Breaking
News
Breaking
News
16-Oct-2026
ସର୍ପ ଦଂଶନ ରେ ଯୁବ ଚାଷୀଙ୍କ ବିୟୋଗ।
ଓଡିଶା ଜନ ମତ, ବ୍ରହ୍ମପୁର,
କୈଳାଶ ଚନ୍ଦ୍ର ଚୌଧୁରୀ :---
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବୁଗୁଡ଼ାପଲୀ ଗ୍ରାମର ବି ତ୍ରିଲୋଚନ ଚୌଧୁରୀ ନାମକ ଜଣେ ଯୁବ ଚାଷୀଙ୍କର ବିଷଧର ସାପ ? ଦଂଶନ ରେ ଅକାଳ ମୃତ୍ୟୁ ଘଟିଛି। ମୃତ ତ୍ରିଲୋଚନ ନିଜ ଜମିରେ ଚାଷ କାମ ତଦାରଖ କରୁଥିବା ବେଳେ ହଠାତ୍ ଏକ ବିଷଧର ସାପ କାମୁଡ଼ି ଦେଇଥିଲା। ଯାହା ଫଳରେ ଗୁରୁତର ଅବସ୍ଥାରେ ସେ ଚିତ୍କାର କରୁଥିଲା ବେଳେ ଅନ୍ୟ ଚାଷୀମାନଙ୍କର ସହଯୋଗ ରେ ତାଙ୍କୁ ହିଞ୍ଜିଳି ଉପକଣ୍ଠ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
BACK TO TOP