Breaking
News
Breaking
News
21-Aug-2026
ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ: ଡ଼ିମିରିପଲ୍ଲୀ ରେ ୭ ଜଣ ଗିରଫ ଗଗି ଫ ସହ ୫୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଓ ବାଇକ୍ ଜବତ|
ଓଡିଶା ଜନ ମତ ବ୍ୟୁରୋ,
ପୋଲିସ ଡାଳେ, ଡାଳେ ଗଲେ ଅପରାଧୀ ମାନେ ପତ୍ରେ, ପତ୍ରେ ଗତି କରନ୍ତି | ହେଲେ ସେମାନେ ଯେତେ ଚାଲାକ ହେଲେ ମଧ୍ୟ ଦିନା ନା ଦିନେ ସେହି ପୋଲିସ ଦ୍ୱାରା ଧରା ପଡନ୍ତି | ସେପରି ଏକ ଅପରାଧିକ କାର୍ଯ୍ୟ ଉପରେ ଚଢ଼ାଉ କରିଥିଲା ଗଞ୍ଜାମ ଜିଲ୍ଲା ଗଙ୍ଗାପୁର ଥାନା ଅନ୍ତର୍ଗତ ଡିମିରିପଲ୍ଲୀ ହରିଜନ ସାହି ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରି ୭ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି। ଗତ ୨୦ ତାରିଖ ସନ୍ଧ୍ୟାରେ ଗଙ୍ଗାପୁର ଥାନା ଏସ.ଆଇ. ବିନାୟକ ବିଧାରଙ୍କ ନେତୃତ୍ୱରେ ପୁଲିସ ଟିମ୍ ପ୍ୟାଟ୍ରୋଲିଂ କରୁଥିବା ସମୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଜୁଆଡ଼ିମାନେ ଗାଳିଗୁଲଜ ଓ ଧମକ ଦେଇ ଖସିପଳାଇବାକୁ ଉଦ୍ୟମ କରିଥିଲେ ହେଁ ପୁଲିସ ୭ ଜଣଙ୍କୁ ଘଟଣାସ୍ଥଳରୁ କାବୁ କରିଥିବା ବେଳେ ଅନ୍ଧାରର ସୁଯୋଗ ନେଇ ଅନ୍ୟ ୪ ଜଣ ଫେରାର ହୋଇଯାଇଥିଲେ।
ଗିରଫ ଅଭିଯୁକ୍ତମାନେ ହେଲେ ଭେଜିପୁଟର ବୁଲୁ ସ୍ୱାଇଁ, ଲାଲସିଂର ନୀଳାଞ୍ଚଳ ଜେନା, ଲଣ୍ଡେଇ ସାହିର ବିଜୟ କୁମାର ଦାଶ, ବଡ଼ବୋରସିଂର ବଳରାମ ମହାପାତ୍ର ଓ ଜଗନ୍ନାଥ ସ୍ୱାଇଁ, କାଇଣ୍ଡିର ବବୁଲୁ ବିଷୋୟୀ ଏବଂ ତୁରୁମୁର ସୀମାଞ୍ଚଳ ପ୍ରଧାନ। ପୁଲିସ ସେମାନଙ୍କ ନିକଟରୁ ନଗଦ ୫୨,୩୦୦ ଟଙ୍କା, ୭ଟି ମୋବାଇଲ୍ ଫୋନ୍, ୧୦୧ଟି ତାସ ପତ୍ତା ଏବଂ ଗୋଟିଏ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ମୋଟରସାଇକେଲ ଓଡି- ୩୨ -୨୮୭୭)ଜବତ କରିଛି ।
ଏହି ଜୁଆ ଆଡ୍ଡା ଚଲାଉଥିବା ମୁଖ୍ୟ ଆୟୋଜକ ଅଶୋକ ପ୍ରଧାନଙ୍କ ସମେତ ଫେରାର ଥିବା କାହ୍ନୁ ପ୍ରଧାନ, କେଶବ ସାହାଣୀ ଓ ଏମୁଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଏ ନେଇ ଗଙ୍ଗାପୁର ଥାନାରେ ଭାରତୀୟ ନ୍ୟାୟ ସଂହିତା ଧାରା ୨୯୬/୨୨୧/୩୫୧(୨) ଏବଂ ସେକ୍ସନ୍ 3 ଓପିଜି ଅଧିନିୟମ ଅନୁସାରେ ୩୭୮/୨୦୨୬ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଗାଙ୍ଗପୁର ଥାନାଧିକାରୀ ବନବିହାରୀ ପ୍ରଧାନ ସୂଚନା ଦେଇଛନ୍ତି ।
BACK TO TOP