Breaking
News
Breaking
News
23-Aug-2026
ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଓ କୋଟଗଡ ବିଡିଓ ବ୍ଲକ ଦୁର୍ଗମ କୁଟିଆ ଅଞ୍ଚକ ବୁଲି ସମସ୍ୟା ବୁଝିଲେ |
ଓଡିଶା ଜନ ମତ ବ୍ୟୁରୋ,
ରାଜ୍ୟରେ ଏପରି କିଛି ସରକାରୀ ଅଧିକାରୀ ଅଛନ୍ତି ସେମାନେ ଦେବଦୂତ ଭଳି ଗରିବ, ଆଦିବାସୀ , ହରିଜନ ଓ ପଛୁଆବର୍ଗ ର ଲୋକମାନଙ୍କପାଖକୁ ଯାଇ ସେମାନଙ୍କ ଅସୁବିଧା, ଓଭଲ ମନ୍ଦ ପଚାରି ବୁଝି ସେମାନଙ୍କ ସମସ୍ୟା କୁ ସମାଧାନ କରିଥାନ୍ତି | ଏପରି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ କୁଟିଆ ଅଞ୍ଚଳ ଗସ୍ତ କରି ସମସ୍ୟା ଅନୁଧ୍ୟାନ କରିଛନ୍ତି କନ୍ଧମାଳ ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଶମ୍ଭୁନାଥ ନନ୍ଦୀ ଓ କୋଟଗଡ଼ ବିଡିଓ ଚିନ୍ମୟ ମହାନନ୍ଦ। ଭାଲୁଗୁଡ଼ା, ଡିମିଲ ଲିଡ୍ରାଙ୍ଗ, କାଣିବାରୁ, ଗଲମପାଙ୍ଗ ଓ ପୁଦୃଙ୍ଗ ଭଳି ଗାଁରେ କୁଟିଆ ସମ୍ପ୍ରଦାୟର ଲୋକେ ବସବାସ କରୁଛନ୍ତି।ବଣ୍ଡାପିପିଲିଠାରୁ ପ୍ରାୟ ୨୦ରୁ ୨୫ କିଲୋମିଟର ଦୂରରେ ଥିବା ଏହି ଅଞ୍ଚଳକୁ ଏବେ ବି ସୁଗମ ସଡ଼କ ନଥିବାରୁ ଲୋକେ ସ୍ୱାସ୍ଥ୍ୟସେବା, ପାନୀୟଜଳ, ରାସନ ସମେତ ବିଭିନ୍ନ ମୌଳିକ ସୁବିଧା ପାଇବାରେ ଅସୁବିଧା ଭୋଗୁଛନ୍ତି। ରାସ୍ତା ଅଭାବରୁ ପିଏମ୍ ଜନମନ ଯୋଜନାର ସୁବିଧା ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚିପାରୁନଥିବା ଅଭିଯୋଗ ରହିଛି।ସମସ୍ୟା ସମ୍ପର୍କରେ ଜାଣିବା ପରେ ସିଡିଓ ଶ୍ରୀ ନନ୍ଦୀଙ୍କ ନେତୃତ୍ୱରେ ଏକ ଟିମ୍ ଗୁରୁବାର ଦୁର୍ଗମ ଅଞ୍ଚଳ ଗସ୍ତ କରିଥିଲେ। କିଛି ଦୂର ବାଇକ୍ରେ ଯିବା ପରେ ଅଧିକାରୀମାନେ କାଦୁଅ ଚଲା ରାସ୍ତାରେ ଚାଲିଚାଲି ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ସମସ୍ୟା ଶୁଣିଥିଲେ।
ଅଞ୍ଚଳକୁ ସଡ଼କ ସଂଯୋଗ ପାଇଁ ଆବଶ୍ୟକତା ଅନୁଯାୟୀ ଆରଡି ବିଭାଗ ଓ କୋଟଗଡ଼ ପଞ୍ଚାୟତ ସମିତି ମାଧ୍ୟମରେ କାର୍ଯ୍ୟ କରାଯିବା ନେଇ ସିଡିଓ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଞ୍ଚଳର ଆର୍ଥିକ ବିକାଶ ପାଇଁ କେକେଡିଏ ବେଲଘର ମାଧ୍ୟମରେ ଉପଯୋଗୀ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି।
BACK TO TOP