Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଗଣ୍ଡଳା ଗାଁ ପୋଖରୀ ନିଲାମକୁ ବାତିଲ ପାଈଁ ଗ୍ରାମବାସୀ ବିଡ଼ିଓ ଓ ସରପଞ୍ଚ ଙ୍କୁ ଦେଲେ ଦାବିପତ୍ର ||

25-Aug-2026

ଗଣ୍ଡଳା ଗାଁ ବନ୍ଧ ନିଲାମୀକୁ ବାତିଲ ଦାବି; ପଞ୍ଚାୟତ ଓ ବିଡିଓଙ୍କୁ ଦାବିପତ୍ର ।

ଗ୍ରାମବାସୀଙ୍କ ତୀବ୍ର ପ୍ରତିବାଦ; ସର୍ବସାଧାରଣଙ୍କ ବ୍ୟବହାରରେ ଥିବା ବନ୍ଧକୁ ନିଲାମ କରାଯାଇଥିବା ନେଇ ଅସନ୍ତୋଷ ।

 ଓଡିଶା ଜନ ମତ, ହିଞ୍ଜିଳିକାଟୁ, ୨୫/୦୮,

କୃଷ୍ଣ ଚନ୍ଦ୍ର ସାମନ୍ତରା :-----

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଗଣ୍ଡଳା ଗ୍ରାମର ଗାଁ ବନ୍ଧ ନିଲାମୀକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ବର୍ଷ ଧରି ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାରରେ ରହିଥିବା ଏହି ବନ୍ଧକୁ ଚଳିତ ବର୍ଷ ନିଲାମ କରାଯାଇଥିବାରୁ  ଜନ ସାଧାରଣ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ଏବଂ ଏହାକୁ ତୁରନ୍ତ ବାତିଲ କରିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ମଙ୍ଗଳବାର ଅପରାହ୍ନ ୧୨ ଟା ସମୟରେ ଗ୍ରାମବାସୀମାନେ ଏକତ୍ରିତ ହୋଇ ଗଣ୍ଡଳା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ପ୍ରତିନିଧି ଅଜୁ ସେଠୀଙ୍କୁ ସାକ୍ଷାତ କରିବା ସହିତ ଗାଁ ବନ୍ଧର ନିଲାମୀ କୁ ବାତିଲ କରିବା ଦାବିରେ ଦାବିପତ୍ର ପ୍ରଦାନ କରିଥିଲେ। ପରେ ଗ୍ରାମବାସୀମାନେ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାଗରିକା ଷଡ଼ଙ୍ଗୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ନିଲାମୀ ବାତିଲ ପାଇଁ ଦାବିପତ୍ର ଦେଇଥିଲେ। ଗ୍ରାମବାସୀଙ୍କ କହିବାନୁଯାୟୀ, ଗଣ୍ଡଳା ଗ୍ରାମର ଏହି ବନ୍ଧ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ବିଭିନ୍ନ ନିତ୍ୟ ଆବଶ୍ୟକତାରେ ଆସିଆସୁଛି। ଏହି ବନ୍ଧ ଉପରେ ଗ୍ରାମର ଅନେକ ପରିବାର ନିର୍ଭରଶୀଳ ଥିବା ବେଳେ ହଠାତ୍‌ ଏହାକୁ ନିଲାମ କରାଯିବା ଘଟଣାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଗ୍ରାମବାସୀଙ୍କ ଅଭିଯୋଗ ହେଉଛି, ଦୀର୍ଘ ବର୍ଷ ଧରି ବନ୍ଧଟିର କୌଣସି ନିଲାମୀ ହୋଇନଥିଲା। ତେବେ ଚଳିତ ବର୍ଷ ହଠାତ୍‌ ନିଲାମୀ କରାଯାଇଥିବାରୁ ଲୋକଙ୍କ ଦୈନ ଦିନ ଧରି ବ୍ୟବହୂତ କାର୍ଯ୍ୟରେ ଆସୁଥିବା ଏହି ଗାଁ ବନ୍ଧ ନିଲାମୀ କୁ  ବାତିଲ କରିବା ପାଇଁ ଦାବି ହୋଇଛି। ଏହାସହ ଏହି ଘଟଣାରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରଭାବ କିମ୍ବା ନିର୍ଦ୍ଦେଶରେ ନିଲାମୀ କରାଯାଇଥିବା ନେଇ ଗ୍ରାମରେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । କିଛି ବ୍ୟକ୍ତି ବିଶେଷ ଲାଭ ପାଇବା ଉଦ୍ଦେଶ୍ୟ ରେ ପଞ୍ଚାୟତରେ ଚାପ୍ ପକେଇ ଏହି ନିଲାମୀ ଡାକିଥିବା ନେଇ ସାଧାରଣ ରେ ଚର୍ଚ୍ଚା ହେଉଛି ।ଗ୍ରାମବାସୀମାନେ ଦାବିପତ୍ରରେ ଗାଁ ବନ୍ଧର ନିଲାମୀକୁ  ବାତିଲ କରିବା ପାଇଁ ଦାବି କରିଛନ୍ତି। ଗ୍ରାମବାସୀଙ୍କ ମତରେ, ସର୍ବସାଧାରଣଙ୍କ ନିତ୍ୟ ବ୍ୟବହାରରେ ଥିବା ଏଭଳି ଜଳାଶୟ ସମ୍ପର୍କରେ କୌଣସି ନିଷ୍ପତ୍ତି ନେବାବେଳେ ସ୍ଥାନୀୟ ଲୋକଙ୍କ ହିତ ଏବଂ ସୁବିଧାକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। ତେଣୁ ଗ୍ରାମବାସୀଙ୍କ ଦାବିକୁ ପ୍ରଶାସନ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ଉଚିତ ପଦକ୍ଷେପ ନେଉ ବୋଲି ଦାବି ହୋଇଛି।
ଦାବିପତ୍ର ପ୍ରଦାନ ସମୟରେ ସୁଧାଂଶୁ ସାହୁ, ଦିଲୀପ ସେଠୀ, ଗୋପାଳକୃଷ୍ଣ ସାବତ, ରାମକୃଷ୍ଣ ପଣ୍ଡା ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।ଏବେ ପ୍ରଶ୍ନ ଉଠୁଛି—ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହା ଉପରେ ପ୍ରଶାସନର ପଦକ୍ଷେପକୁ ଏବେ ଅପେକ୍ଷା କରିଛନ୍ତି ଗଣ୍ଡଳା ଗ୍ରାମବାସୀ। 

News Comment

You Might Also Like

BACK TO TOP