Breaking
News
Breaking
News
14-Oct-2026
ବାଲି ଓ ମୋରମ୍ ଚୋରା ଚାଲାଣ ବେଳେ ୭ ଟି ଗାଡ଼ି ଜବତ ଓ ଚାଳକ ଗିରଫ।
ଓଡିଶା ଜନ, ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ,:---
ହିଞ୍ଜିଳି ଥାନା ପୋଲିସ ର ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବ୍ରାହ୍ମଣଛାଇ ଗ୍ରାମରେ ଚଢ଼ାଉ କରାଯାଇ ୪ ଟି ବାଲି ବୋଝେଇ ଟ୍ରାକ୍ଟର ଜବତ ସହ ଚାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କିନ୍ତୁ ବାଲି ବ୍ୟବସାୟ ରେ ସମ୍ପୃକ୍ତ ବ୍ୟବସାୟୀ ମାନେ ଘଟଣାସ୍ଥଳରୁ ଚମ୍ପଟ୍ ମାରିଛନ୍ତି। ଏତଦବ୍ୟତୀତ ପୁରୁଷୋତ୍ତମ ପୁର ପୋଲିସ ମଧ୍ୟ ତାରାତାରିଣୀ ପାହାଡ଼ ନିକଟରେ ଥିବା ଏକ ପଥର ଖାଦାନରୁ ବିନା ଟ୍ରାନ୍ଜିଟ୍ ପାସ୍ ରେ ମୋରମ୍ ଚୋରା ଚାଲାଣ ସମୟରେ ଦୁଇଟି ହାଇୱେ। ଗାଡ଼ି ଓ ଗୋଟିଏ ଟ୍ରାକ୍ଟର ଜବତ କରି ଉକ୍ତ ଗାଡ଼ିର ଚାଳକ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
BACK TO TOP