Breaking News

ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||     

ପ୍ରଥମ ପୋଷ୍ଟିଙ୍ଗ ରେ କୋଟିଏ ଟଙ୍କା ର ଲାଞ୍ଚ ନେଇ ସିବିଆଇ ଜାଲରେ ଏସିପି |

11-Aug-2026

ପ୍ରଥମ ପୋଷ୍ଟିଂ IPS କୋଟିଏ ଟଙ୍କାର ଲାଞ୍ଚ  ବର୍ଦ୍ଦିରେ ଲାଗିଲା ଦାଗ  | ଓଡିଶା ଜନ ମତ ବ୍ୟୁରୋ, 

ଆଇନ ରକ୍ଷକ ଯଦି ଭକ୍ଷକ ହେବ ତେବେ ନ୍ୟୟ ମିଳିବ କାହାକୁ |  ଲକ୍ଷ, ଲକ୍ଷ ଜନତା ଙ୍କ ପ୍ରଶ୍ନ, ଟ୍ରେନିଙ୍ଗ ପରେ ଦେଶ ମାତୃକାର ସେବା କରିବାକୁ ଶପଥ ନେଇଥିବା ଲୋକଟି ଯଦି ଜନସାଧରଣ ଙ୍କୁ ଧୋକା ଦିଏ, ସେମାନଙ୍କୁ ଭୀଷଣ ଭାବେ ଠକି ଦିଏ, ତେବେ ଆଇନ ତାକୁ କିପରି ସଜ୍ଜା ଦେବ  | ଏପରି ଏକ ନିରାଟ ସତ୍ୟ ଘଟଣା ଉପରେ ଆସନ୍ତୁ ଜାଣିବା  ||ଇଞ୍ଜିନିୟର, ତା’ପରେ UPSC ଭଳି କଠିନ ପରୀକ୍ଷା ପାସ୍ କଲେ । ୩୭୭ ରାଙ୍କ, ଦେଶ ସେବାର ଶପଥ ନେଇ ପିନ୍ଧିଲେ ଖାକି ବର୍ଦ୍ଦି । ସମ୍ମାନଜନକ ଆଇପିଏସ୍ ପରିଚୟ ହାସଲ କଲେ । ହେଲେ ଏସବୁ ତପସ୍ୟାର ଫଳ ପାଉଁଶ ହୋଇଗଲା । ଟ୍ରେନିଂ ପରେ ପରେ ପ୍ରତମ ପୋଷ୍ଟିଂରେ ହିଁ ନିଜ ଖାକିରେ ଲଗାଇଦେଲେ ଦାଗ । ୧ କୋଟି ଟଙ୍କାର ଲାଞ୍ଚ ନେବା ମାମଲାରେ ଫଶି ଏବେ ସିବିଆଇ ରାଡାରରେ IPS ରାହୁଲ ବନସଲ୍ ।
ଏକଥା ଭାବିବା ବେଳକୁ ଖରାପ ଲାଗୁଛି । ଦେଶକୁ ଶୃଙ୍ଖଳାର ପାଠ ପଢ଼ାଉଥିବା ଜଣେ ଆଇପିଏସ୍ ଅଫିସରଙ୍କ ନାଁ ଯେବେ ନିଜ ପ୍ରଥମ ପୋଷ୍ଟିଂରେ ହିଁ ଲାଞ୍ଚ ନେବା ମାମଲାରେ ଆସେ ତାହାଲେ ଭାବନ୍ତୁ ଆଗକୁ କ’ଣ ହେବ ? ଆଇନଶୃଙ୍ଖଳାକୁ ସଜାଡ଼ି ରଖୁଥିବା  ଆପିଏସ୍ ଯଦି ଏଭଳି କାଣ୍ଡ ଘଟାନ୍ତି ତାହାଲେ ଆମ ସମାଜର କ’ଣ ହେବ ?
ରାଜସ୍ଥାନ ଜୟପୁରରେ ଜନ୍ମିତ ରାହୁଲ ବନସଲ୍ । କଠୋର ପରିଶ୍ରମ ପରେ ପଞ୍ଚମ ପ୍ରୟାସରେ ୨୦୨୨ରେ UPSC  ପରୀକ୍ଷାରେ ସଫଳ ହେଲେ । ଛତିଶଗଡ଼ କ୍ୟାଡରରେ ମିଳିଲା । ଆଇପିଏସ୍ ଅଧିକାରୀ ବନିଲେ । ହେଲେ ୧ କୋଟି ଟଙ୍କାର ଲାଞ୍ଚ ମାମଲା ତାଙ୍କୁ ବଦନାମ୍ କରିଦେଲା। 
ମାମଲା ଉତ୍ତରପ୍ରଦେଶ ସରବୁଜା ଜିଲ୍ଲାର, ଯେଉଁଠି ପ୍ରଥମ ପୋଷ୍ଟିଂ ପାଇଛନ୍ତି ଆଇପିଏସ୍ ରାହୁଲ ବନସଲ୍ । ତାଙ୍କ ଉପରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ ରାହୁଲ ବନସଲ୍ ସାଇବର କ୍ରାଇମ୍ର ଏକ କେସକୁ ରଫାଦଫା କରିବାକୁ ଅଭିଯୋଗକାରୀଙ୍କଠାରୁ ୧କୋଟି ଟଙ୍କାର ଲାଞ୍ଚ ନେବାକୁ ଦାବି କରିଥିଲେ । ହେଲେ ଏ ଟଙ୍କା ସିଧାସଳଖ ତାଙ୍କ ଆକାଉଣ୍ଟକୁ ନଯାଇ ବରଂ ଅନ୍ୟ ଆକାଉଣ୍ଟରେ କିସ୍ତିରେ ୫୦/ ୫୦ ହଜାର ଟଙ୍କା ଆକାରରେ ଦିଆଯାଇଥିଲା । ଏ ମାମଲାରେ ଅନ୍ୟ ଦୁଇ ପୁଲିସ ଅଧିାକରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ ହୋଇଛି । ଲାଞ୍ଚ ଦେବା ନେବାର ଫୋନ୍ କଲ୍ ରେକର୍ଡିଂକୁ ନେଇ ଅଭିଯୋଗକାରୀ ସିଧା ସିବିଆଇ ଆଗରେ ରଖିଥିଲେ । ଆଉ ଏବେ ଏ  ମାମଲା ଦିଲ୍ଲୀ ରାଉଜ୍ ଆଭେନ୍ୟୁ ସିବିଆଇ ସ୍ପେଶାଲ କୋର୍ଟରେ ପହଞ୍ଚିଗଲା । ଏ ମାମଲାରେ ସିବିଆଇ ଖୋଳତାଡ଼ କରୁଛି । 
ସ୍ପେଶାଲ ସିବିଆଇ ଜଜ୍  ଛତିଶଗଡ଼ ପୁଲିସ ମହାନିର୍ଦ୍ଦେଶକଙ୍କୁ ସିଧା ନିର୍ଦ୍ଦେଶ ଦେବା ଢ଼ଙ୍ଗରେ ପ୍ରଶ୍ନ କରିଛନ୍ତି, ଏହି ଟ୍ରେନି ଆଇପିଏସଙ୍କ ଉପରେ ଏବେଯାଏଁ କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି  ଏବଂ ଆକ୍ସନ୍ ଟେକେନ୍ ରିପୋର୍ଟ ତଲବ କରିଛନ୍ତି । ଆଇନଜୀବୀଙ୍କ କହିବା କଥା, ଯଦି ସିବିଆଇ କୋର୍ଟରେ ଯଦି ରାହୁଲ ବନ୍ସଲ ଦୋଷୀ ପ୍ରମାଣିତ ହୁଅନ୍ତି ତାହେଲେ ତାଙ୍କ ଆଇପିଏସ୍ କ୍ୟାରିୟର ଟ୍ରେନିଂ ସରିବା ଆଗରୁ ହିଁ ବାଜିରେ ଲାଗିଯିବ । 
ଇଞ୍ଜିନିୟର, ଇନକମ୍ ଟ୍ୟାକ୍ସ ଅଫିସରରୁ ଆଇପିଏସ୍ ବନିବାର ଯାତ୍ରା ଯୁବ ସମାଜ ପାଇଁ ପ୍ରେରଣା ହୋଇଥାନ୍ତେ । କିନ୍ତୁ ଅବସୋସ୍ ଖାକି ବର୍ଦ୍ଦି ପିନ୍ଧି ଅପରାଧ ରୋକିବାର ଦାୟିତ୍ବ ମିଳିଥିଲା ସେ ବର୍ଦ୍ଦିରେ ହିଁ ନିଜେ ଲାଞ୍ଚ ନେବାର ଦାଗ ଲାଗିଗଲା । 
ଅବଶ୍ୟ  କୌଣସି ଆଇପିଏସ୍ ଅଫିସର ଏଭଳି ଲାଞ୍ଚ ନେବା ଘଟଣା ନୂଆ ନୁହେଁ କିନ୍ତୁ ଟ୍ରେନିଂ ସମୟରେ ହିଁ ଜଣେ ଆଇପିଏସ୍ ଲାଞ୍ଚ ନେବାର ଭଳି ଘଟଣା ସମସ୍ତଙ୍କୁ ଝଟକା ଦେଇଛି । 
ଏବେ ପ୍ରଶ୍ନ, ଆମେ ଯେଉଁ ଭ୍ରଷ୍ଟାଚାର, ଦୁର୍ନୀତି କଥା କହୁଛେ, ଏସବୁର ମୂଳୋତ୍ପାଟନ କଥା କହଚୁଛେ ଏ କାମ କରିବ କିଏ । ଦୁର୍ନୀତି  ମୂଳପୋଛ କରିବା ବାଲା ଯଦି ନିଜେ ଦୁର୍ନୀତି କରିବେ ଜନତା ଭରସା କରିବେ କାହାକୁ । ଆଇନକୁ ସୁରକ୍ଷା ଦେବେ ବାଲା ଯଦି ଆଇନର ଡିଲ୍ କରିବେ ଜନତା ନ୍ୟାୟ ମାଗିବେ କାହାକୁ ?????

News Comment

You Might Also Like

BACK TO TOP