Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |

08-Oct-2026

ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬ ଅନୁଷ୍ଠିତ::ଜିଲ୍ଲାରେ ମା "ଓ ଶିଶୁ ଯେପରି ପୋଷଣ ଅଭାବର ଶିକାର ନ ହୁଅନ୍ତି ତାହା ହିଁ ଏହି କାର୍ଯ୍ୟକ୍ରମ ର ଲକ୍ଷ --ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା 
ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ :----

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ୯ମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ  କୁସୁମ କୁମାରୀ ପ୍ରହରାଜ ସ୍ବାଗତ ଅଭିଭାଷଣ  ବକ୍ତବ୍ୟରେ ପୋଷଣ ମାସ ପାଳନର ପାଞ୍ଚଟି ମୁଖ୍ୟ ବିଷୟ ଉପରେ ଗୁରୁତ୍ବାରୋପ କରିଥିଲେ।ଯଥା- ମାତୃ ଓ ଶିଶୁ ପୋଷଣ, ମସ୍ତିଷ୍କ ବିକାଶ ପାଇଁ ପ୍ରାରମ୍ଭିକ ଉତ୍ତେଜନା (୦–୩ ବର୍ଷ), ପ୍ରାରମ୍ଭିକ ବୟସରେ ଖେଳାଧାରିତ ଶିକ୍ଷା (୩–୬ ବର୍ଷ),,ଶିଶୁମାନଙ୍କର ସ୍କ୍ରିନ୍ ସମୟ ହ୍ରାସ କରିବାରେ ଅଭିଭାବକ ଓ ସମୁଦାୟର ଭୂମିକା ଏବଂ ଶକ୍ତିଶାଳୀ ଅଙ୍ଗନବାଡ଼ି କେନ୍ଦ୍ର ଗଠନରେ ସମୁଦାୟର ସହଯୋଗ । ଏହି ଅବସରେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି  ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା କହିଥିଲେ ଯେ , ଜିଲ୍ଲାର କୌଣସି ମା` କିମ୍ବା ଶିଶୁ ଯେପରି ପୋଷଣ ଅଭାବର ଶିକାର ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା ହିଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ସେ ପୋଷଣ ମାସର ଗୁରୁତ୍ବ ଉପରେ ଆଲୋକପାତ କରିବା ସହ ସମସ୍ତ ବିଭାଗ, କର୍ମଚାରୀ ଓ ସମୁଦାୟର ସହଯୋଗରେ ଏହାକୁ ସଫଳ କରିବାକୁ ଆହ୍ଵାନ ଦେଇଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ପୋଷଣ ସମ୍ବନ୍ଧୀୟ ସଚେତନତା ସୃଷ୍ଟି ନିମନ୍ତେ ପଦଯାତ୍ରା ଆୟୋଜନ କରାଯାଇଥିଲା। ଏଥିସହ ପୁଷ୍ଟିକର ଖାଦ୍ୟ, ଆଦ୍ୟଶୈଶବ ଯନ୍ତ୍ର ଓ ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ଉପକରଣର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହା ସହିତ ରକ୍ତହୀନତା ପରୀକ୍ଷା ପାଇଁ ଏକ ସ୍ବାସ୍ଥ୍ୟ ଶିବିର ମଧ୍ୟ ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଚିତ୍ରାଙ୍କନ, ତର୍କ, ସାଧାରଣ ଜ୍ଞାନ ଓ ରଚନା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ପୁରସ୍କୃତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ର  ସମସ୍ତ ପ୍ରକଳ୍ପ ଅଧିକାରୀ, ସି.ଡି.ପି.ଓ., ଡି.ସି. ପୋଷଣ ଶ୍ରୀମତୀ ସୁଚିତ୍ରା ନାୟକ, ଡି.ପି.ଏ. ପୋଷଣ ଶ୍ରୀ ବି. ସନ୍ତୋଷଙ୍କ ସମେତ କଳ୍ପନା ପରିଡ଼ା, ଶୁଭସ୍ମିତା ବେହେରା, ଚନ୍ଦନ ହାଁସଦା, ସମିତା ମହାନ୍ତି, ଶଶୀ ଭୂଷଣ ନାୟକ, ଭାନୁମତୀ ମହାପାତ୍ର, ଶୁଭଲକ୍ଷ୍ମୀ ବଲବନ୍ତରାୟ, ଶିବ ସ୍ବୟଂ, ଏଆଜ ଖାଁ, ଗୋବିନ୍ଦ ପରିଡ଼ା, ଦୀପ୍ତି ରଞ୍ଜନ ମହାନ୍ତି, ସୁରଥ ଚନ୍ଦ୍ର ବିଶ୍ବାଳ, ରାକେଶ କୁମାର ହରିଚନ୍ଦନ, ସୁପରଭାଇଜରମାନେ, ବି.ସି. ପୋଷଣ, ଅଙ୍ଗନବାଡ଼ି କର୍ମୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧୂମାନେ ସକ୍ରିୟ ଭାବେ ଯୋଗଦେଇଥିଲେ।
ପରିଶେଷରେ ଜିଲ୍ଲା ସୁରକ୍ଷା ଅଧିକାରୀ (ଘରୋଇହିଂସା) ଶ୍ରୀମତୀ ଦେବକୀ ସାହୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ।

News Comment

You Might Also Like

BACK TO TOP