Breaking
News
Breaking
News
13-Oct-2026
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ସକ୍ରିୟ l ବେଗୁନିଆପଡା 45 ନଂ ଜୋନରେ ବିଜେଡିର ଜନସମ୍ପର୍କ ବାଇକ ଶୋଭାଯାତ୍ରା l
ଓଡିଶା ଜନମତ, ବେଗୁନିଆପଡା :13/10/26 :
ଭଞ୍ଜ କିଶୋର ମହାରଣା l
କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ସକ୍ରିୟତା ଦେଖିବାକୁ ମିଳିଛି l ବିଜେଡି ସଂଗଠନକୁ ସୃଦୁଡ଼ କରିବା ଉଦେଶ୍ୟରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ 45 ନଂ ଜିଲ୍ଲା ପରିଷଦ ଜୋନରେ ଆଜି ବିଜେଡି ପକ୍ଷରୁ ବାଇକ ଯୋଗେ ଜନ ସମ୍ପର୍କ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି l ରାଜ୍ୟ ବିଜେଡି ମହିଳା ସମ୍ପାଦିକା ତଥା ବିଜୁ ଶ୍ରମିକ ସାମୁଖ୍ୟ ରାଜ୍ୟ ଉପସଭାପତି ଏବଂ ରାଜ୍ୟ ବିଜେଡି ମୁଖପାତ୍ର ତଥା ଆସିକା ସାଂସଦ ପାର୍ଥୀନୀ ଶ୍ରୀମତୀ ରଞ୍ଜିତା ସାହୁ ଏବଂ ବରିଷ୍ଠ ବିଜେଡି ନେତା ତଥା କୋଦଳା ଏନଏସି ପୂର୍ବତନ ନଗରପାଳ ହରପ୍ରସାଦ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଯୋଗଦେଇ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ବେଗୁନିଆପଡ଼ା ସ୍ଥିତ ସିଦ୍ଧେଶ୍ଵର ମନ୍ଦିର ପରିସରରୁ ବାହାରି ବେଗୁନିଆପଡ଼ା ବଜାର ଦେଇ ଖଣ୍ଡିଆନଈ ପଞ୍ଚାୟତ, କେ ବରିଡ଼ା ପଞ୍ଚାୟତ, ଏସ୍ ଛଚିନା ପଞ୍ଚାୟତ, ଚନ୍ଦନପୁର ପଞ୍ଚାୟତ, ଚିଙ୍ଗୁଡ଼ିଖୋଲ ଓ ମର୍ଦ୍ଦକୋଟ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରି ଲୋକଙ୍କୁ ସଚେତନ କରାଯାଇଛି। କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ନେତା ଓ କର୍ମୀମାନେ ସାମିଲ ହୋଇ ବିଜେପି ସରକାରର ବିଫଳତାକୁ ନେଇ ବର୍ଷିବା ସହ ନବୀନ ସରକାରଙ୍କ ପୂର୍ବ ଯୋଜନା ଗୁଡିକ ସଂପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ପଦଯାତ୍ରା ସମୟରେ ଡବଲ ଇଞ୍ଜିନ ସରକାରର ବିଫଳତାକୁ ପ୍ରତି ଘରେ ଘରେ ପହଞ୍ଚାଇ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟ ରହିଥିବା କହିଛନ୍ତି ବିଜେଡି ନେତ୍ରୀ ତଥା ରାଜ୍ୟ ବିଜେଡ଼ି ମୁଖପାତ୍ର ରଞ୍ଜିତା ସାହୁ। ସେହିପରି ଲୋକ ହେଉଛନ୍ତି ଆମର ବଳ, ଲୋକେ ଆମ ସହ ଅଛନ୍ତି, ନବୀନ ବାବୁଙ୍କ ନୀତି ଆଦର୍ଶ ସହ ଅଛନ୍ତି ବୋଲି କହିଛନ୍ତି ବରିଷ୍ଠ ନେତା ହରପ୍ରସାଦ ସାହୁ। ଏହି ଅବସରରେ ପ୍ରାୟ 500 ମୋଟର ସାଇକେଲ ଶୋଭାଯାତ୍ରାରେ ପରିକ୍ରମା କରିଥିବା ଦେଖିବାକୁ ମିଳିଛି l
BACK TO TOP