Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||

27-Aug-2026

ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତସନ୍ତ ଚାଷୀ, ଆଉ ମାତ୍ର ୪ ଦିନରେ ୮୦୦ରୁ ଅଧିକଙ୍କ ପଞ୍ଜିକରଣ ଚ୍ୟାଲେଞ୍ଜ

ସର୍ଭର ଡାଉନ୍ ଓ ଲିଙ୍କ ଫେଲ୍ ସମସ୍ୟାରେ ଫେରୁଛନ୍ତି ଚାଷୀ; ପଞ୍ଜିକରଣ ସମୟସୀମା ବୃଦ୍ଧି ପାଇଁ ଦାବି

ଓଡିଶା ଜନମତ ରାୟଗଡା, ୨୭/୦୮,

କାମେଶ୍ୱର କରକରିଆ ;------

କଲ୍ୟାଣସିଂହପୁର ବ୍ଲକରେ ଚାଷୀ ପଞ୍ଜିକରଣକୁ ନେଇ ଦେଖାଦେଇଛି ଚରମ ଅବ୍ୟବସ୍ଥା। ବ୍ଲକରେ ୧୮ଶହରୁ ଅଧିକ ଚାଷୀଙ୍କ ପଞ୍ଜିକରଣ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୦୫୦ଜଣ ଚାଷୀଙ୍କ ପଞ୍ଜିକରଣ ହୋଇଛି। ଫଳରେ ଆହୁରି ପାଖାପାଖି ୮୦୦ ଚାଷୀ ପଞ୍ଜିକରଣରୁ ବଞ୍ଚିତ ରହିଛନ୍ତି। ଅନ୍ୟପଟେ ପଞ୍ଜିକରଣ ପାଇଁ ଆଉ ମାତ୍ର ୪ ଦିନ ସମୟସୀମା ବାକି ଥିବାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏନେଇ କଲ୍ୟାଣସିଂହପୁର ଚାଷୀ ମହାସଂଘର ସଭାପତି ଶ୍ରୀନିବାସ ଚୌଧୁରୀ ଅଭିଯୋଗ କରି କହିଛନ୍ତି ଯେ, ଅଳ୍ପ କିଛି ଦିନ ମଧ୍ୟରେ ଏତେ ସଂଖ୍ୟକ ଚାଷୀଙ୍କ ପଞ୍ଜିକରଣ କରିବା ଏକ ବଡ଼ ଚ୍ୟାଲେଞ୍ଜ। କଲ୍ୟାଣସିଂହପୁର ବ୍ଲକ ଏକ ଆଦିବାସୀବହୁଳ ଓ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅନେକ ଚାଷୀ ପ୍ରାୟ ୩୦ କିଲୋମିଟର ଦୂରଦୂରାନ୍ତରୁ ପଞ୍ଜିକରଣ କେନ୍ଦ୍ରକୁ ଆସୁଛନ୍ତି। କିନ୍ତୁ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ମଧ୍ୟ ପଞ୍ଜିକରଣ ନହୋଇ ନିରାଶ ହୋଇ ଫେରିଯାଉଥିବା ଅଭିଯୋଗ ହୋଇଛି। ଚାଷୀଙ୍କ ଅଭିଯୋଗ ଅନୁସାରେ, କେତେବେଳେ ସର୍ଭର ଡାଉନ୍, ତ ଆଉ କେତେବେଳେ ଲିଙ୍କ ଫେଲ୍ ହେବା ଯୋଗୁଁ ପଞ୍ଜିକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଦୂରଦୂରାନ୍ତରୁ ଆସିଥିବା ଚାଷୀମାନେ ସାରାଦିନ ଅପେକ୍ଷା କରି ଶେଷରେ ନିରାଶ ହୋଇ ଘରକୁ ଫେରୁଥିବା ଦେଖିବାକୁ ମିଳୁଛି।
ଅନ୍ୟପଟେ, ପଞ୍ଜିକରଣ କେନ୍ଦ୍ର ନିକଟରେ ଥିବା ଲ୍ୟାମ୍ପସ୍ କାର୍ଯ୍ୟାଳୟକୁ ଚାଷୀଙ୍କ ଭିଡ଼ ବଢ଼ୁଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାରେ ସମୟ ସମୟରେ ଯାତାୟାତ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ମଧ୍ୟ ରହିଛି। ଫଳରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ଯାତାୟାତରେ ବ୍ୟାଘାତ ଘଟିବାର ଆଶଙ୍କା ପ୍ରକାଶ ପାଇଛି। ପଞ୍ଜିକରଣ ସ୍ଥଳରେ ଚାଷୀଙ୍କ ପାଇଁ ଉପଯୁକ୍ତ ପାନୀୟ ଜଳ, ସୁରକ୍ଷିତ ଆଶ୍ରୟସ୍ଥଳୀ ଓ ସୁରକ୍ଷା ବ୍ୟବସ୍ଥାର ଅଭାବ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏଭଳି ଅବ୍ୟବସ୍ଥା ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ଚାଷୀମାନେ ନାନା ହଇରାଣ ହେଉଛନ୍ତି। ସମସ୍ୟା ଦିନକୁ ଦିନ ଗୁରୁତର ହେଉଥିଲେ ସୁଦ୍ଧା ସମବାୟ ସମିତିର ସଦସ୍ୟସଦସ୍ୟାମାନେ ନିରବଦ୍ରଷ୍ଟା ସାଜିଥିବା ନେଇ ଚାଷୀ ମହାସଂଘ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ବ୍ଲକରେ ୭ଟି ସ୍ଥାନରେ ଲ୍ୟାମ୍ପସ୍ ମାଧ୍ୟମରେ ପଞ୍ଜିକରଣ ପରିଚାଳନା ହେବାକୁ ବ୍ୟବସ୍ଥା ଥିଲେ ସୁଦ୍ଧା ବର୍ତ୍ତମାନ କଲ୍ୟାଣସିଂହପୁର ସମବାୟ ସମିତିରେ ହିଁ ପଞ୍ଜିକରଣ ପରିଚାଳନା ହେଉଥିବା ଲ୍ୟାମ୍ପସ୍ ପରିଚାଳନା ଅଧିକାରୀ ନିରଞ୍ଜନ ସିଲ୍ଲା ପ୍ରକାଶ କରିଛନ୍ତି। ଏହି କାରଣରୁ ଗୋଟିଏ ସ୍ଥାନରେ ଚାଷୀଙ୍କ ଅତ୍ୟଧିକ ଭିଡ଼ ଜମୁଥିବା ଅଭିଯୋଗ ହେଉଛି। ଚାଷୀଙ୍କ ଏହି ସମସ୍ୟା ନେଇ ପୂର୍ବରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କଲ୍ୟାଣସିଂହପୁର ଚାଷୀକୂଳ ପକ୍ଷରୁ ଅନୁରୋଧ କରାଯାଇଥିଲେ ସୁଦ୍ଧା କୌଣସି ପ୍ରଭାବୀ ପଦକ୍ଷେପ ନିଆଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏବେ ମାତ୍ର ୪ ଦିନ ସମୟ ବାକି ଥିବାରୁ ଅବଶିଷ୍ଟ ପ୍ରାୟ ୮୦୦ ଚାଷୀଙ୍କ ପଞ୍ଜିକରଣ କିପରି ସମ୍ପୂର୍ଣ୍ଣ ହେବ, ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ତେଣୁ କଲ୍ୟାଣସିଂହପୁର ଚାଷୀକୂଳ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ନିକଟରେ ପଞ୍ଜିକରଣର ସମୟସୀମା ବୃଦ୍ଧି କରିବା ସହ ବ୍ଲକର ବିଭିନ୍ନ ସ୍ଥାନରେ ଅତିରିକ୍ତ ପଞ୍ଜିକରଣ କେନ୍ଦ୍ର ଖୋଲିବା ଓ ଚାଷୀଙ୍କ ପାଇଁ ମୌଳିକ ସୁବିଧା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି। ଆଗାମୀ ୪ ଦିନ ମଧ୍ୟରେ ପ୍ରଶାସନ କିଭଳି ପଦକ୍ଷେପ ନେଉଛି ଏବଂ ବଞ୍ଚିତ ଚାଷୀଙ୍କ ପଞ୍ଜିକରଣ ସମ୍ଭବ ହେଉଛି କି ନାହିଁ, ତାହା ଏବେ ଦେଖିବାର ବିଷୟ।

News Comment

You Might Also Like

BACK TO TOP