Breaking
News
Breaking
News
15-Oct-2026
ତାରା ତାରିଣୀ ମହାବିଦ୍ୟାଳୟ ରେଶାନ୍ତି ଶୃଙ୍ଖଳା ରେ ସରିଲା ଛାତ୍ର ସଂସଦ ନିର୍ବାଚନ |
ଓଡିଶା ଜନ ମତ ବ୍ୟୁରୋ,
ତାରାତାରିଣୀ ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନର ଗୁରୁବାର ଦିନ ଅନୁଷ୍ଠିତ ହୋଇ ଫଳାଫଳ ବାହାରିଛି। ଏଥିନେଇ ତାରାତାରିଣୀ ମହାବିଦ୍ୟାଳୟ ତରଫରୁ ଜାରି କରାଯାଇଥିବା ସୂଚୀରେ ସଭାପତି ଭାବେ ଜୀତେନ୍ଦ୍ର କୁମାର ପଣ୍ଡାଙ୍କୁ ସର୍ବାଧିକ ୫୫୪ ଭୋଟ ମିଳି ବିଜୟ ଲାଭ କରିଥିବା ବେଳେ ଗୋପାଳ କୃଷ୍ଣ ବେହେରା ୨୬୦ ଭୋଟ ଏବଂ ଦୀପ୍ତିମାୟୀ ଦାଶଙ୍କୁ ୧୬୯ ଭୋଟ ମିଳିଛି। ସେହିପରି ଉପ ସଭାପତି ପଦବୀରେ ଶୁଭଙ୍କର ସାହୁଙ୍କୁ ୫୨୫ ଭୋଟ ମିଳି ବିଜୟ ହୋଇଥିବା ବେଳେ ହିମାଂଶୁ ବେହେରାଙ୍କୁ ୨୪୫ ଭୋଟ ଏବଂ ଭବାନୀ ବେହେରାଙ୍କୁ ୨୦୬ ଭୋଟ ମିଳିଛି। ସେହିପରି ସମ୍ପାଦକ ପାଇଁ କୁଳମଣି ବେହେରା ୫୧୭ ଭୋଟ, ଅନିଲ ଗୌଡ଼ଙ୍କୁ ୨୮୧ ଏବଂ ଆଦିତ୍ୟ ଦୋରାଙ୍କୁ ୧୭୮ ଭୋଟ ମିଳିଛି। କ୍ରୀଡା ସମ୍ପାଦକ ଭାବେ ଶୁଭମ କୁମାର ମୁନି ୫୫୧, ନାଟ୍ୟ ସମ୍ପାଦକ ଭାବେ ବର୍ଷାରାଣୀ ବେହେରା ୫୮୬ ଭୋଟ, ବାଳକ ବିଭାଗ କମନ ରୁମ ପ୍ରତିନିଧି ରେ ବି ମୃତୁଞ୍ଜୟ ପାତ୍ର ୧୧୦ ଭୋଟ ଏବଂ ବାଳିକା ବିଭାଗ କମନ ରୁମ ପ୍ରତିନିଧି ରେ ବର୍ଷାରାଣୀ ଗୌଡ଼ ୫୬୯ ଭୋଟ ପାଇଁ ବିଜୟ ଲାଭ କରିଛନ୍ତି। କଲେଜ ରେ ସମ୍ପୂର୍ଣ ୧୧୩୫ ଭୋଟର ଛାତ୍ର ଛାତ୍ରୀ ଥିବା ବେଳେ ମୋଟ ୯୮୬ ଜଣ ଛାତ୍ର ଛାତ୍ରୀ ଭୋଟରେ ଅଂଶ ଗ୍ରହଣ କରିଥିଲେ। ସେଠି ମଧ୍ୟରୁ ୨୧୩ ଛାତ୍ର ଏବଂ ୭୭୩ ଛାତ୍ରୀ ଥିଲେ।ଏହି କାର୍ଯ୍ୟକ୍ରମ ରେ କଲେଜ ଅଧକ୍ଷ ଅରବିନ୍ଦ ଦାଶଙ୍କ ନେତୃତ୍ୱ ରେ ଅନ୍ୟ ଷ୍ଟାଫ ଙ୍କ ସହଯୋଗ ଏବଂ ନିର୍ବାଚନ ଅଧିକାରୀ ଭାବେ ଅଧ୍ୟାପକ ଡ଼ଃ ପ୍ରବୀର କେଶରୀ ପ୍ରଧାନ ନିଜ ଦାୟିତ୍ୱ ସମ୍ପାଦନା କରଥିଲା ବେଳେ ଅଧ୍ୟାପକ ଡ଼ଃ ପ୍ରଦୀପ କୁମାର ସାହୁ ଓ ଅଧ୍ୟାପକ ଡ଼ଃ ରମେଶ ଚନ୍ଦ୍ର ସେନାପତି ନିର୍ବାଚନ ପରିଚାଳନା ରେ ସହଯୋଗ କରିଥିଲେ | ଏମାନଙ୍କ ସହ ମାଜିଷ୍ଟେଟ ଦାୟିତ୍ୱ ରେ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଏବଂ ଶାନ୍ତି ଶୃଙ୍ଖଳା ରାକ୍ଷପାଇଁ ପୁରୁଷୋତ୍ତମପୁର ଆଇ ଆଇସି କୂଳମଣି ସେଠୀ ଓ ଷ୍ଟାଫ ଉପସ୍ଥିତରହି ବହୁତ ବହୁତ ସହଯୋଗ କରିଥିଲେ ||କଲେଜର ସମସ୍ତ ଷ୍ଟାଫ ଓ କର୍ମଚାରୀ ମାନେ ମଧ୍ୟ ଏହି ନିର୍ବାଚନ ରେଉପସ୍ଥିତ ରହି ସବୁପ୍ରକାର ସାହାଯ୍ୟ ପ୍ରଦାନ କରିଥିଲେ |
BACK TO TOP