବହୁଳ ଅଞ୍ଚଳ ଅଟେ। ସରକାର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ତଥା ଗୁଣାତ୍ମକ ଶିକ୍ଷା ଦେବା ନେଇ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସେହିପରି ଡ୍ରପ୍‌ ଆଉଟ ପିଲାଙ୍କୁ କିପରି ଶିକ୍ଷା ମିଳିପାରିବ, ଉତ୍ତମ ଖାଦ୍ୟ ପ୍ରଦାନ କରାଯାଇପାରିବ ସେଥିନେଇ ବହୁ ସ୍ଥାନରେ ହଷ୍ଟେଲମାନ ଖୋଲାଯାଇଛି। କିନ୍ତୁ ଭିତ୍ତିଭୂମି ଅଭାବ, ନିମ୍ନମାନର ଖାଦ୍ୟ ଅଭାବ, ରହିଥିବା ସହ ଶିକ୍ଷକମାନଙ୍କ ମାନବିକତା ଏବଂ ଆନ୍ତରିକତା ଅଭାବ ଏବଂ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଖାମଖିଆଲ ଯୋଗୁ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ଶତାଧିକ ପିଲା ଅତିଷ୍ଠ ହୋଇ ହାତରେ ବ୍ୟାଗ୍‌ ଧରି ୧୦ କିମି ଚାଲି ଯାଇଥିଲେ। ଶୁକ୍ରବାର ଏହି ଘଟଣାରେ ଜିଲାପାଳ ମହେଶ୍ୱର ସ୍ବାଇଁ, ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଜିଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ଜିଲା ମଙ୍ଗଳ ବିଭାଗୀୟ ଅଧିକାରୀ ପଲକା ରବୀନ୍ଦ୍ର ବିଦ୍ୟାଳୟରେ ପହଞ୍ଚି ଛାତ୍ରାବାସରେ ରହୁଥିବା ପିଲାଙ୍କ ସହ ଆଲୋଚନା କରି ଅଭିଯୋଗ କରୁଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
ସେହିପରି ବିଦ୍ୟାଳୟ ପରିସରରେ ରହିଥିବା ଅର୍ଦ୍ଧନିମ୍ନ ଶ୍ରେଣୀ ଗୃହ, ପାଇଖାନା, ରୋଷେଇ ଗୃହ, ଚାଉଳ ରଖାଯାଇଥିବା ଗୃହ ବୁଲି ଦେଖିଥିଲେ। ଏହାପରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ତଥା ପୂର୍ବତନ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ। ପିଲା ରହୁଥିବା ଛାତରୁ ପାଣି ଗଳୁଥିବା ବେଳେ ଛାତ ଉପରେ ପଲିଥିନ ପକାଯିବ ଏବଂ ପରେ ଛାତ ମରାମତି କରାଯିବ। ସେହିପରି ଆସନ୍ତା କାଲି ପାଇଖାନା ମରାମତି କରାଯିବ ନେଇ ଜିଲାପାଳ ଝରିଗାଁ ବିଡିଓଙ୍କୁ କହିଥିଲେ। ସେହିପରି ଛାତ୍ରାବାସରେ ପିଲାଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ କରାଯିବା ନେଇ ଏବଂ ପିଲାମାନେ ହଷ୍ଟେଲ ଛାଡି ଚାଲିଯିବା ନେଇ ଉପଜିଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯିବ ଏବଂ ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ।
ସେହିପରି ପିଲା ଛତ୍ରାବାସ ଛାଡ଼ିବା ଘଟଣା ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଦଣ୍ଡ ମିଳିବ,ଏଥିସହ ଏଠାରେ ୨ଶହ ବିଶିଷ୍ଟ ଛାତ୍ରାବାସର ନୂତନ କୋଠା ପାଇଁ ସରକାରଙ୍କୁ ଅନୁମୋଦନ ନିମନ୍ତେ ଯାଇଛି। ତାହା କିପରି ଶୀଘ୍ର ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିବା ନେଇ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ପ୍ରକାଶ କରିଛନ୍ତି।
ଏହି ଅବସରରେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନି, ଦୁଇ ଅତିରିକ୍ତ ଜିଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ୱାଳ, ଭରତ ଚନ୍ଦ୍ର ସାହୁ, ବିଡିଓ ମଧୁସୂଦନ ମାଝୀ, ଏଇ ବିନିତ୍‌ କୁମାର ମିଶ୍ର , ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ଏବିଇଓ ଦଶରଥ ଗଣ୍ଡ, ସିଆରସିସି ପଦାରବିନ୍ଦ ମହାଳିକ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନା ଯୋଗ୍ୟ ଗତ ଗୁରୁବାର ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ଭିତ୍ତିଭୂମି ଅଭାବ ସହ ହଷ୍ଟେଲ ଛାତ୍ରଙ୍କୁ ନିମ୍ନମାନର ଖାଦ୍ୟ ଦିଆ ଯାଉଥିବା ଯୋଗୁ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ପ୍ରାୟ୧୪୦ ଛାତ୍ର ଅସନ୍ତୁଷ୍ଟ ହୋଇ ବିଦ୍ୟାଳୟକୁ ଶିକ୍ଷକ ଆସିବା ପୂର୍ବରୁ ସକାଳ ପ୍ରାୟ ୯ ଟାରୁ ହାତରେ ବ୍ୟାଗ୍‌ ଧରି ପ୍ରାୟ ୧୦ କି. ମି ଚାଲିଯାଇଥିଲେ।
ପତ୍ର ସଂଖ୍ୟା ୪୫୨୦/ତା-୬.୮.୨୬ ଅନୁସାରେ ଜିଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ସାନଟେମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାରଣାଙ୍କୁ ନିଲମ୍ବିତ କରି ଝରିଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ କୁ ଅବସ୍ଥାପିତ କରିଛନ୍ତି!|

News Comment

You Might Also Like

BACK TO TOP