Breaking
News
Breaking
News
09-Oct-2026
ଅଙ୍ଗନୱାଡ଼ି କେନ୍ଦ୍ରର ଅବ୍ୟବସ୍ଥା ସାମ୍ନା କୁ ଆଣିଲେ ସଂଘବଦ୍ଧ ହୋଇ ଧମକ !
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ
ତଦନ୍ତ ଦାବି କଲା ପ୍ରେସ ଆଣ୍ଡ ମିଡ଼ିଆ ୱେଲଫର ଆସୋସିଏସନ
ଓଡିଶା ଜନମତ ରାୟଗଡ, ୦୯/୧୦,
କାମେଶ୍ୱର କରକରିଆ : ------
ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାମାନଙ୍କ ଶିକ୍ଷା ,ଖାଦ୍ୟ ବଣ୍ଟନ ଓ ଅନ୍ୟାନ୍ୟ ଅବ୍ୟବସ୍ଥା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଗଲେ ଏବେ ଖୋଲାମ ଖୁଲା ମିଳୁଛି ଧମକ ! ଏମିତି କି ଗୋଟେ କେନ୍ଦ୍ରର ସୁରକ୍ଷା ପାଇଁ ଅନ୍ୟ କେନ୍ଦ୍ର ର ଅଙ୍ଗନବାଡି ଦିଦି ମାନେ ନିଜ କେନ୍ଦ୍ର ଛାଡି ସଂଘବଧ ରେ ସାମିଲ ହୋଇ ଧମକ ଦେଉଥିବା ଭଳି ଗୁରୁତର ଘଟଣା ସାମ୍ନାକୁ ଆସୁଛି ! ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ପରବର୍ତ୍ତୀ ସମୟରେ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଉଚିତ ପଦକ୍ଷେପ ଗ୍ରହଣ ଦାବିରେ ରାୟଗଡ ଜିଲ୍ଲା ପ୍ରେସ ଏଣ୍ଡ ମିଡିଆ ୱେଲଫେର ଆସୋସିଏସନ ପକ୍ଷରୁ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ଉଦ୍ଦେଶ୍ୟରେ ସୁପରଭାଇଜର ଶ୍ରୀମତୀ ସୁବୁଦ୍ଧି ଶବରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୋଗ ଅନୁଯାୟୀ, ସମାଜ ଖବରକାଗଜର ଜିଲ୍ଲା ପ୍ରତିନିଧି ବିଜୟ କୁମାର ମହାରଣା ଗତ ୩ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ବୈରାଗୀ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ଗୁରୁରାଜଗୁଡା ଅଙ୍ଗନୱାଡ଼ି କେନ୍ଦ୍ରକୁ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେଠାରେ ପିଲାମାନଙ୍କ ଖାଦ୍ୟ ବଣ୍ଟନ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଅନୁସନ୍ଧାନ କରୁଥିବା ସମୟରେ ଅଙ୍ଗନୱାଡ଼ି କର୍ମୀ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ଯାହା ଖବର ଲେଖିବା କଥା ଲେଖ ବୋଲି କହିଥିବା ଅଭିଯୋଗ ହୋଇଛି। ଏହି ସମୟରେ ଦୁଇ ଜଣ ନାବାଳକ ଏକ ବ୍ୟାଗରେ ଛତୁଆ, ଅଣ୍ଡା, ବାଦାମ ଲଡୁ ଓ ମାଣ୍ଡିଆ ପ୍ୟାକେଟ ନେଇ କେନ୍ଦ୍ରରୁ ବାହାରକୁ ଯାଉଥିବା ସାମ୍ବାଦିକ ଦେଖିଥିବା ଦାବି କରିଛନ୍ତି। ଏ ସମ୍ପର୍କରେ ପଚାରିବାରୁ ଆମ ଇଚ୍ଛା, ଆମେ ଯାହା କରିବୁ ବୋଲି ଉତ୍ତର ଦିଆଯାଇଥିବା ଦାବିପତ୍ରରେ ଦର୍ଶାଯାଇଛି। ସେହିପରି ଗତ ୪ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟରେ ଶ୍ରୀ ମହାରଣା ଜେମାଦେଇପେଣ୍ଠସ୍ଥିତ ଏକ ଔଷଧ ଦୋକାନ ସମ୍ମୁଖରେ ଥିବାବେଳେ କିଛି ଅଙ୍ଗନୱାଡ଼ି କର୍ମୀ ଏକତ୍ରିତ ହୋଇ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ଦୋକାନରେ ତାଲା ପକାଇଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଙ୍ଗନୱାଡ଼ି କେନ୍ଦ୍ର ଓ ଶିଶୁମାନଙ୍କୁ ଛାଡ଼ି କର୍ମୀମାନେ କେଉଁ ପରିସ୍ଥିତିରେ ଜେମାଦେଇପେଣ୍ଠ ଆସିଥିଲେ, ତାହାର ମଧ୍ୟ ତଦନ୍ତ କରିବାକୁ ଆସୋସିଏସନ ଦାବି କରିଛି। ଏହି ଘଟଣାକୁ ନେଇ ଆସୋସିଏସନ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଆଗାମୀ ୭ ଦିନ ମଧ୍ୟରେ ଘଟଣାର ନିରପେକ୍ଷ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ର ମାଧ୍ୟମରେ ଅନୁରୋଧ କରାଯାଇଛି ଏବଂ ଅଙ୍ଗନବାଡି କର୍ମୀଙ୍କ ଏଭଳି ବ୍ୟବହାରକୁ ତୀବ୍ର ନିନ୍ଦା କରାଯାଇଛି | ଏଥିରେ ପ୍ରେସ୍ କ୍ଲବ ସଭାପତି ସଂଗ୍ରାମ ପଟନାୟକ , ପ୍ରେସ୍ ୟୁନିଅନ ସଭାପତି ଆଇ ସବେଶ୍ୱର ରାଓ , ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ , ପ୍ରେସ୍ କ୍ଲବ ସହ ସମ୍ପାଦକ ସୁଶାନ୍ତ ଦାସ ଏସ ୟୁଜେ ର ଶିବ ନାରାୟଣ ଗୌଡ଼ ,ଜିଲ୍ଲା ସଭାପତି ୟୁଯେଏ ସନ୍ତୋଷ ପାଣିଗ୍ରାହୀ ,ବି .ଶ୍ରୀନିବାସ ,ଶିବାଜୀ ଦାଶ ,ଦୁର୍ଗା ପାଢ଼ୀ ,ଧରଣୀ ପଟନାୟକ , ଦେବୀ ମହାନ୍ତି ,ପ୍ରଶାନ୍ତ ପାଲ, ବୁରୁଡ଼ି ଭେଙ୍କଟ ରାବଣ ,କେ କେ ପଟନାୟକ , ରତ୍ନାଲୁ ପ୍ରଭାକର ,ତୁଷାର ରଞ୍ଜନ ସାହୁ ,ମୁର୍ତ୍ୟୁଞ୍ଜୟ ନନ୍ଦ ,ସୁରେଶ ନାୟକ ,ରାଜେଶ ମହାନ୍ତି ,ବିଜୟ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ .
BACK TO TOP