Breaking
News
Breaking
News
05-Oct-2026
ହୃଦ୍ରୋଗ ସଚେତନା ଓ ସ୍ଵାସ୍ଥ୍ୟ ଶିବିରଅନୁଷ୍ଠିତ |
ଓଡିଶା ଜନ ମତ, ବ୍ରହ୍ମପୁର,
କୈଳାଶ ଚନ୍ଦ୍ର ଚୌଧୁରୀ:----
ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ସୁସ୍ଥ ହୃଦୟ ପାଇଁ ସଚେତନା ତଥା ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ କ୍ରୋଧ,ଚିନ୍ତା, ଅଶାନ୍ତି, ଆମିଷ, ତେଲ, ବନସ୍ପତି ଘୃତ,ପନିର, ଅଜୀର୍ଣ୍ଣ କାରକ ଖାଦ୍ୟ,ପୋଡ଼ା ତେଲ ଛଣା ଖାଦ୍ୟ,ଛତୁ ହୃଦ୍ରୋଗ ପାଇଁ କାରଣ ଏହି ସବୁକୁ ଛାଡି ଯୋଗ, ଆସନ, ପ୍ରାଣାୟାମ କରନ୍ତୁ, ପେଟ ପରିଷ୍କାର ରଖନ୍ତୁ,ଜୀର୍ଣ୍ଣ ହେଲେ ଖାଆନ୍ତୁ, ଅର୍ଜୁନ ଛାଲି କ୍ୱାଥ ,ପଦ୍ମମଞ୍ଜି, ଅଁଳା ସେବନ କରନ୍ତୁ।ହୃଦୟ ସଦା ସୁସ୍ଥ ରହିବ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ଅନୁରୋଧ କରିଛନ୍ତିl
ଡ଼l. ନକୁଳ ସାହୁ, ଫୋନ 9861450612,
BACK TO TOP