Breaking
News
Breaking
News
01-Sep-2026
ରାଜ୍ୟର ସାମ୍ବାଦିକ ମାନଙ୍କ ଦାବିକୁ ଶୁଣିଲେ ସରକାର
ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା |
ଓଡିଶା ଜନ ମତ ବ୍ୟୁରୋ,
ଶେଷରେ ରାଜ୍ୟର କର୍ମଜୀବୀ ସାମ୍ବାଦିକ ମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁଲେ ସରକାର | ସରକାରଙ୍କ ବଡ଼ ନିଷ୍ପତ୍ତି: ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା | ଏହି ଘଟଣା ପ୍ରଚାରିତ ପରେ ସାମ୍ବାଦିକ ମାନଙ୍କ ମନରେ ଖୁସିର ଲହରୀ ଦେଖାଦେଇଛି ||
ସାମ୍ବାଦିକମାନଙ୍କ ପାଇଁ ପ୍ରଚଳିତ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାକୁ ଆୟୁଷ୍ମାନ ଭାରତ ଯୋଜନାରେ ମିଶ୍ରଣ କରାଯିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।
ବର୍ତ୍ତମାନ ଯେଉଁ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି, ସେମାନେ ପୂର୍ବପରି ଏହି ସୁବିଧା ପାଇପାରିବେ। ଏଥିସହ ଯେଉଁ ସାମ୍ବାଦିକମାନେ ନୂଆକରି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ କରିପାରିବେ।
ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ବୀମା ସୁବିଧା ଜାରି ରଖିବା ନିଷ୍ପତ୍ତିକୁ ଓଡ଼ିଶା ର ସବୁ ସାମ୍ବାଦିକ ୟୁନିଅନ ସ୍ୱାଗତ କରିଛନ୍ତି | ଏଥିପାଇଁ ସମସ୍ତ ୟୁନିଅନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଯାଇଛି।
ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦୃଷ୍ଟିରୁ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହାକୁ ପୂର୍ବପରି ଜାରି ରଖିବା ନିଷ୍ପତ୍ତିକୁ ସାମ୍ବାଦିକ ସଂଗଠନଗୁଡ଼ିକ ସ୍ୱାଗତ କରିଛନ୍ତି |
BACK TO TOP