Breaking News

ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||      ବିଧାୟକ ଙ୍କ ଦ୍ୱାରା ପାଣ୍ଡିଆ ପଞ୍ଚାୟତ ହିତାଧିକାରୀ ଙ୍କୁ ରାସନ କାର୍ଡ ଓ ଭତ୍ତା ଟଙ୍କା ପ୍ରଦାନ ||   (26-Aug-2026)       ||      ମରଣ ଯନ୍ତା ପାଲିଟିଛି ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତା!|    (26-Aug-2026)       ||      ଖଡ଼ଗ ନଦୀରେ ଡ଼ଙ୍ଗା ବୁଡି ଭାସିଗଲେ ଶଶୁର ବୋହୁ,    (26-Aug-2026)       ||      ପଦ୍ମପୁର ର ପୂର୍ବତନ ବିଧାୟକ ଙ୍କ ପରଲୋକ |   (26-Aug-2026)       ||      ସାପ କାମୁଡା ରେ ମୁଣ୍ଡୁଳା ଗ୍ରାମର ମହିଳା ମୃତ |    (26-Aug-2026)       ||     

ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |

27-Aug-2026

ରାୟଗଡ଼ା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣାର ପର୍ଦ୍ଦାଫାସ: ୩ ଗିରଫ, ଚୋରି ମୂର୍ତ୍ତି ଓ ଗାଡ଼ି ଜବତ |

ଓଡିଶା ଜନମତ ରାୟଗଡ଼ା,୨୭/୮,

କାମେଶ୍ୱର କରକରିଆ ;-- ------

ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ପେଣ୍ଟା ଶିବ ମନ୍ଦିରରେ ଘଟିଥିବା ଏକ ଚୋରି ଘଟଣାର ପୋଲିସ ସଫଳତାର ସହ ପର୍ଦ୍ଦାଫାସ କରିଛି। ଗତ ଅଗଷ୍ଟ ୨୫ ଓ ୨୬ ତାରିଖ ମଧ୍ୟରାତ୍ରିରେ ଏହି ଚୋରି ହୋଇଥିଲା। ପେଣ୍ଟା ଶିବ ମନ୍ଦିରର ପୂଜକ ସି.ଏଚ୍. ନାଗରାଜୁ ଗତ ୨୫ ତାରିଖ ସକାଳେ ମନ୍ଦିରରେ ତାଲା ପକାଇ ନିଜ ଘରକୁ ଯାଇଥିଲେ। ତେବେ ୨୬ ତାରିଖ ସକାଳେ ସେ ଆସି ଦେଖିବା ବେଳକୁ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭଙ୍ଗା ଯାଇଥିଲା। ଭିତରକୁ ଯାଇ ଦେଖିଲା ବେଳକୁ ପ୍ରଭୁ ଶିବ ଓ ମାତା ପାର୍ବତୀଙ୍କ ଧାତୁ ମୂର୍ତ୍ତି ସମେତ ଅନ୍ୟାନ୍ୟ ପୂଜା ସାମଗ୍ରୀ କେହି ଦୁର୍ବୃତ୍ତ ଚୋରି କରି ନେଇଥିଲେ। ଏନେଇ ସେ ଚାନ୍ଦିଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ାର ମନୋଜ ଦୁର୍ଗା ଏବଂ ପବନ ଗଣ୍ଟା ତଥା ଅମ୍ଳାଭାଟାର ଆଲ୍ଲୁ ହରେକୃଷ୍ଣ। ଜେରା ବେଳେ ଏହି ଅଭିଯୁକ୍ତମାନେ ମନ୍ଦିରରୁ ଚୋରି କରିଥିବା ନେଇ ନିଜର ଦୋଷ ସ୍ୱୀକାର କରିଥିଲେ। ପୋଲିସ ସେମାନଙ୍କ ନିକଟରୁ ୧୩.୯୬ କିଲୋଗ୍ରାମ ଓଜନର ଭଗବାନ ଶିବଙ୍କ ଧାତୁ ମୂର୍ତ୍ତି, ୭.୨୬ କିଲୋଗ୍ରାମ ଓଜନର ମାତା ପାର୍ବତୀଙ୍କ ଧାତୁ ମୂର୍ତ୍ତି, ୫.୬୨ କିଲୋଗ୍ରାମ ଓଜନର ପିତ୍ତଳର ପଞ୍ଚମୁଖୀ ନାଗ ମୂର୍ତ୍ତି,ନଗଦ ୧,୨୫୦ ଟଙ୍କା ଏବଂ କିଛି ଭଙ୍ଗା ତମ୍ବା ଓ ପିତ୍ତଳ ସାମଗ୍ରୀ ଜବତ କରିଛି। ଏହା ସହିତ ଚୋରିରେ ବ୍ୟବହୃତ ହୋଇଥିବା ଗୋଟିଏ ହଳଦିଆ ରଙ୍ଗର ପିଆଜିଓ ଅଟୋ (ଓଡି ୧୮ ସି ୩୧୩୯) ଏବଂ ଗୋଟିଏ ବଜାଜ୍ ପଲସର୍ ବାଇକ୍ (ଏପି ୪୦ ସିକେ ୩୯୭୬) ମଧ୍ୟ ପୋଲିସ ଜବତ କରିଛି।ଏହି ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେବା ପାଇଁ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଖବରଦାତା ସମ୍ମିଳନୀରେ ରାୟଗଡ଼ା ଏସଡିପିଓ ଗୌରହରି ସାହୁ, ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

News Comment

You Might Also Like

BACK TO TOP