Breaking
News
Breaking
News
16-Oct-2026
ଖଲ୍ଲିକୋଟ : ସମଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି-୨୬ ଅନୁଷ୍ଠିତ
ନୃତ୍ୟଗୀତରେ ଝୁମିଲେ ଛାତ୍ରଛାତ୍ରୀ
ଓଡିଶା ଜନ ମତ ବ୍ୟୁରୋ,
ଖଲ୍ଲିକୋଟ ବ୍ଲକ କନକା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ସମଲ ପରିସରରେ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଆଶିଷକାନ୍ତ ପାଢୀଙ୍କ ସଭାପତିତ୍ୱରେ କ୍ଲଷ୍ଟର ସ୍ତରୀୟ ସୁରଭି-୨୦୨୬ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଉତ୍ସାହ ଉଦ୍ଦୀପନା ସହକାରେ ଅନୁଷ୍ଠିତ ହୋଇଯାଇଛି । କ୍ଲଷ୍ଟର ସିଆରସିସି ଯୁବ ସାହିତ୍ୟିକ ଡକ୍ଟର ଦ୍ବାରିକାନାଥ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେହେରା ମୁଖ୍ୟ ଅତିଥି, ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଡିମିରିଆର ପ୍ରଧାନ ଶିକ୍ଷକ ଅଭିରାମ ବେହେରା ମୁଖ୍ୟ ବକ୍ତା, ସାମ୍ବାଦିକ ନୀଳାଚଳ ସେନାପତି, ଏସ ଏମ ସି ସଭାପତି ମିଥୁନ ଜାଲି, ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ଦେବରାଜ ଗୌଡ଼ ନିରଂଜନ ଜାଲି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପଠନରତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଶିଶୁ ମହୋତ୍ସବ ସୁରଭି -୨୦୨୬ କାର୍ଯ୍ୟକ୍ରମର ସଫଳତା କାମନା ସହ ଶୁଭେଚ୍ଛା ଶୁଭ ଅଭିନନ୍ଦନ ଜଣାଇଥିଲେ । ବକ୍ତୃତା, ତର୍କ, ଅଭିନୟ, ସଙ୍ଗୀତ, ଚିତ୍ରକଳା, ପି ଏମ୍ ପୋଷଣ ଶିଳ୍ପ କଳା, ଦଳଗତ ନୃତ୍ୟ, ପ୍ରବନ୍ଧ, ସୃଜନଶୀଳ ଲିଖନ ଆଦି ପ୍ରତିଯୋଗିତା ଆୟୋଜନ ଫଳରେ ଛାତ୍ରଛାତ୍ରୀମାନେ କିପରି ଉପକୃତ ହେବା ସହିତ ସେମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ହୋଇଥାଏ, ସେ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀଙ୍କ ଦଳଗତ ନୃତ୍ୟ ଶହ ଶହ ଦର୍ଶକଙ୍କୁ ବିମୋହିତ କରିଥିଲା ।
ଏହି ସୁରଭି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ସିଲ୍ ସହିତ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବରିଷ୍ଠ ଶିକ୍ଷକ ତ୍ରିନାଥ ସ୍ୱାଇଁ । କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାବିତ୍, ବୁଦ୍ଧିଜୀବୀ, ଗ୍ରାମବାସୀ ସୁରଭି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ଡକ୍ଟର ଦ୍ବାରିକାନାଥ ମହାରଣା
ଖଲ୍ଲିକୋଟ, ଗଞ୍ଜାମ
BACK TO TOP