Breaking
News
Breaking
News
03-Oct-2026
ଜ୍ଞାନେଶ କୁମାର କୁ ଗିରଫ କରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଅକ୍ଟୋବର ୮ ଓଡ଼ିଶା ବନ୍ଦ ଡାକରା
ଓଡିଶା ଜନମତ ରାୟଗଡା -୨/୧୦,
କାମେଶ୍ୱର କରକରିଆ :----
ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ପଲିଟିଗୁଡା ହାଟ ପଦା ଠାରେ ଜ୍ଞାନେଶ କୁମାର କୁ ଗିରଫ କରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଅକ୍ଟୋବର ୮ ଓଡ଼ିଶା ବନ୍ଦ ଡାକରା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅକ୍ଟୋବର ୨ଗାନ୍ଧୀ ଜୟନ୍ତୀ ଦିବସ ରେ ଅକ୍ଟୋବର ୨ଠାରୁ ୮ପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ ତରଫରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରିବା ନେଇ ଆଲୋଚନା କରିବା ସହ କୋଲନରା ବ୍ଲକ କମିଟି ପକ୍ଷରୁ ପଞ୍ଜାବ ର ଜଳନ୍ଧର ଠାରେ ସର୍ବ ଭାରତୀୟ ସମ୍ମିଳନୀ ରେ ମୂର୍ତ୍ତୀ ମିନିଆକା କୁ ଅଖିଳ ଭାରତ କୃଷକ ମହାସଭା (AIKM) ର କେନ୍ଦ୍ର କମିଟି ସଭ୍ୟ ରୁପେ ନିଆଯାଇଛି ଏଥି ପାଇଁ ସିପିଆଇ (ଏମ୍ଏଲ) ଲିବରେସନ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ଅବିଳମ୍ବେ ବହିଷ୍କାର କରିବା ସହିତ ଭୋଟ ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ତୁରନ୍ତ ବନ୍ଦ କରିବା, ଭୁଲରେ ବାଦ୍ ପଡ଼ିଥିବା ଲୋକଙ୍କ ଭୋଟ ଦାନ ଅଧିକାର ପୁନଃ ସ୍ଥାପିତ କରିବା, ଭାରତୀୟ ନିର୍ବାଚନ ଆୟୋଗର ସ୍ଵାଧୀନ ଏବଂ ଗଣତାନ୍ତ୍ରିକ କାର୍ଯ୍ୟ ପ୍ରଣାଳୀକୁ ପୁନଃସ୍ଥାପିତ କରିବା, ନିର୍ବାଚନ କମିଶନରଙ୍କ ନିଯୁକ୍ତିର ବର୍ତ୍ତମାନ ବ୍ୟବସ୍ଥାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ପ୍ରସ୍ତାବିତ ଚୟନ କମିଟି ଯଥା: ପ୍ରଧାନମନ୍ତ୍ରୀ, ବିରୋଧୀ ନେତା ଓ ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ କମିଟି ନିର୍ଦ୍ଧାରଣରେ ନିଯୁକ୍ତି କରିବା ନେଇ ଓଡିଶା ବଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଲ ଏଥିରେ ସିପିଆଇ(ଏମ୍ଏଲ) ଲିବରେସନ ସମ୍ପାଦକ ତ୍ରିପତି ଗମାଙ୍ଗ ସମେତ ରାମଚନ୍ଦ୍ର ପ୍ରାସ୍କା, ମେଦିରି ଗରଡିଆ, ଆଚାନା ମଣ୍ଡାଗିଂ, ଅଷ୍ଟମ ଉଲକା, ତ୍ରିନାଥ ହିକକା, ଆଶ୍ରୀଗା ଅଟକା, ପ୍ରକାଶ ହିକକା, କୃଷ୍ନ ତାଡିଙ୍ଗି, ସୁଦୁଂରୁମଣି ମିଣିଆକା, ରାଜେନ୍ଦ୍ର ମିଣିଆକା ପ୍ରମୁଖ ଉପସ୍ଥିତ ରହିଥିଲେ।
BACK TO TOP