Breaking
News
Breaking
News
21-Aug-2026
କନ୍ୟାରୀବାଡିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟର ହାତ ବଢ଼େଇଲେ କବିସୂର୍ଯ୍ୟନଗର ବିଧାୟକ l
ଓଡିଶା ଜନମତ,ବେଗୁନିଆପଡ଼ା :21/08/26 ::
ଭଞ୍ଜ କିଶୋର ମହାରଣା
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ କନ୍ୟାରିବାଡି ଗ୍ରାମରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ଆଜି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଭେଟି ସାହାଯ୍ୟର ହାତ ବଢ଼ାଇଛନ୍ତି l ଆଜି ଅପରାହ୍ନରେ ବିଧାୟକ ଶ୍ରୀ ନାୟକ ଅସହାୟଙ୍କ ଘରେ ପହଞ୍ଚି ସେମାନଙ୍କ ଦୁଃଖରେ ସମଦୁଃଖୀ ହୋଇ ସମବେଦନା ଜଣାଇବା ସହ ପିଲାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହାସହ ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆବାସ, ସୂର୍ଯ୍ୟ ଘର, ପିଲାମାନଙ୍କ ପାଠପଢା, ରାସନ କାର୍ଡ଼ରେ ନାମ ଲେଖାଇବା ଆଦି କଥା ବୁଝି ସମ୍ପୃକ୍ତ ବିଭାଗୀୟ ଆଦିକାରୀଙ୍କ ସହ କଥାହୋଇ ନିଶ୍ଚିତ କରିଥିଲେ l ବିଧାୟକଙ୍କ ସହାନୁଭୂତି ଅତ୍ୟନ୍ତ ପ୍ରଶଂସନୀୟ ବୋଲି ଗ୍ରାମବାସୀ ପ୍ରକାଶ କରିଥିଲେ l ପ୍ରକାଶ ଥାଉକି 2025 ମସିହାରେ ସେମାନଙ୍କ ବାପା ବାହନ ଡାକୁଆ (40) ଙ୍କ ଦେହାନ୍ତ ହୋଇଥିଲା । ଦୁଃଖ କଷ୍ଟରେ ମା ସୁକାନ୍ତି 4 ସନ୍ତାନକୁ ନେଇ ଯେନେତେନେ ପ୍ରକାରେ ଚଳି ଆସୁଥିଲେ । ବିଧିର ବିଧାନ କେତେ ଦାରୁଣ । ଗତ 7 ତାରିଖ ଦିନ ତାଙ୍କ ମା ସୁକାନ୍ତି ଡାକୁଆ (36) ଙ୍କ ଦେହାନ୍ତ ହୋଇଯାଇଛି । ଘରେ 75 ବର୍ଷୀୟ ବୁଢ଼ୀ ମା। । ଏବେ କୁନି କୁନି ଚାରି ଛୁଆଙ୍କ ସାହାରା ହେବ କିଏ ? ଚାରି ଛୁଆଙ୍କ ମଧ୍ୟରେ 3 ଝିଅ ଜଣେ ପୁଅ । ଘରେ ଟଙ୍କା ପଇସା ବୋଲି କିଛି ନାହିଁ । ଚାରି ଛୁଆଙ୍କ ମଧ୍ୟରୁ ବଡ ଝିଅ ପୂଜା ର ବୟସ ହେଉଛି 16 ବର୍ଷ । ସେ କଲେଜରେ ପଢୁଛି । ମଝିଆ ଝିଅ ଲିଜା ବୟସ (13) ସେ ଅଷ୍ଟମ ଶ୍ରେଣୀରେ ପଢୁଛି । ସାନ ଝିଅ ରାତ୍ରୀ ବୟସ (10) ସେ ପଞ୍ଚମ ଶ୍ରେଣୀରେ ପଢୁଛି । ସବା ସାନ ହେଉଛି ପୁଅ ଭାଗବତ ଯାହାର ବୟସ ମାତ୍ର 2 ବର୍ଷ । ଏଭଳି ଦୁଃଖଦ ଘଟଣା ଯିଏ ଶୁଣୁଛି ତା ଆଖରୁ ଲୁହ ଝରି ପଡ଼ୁଛି । ବର୍ତ୍ତମାନ ଅଜା ଆଇ ଏହି ଛୁଆ ମାନଙ୍କର ଦାୟୀତ୍ବ ନେଉଛନ୍ତି । ସେମାନଙ୍କ ଆର୍ଥିକ ପରିସ୍ଥିତି ମଧ୍ଯ ସ୍ୱଚ୍ଛଳ ନାହିଁ । ଗୋଟିଏ ପଟେ ଚାରି ଛୁଆଙ୍କ ଚଳିବା ପାଇଁ ଟଙ୍କାର ଆବଶ୍ୟକତା ଥିବା ବେଳେ କେବଳ ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟକୁ ଚାହିଁ ରହିଛନ୍ତି l
BACK TO TOP