Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପୋଲସରା ମହାବିଦ୍ୟାଳୟ ରେ ଇ- ଗ୍ରନ୍ଥାଗାର ସହିତ ଅତିରିକ୍ତ ଗୃହ କୁ ଉଦଘାଟନ କଲେ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ |

11-Aug-2026

ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଓ ଇ-ଗ୍ରନ୍ଥାଗାର ଉଦଘାଟନ। 

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା,
 ତା.୧୧/୦୮/୨୦୨୬:- -----

ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ନୂତନ ଅତିରିକ୍ତ ଶ୍ରେଣୀଗୃହ ଓ ଇ-ଗ୍ରନ୍ଥାଗାର ଉଦଘାଟନ ହୋଇଯାଇଛି। ପୋଲସରା ବିଧାୟକ ତଥା ପ୍ରାଣୀସମ୍ପଦ ଓ ଅତି କ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ  ମନ୍ତ୍ରୀ  ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ୱାରା ନୂତନ ଅତିରିକ୍ତ ଶ୍ରେଣୀଗୃହ ଏବଂ ଇ -ଗ୍ରନ୍ଥାଗାର ଉଦଘାଟନ  ହୋଇଯାଇଛି। ଉଦଘାଟନ କାର୍ଯ୍ୟପରେ ଛାତ୍ର ଓ ଛାତ୍ରୀ , ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ବୃନ୍ଦଙ୍କୁ ନେଇ ଏକ  ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାକାର୍ଯ୍ୟକୁ  ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ଭଗବାନ ତ୍ରିପାଠୀ ସଭାପତିତ୍ୱ  କରିଥିଲେ।    କାର୍ଯ୍ୟକ୍ରମ ଆରମ୍ଭରେ ସେବା ନିବୃତ ରସାୟନ ବିଜ୍ଞାନ ବିଭାଗର ଡେମୋନଷ୍ଟେଟର ଡ଼ଃ ହୃଷୀକେଶ ଦାଶ ମହାବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ପ୍ରଦାନ ପୂର୍ବକ ସ୍ବାଗତ କରିଥିବା ବେଳେ ଏନସିସି କ୍ୟାଡେଟ ମାନେ ପାଛୋଟି ନେଇଥିଲେ। ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଛାତ୍ର ଛାତ୍ରୀଙ୍କୁ କଠୋର ପରିଶ୍ରମ ମାଧ୍ୟମରେ ଉଚିତ୍ ଶିକ୍ଷା ଆହରଣ କରିବା ସହ ସମାଜରେ ଜଣେ ଜଣେ ଉତ୍ତମ ଚରିତ୍ରବାନ୍ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ଏବଂ ମାତା, ପିତା,ଗୁରୁଙ୍କ ଭୂମିକା ସମ୍ପର୍କରେ ଦିଗଦର୍ଶନ ପ୍ରଦାନ କରିଥିଲେ। ଏହି ସମୟରେ ମନ୍ତ୍ରୀ ମହୋଦୟ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ନେଇ ଛାତ୍ରଛାତ୍ରୀମାନଙ୍କ ଠାରୁ ଅବଗତ ହେବାସହ ତ୍ୱରିତ ସମାଧାନ କରିବାର ପ୍ରତଶ୍ରୁତି ଏବଂ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସଭାରେ ସମ୍ମାନିତ ଅତିଥିଭାବେ  ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦେଶକ ଡ଼ଃ ନାରାୟଣ ବେହେରା, ପୋଲସରା  ବିଡ଼ିଓ ଶଶିଭୂଷଣ ମହାପାତ୍ର,ଘୁମୁସର ଜିଲ୍ଲା ଭାଜପା ପୂର୍ବତନ ଉପସଭାପତି ଶ୍ରୀଯୁକ୍ତ ପ୍ରଭାକର ପଣ୍ଡା, ଘୁମୁସର ଜିଲ୍ଲା ଭାଜପା ଯୁବମୋର୍ଚ୍ଚା ପୂର୍ବତନ ସଭାପତି ଦୀପକ କୁମାର ପ୍ରଧାନ,ନଗର ସାଂସଦ ପ୍ରତିନିଧି ସୀମାଞ୍ଚଳ ସାହୁ, ସେବାନିବୃତ୍ତ ପ୍ରଧାନ ଶିକ୍ଷକ କାମ୍ପ ବାଢେଇ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜେନ୍ଦ୍ର କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଉଦ୍ଭିଦ ବିଜ୍ଞାନ ବିଭାଗର ଅଧ୍ୟାପକ ଦେବାଶିଷ ସ୍ୱାଇଁ ପରିଚାଳନା କରିଥିବାବେଳେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଅଧ୍ୟାପକ ଡ଼. ବିରଞ୍ଚି ନାରାୟଣ ରଥ ମାନ୍ୟବର ମନ୍ତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ରଦାନ କରାଯାଇଥିବା ସ୍ମୃତିଫଳକ ସ୍ୱରୂପ  ମାନପତ୍ର ପଠନ କରିଥିଲେ। ବୈଦ୍ଧିକ ମନ୍ତ୍ରପାଠ ଇଂରାଜୀ ଅଧ୍ୟାପକ ଡ଼. ହରିଶ୍ଚନ୍ଦ୍ର ପାଇକ କରିଥିବା ବେଳେ ରାଜନୀତି ବିଜ୍ଞାନ ଅଧ୍ୟାପକ ଅନୀଲ କୁମାର ଦାଶ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ମଞ୍ଚାସୀନ ଅତିଥି, ଅନ୍ୟ ସମସ୍ତ ବ୍ୟକ୍ତିବିଶେଷ ଏବଂ ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ  ବିଶେଷ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP