Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||

17-Oct-2026

ହିଞ୍ଜିଳି କଲେଜ ଗଣ୍ଡଗୋଳକୁ ନେଇ ଥାନା ଆଗରେ ବିଜେପିର ଧାରଣା

 ଓଡିଶା ଜନ ମତ, ହିଞ୍ଜିଳି, କୃଷ୍ଣ ଚନ୍ଦ୍ର ସାମନ୍ତରା :----

ବିଜେଡି ଛାତ୍ର ନେତାଙ୍କ ଗିରଫ ଦାବିରେ ରାତିସାରା ପ୍ରତିବାଦ; ଯୁବମୋର୍ଚ୍ଚା ନେତା ଗୁରୁତର ଆହତ, ଛାତ୍ର ନିର୍ବାଚନରେ ଦଳୀୟ ହସ୍ତକ୍ଷେପକୁ ନେଇ ଉଠିଲା ପ୍ରଶ୍ନ

ହିଞ୍ଜିଳିକାଟୁ, ୧୭/୧୦: ଛାତ୍ର ସଂସଦ ନିର୍ବାଚନ ଫଳାଫଳ ପ୍ରକାଶ ପରେ ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଦେଖାଦେଇଥିବା ଉତ୍ତେଜନା ଥମିବାର ନାଁ ଧରୁନି। ଶପଥଗ୍ରହଣ ଉତ୍ସବ ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ହିଞ୍ଜିଳି ଥାନା ସମ୍ମୁଖରେ ବିଜେପି ନେତା ଓ କର୍ମୀଙ୍କ ଧାରଣା ଜାରି ରହିଛି। ଅନ୍ୟପକ୍ଷରେ, ଛାତ୍ର ନିର୍ବାଚନରେ ଦଳୀୟ ନେତାଙ୍କ ଭୂମିକାକୁ ନେଇ ସାଧାରଣ ମହଲରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ଶୁକ୍ରବାର ମହାବିଦ୍ୟାଳୟର ଶପଥଗ୍ରହଣ ଉତ୍ସବ ଆରମ୍ଭ ପୂର୍ବରୁ ବିଜେପି ଓ ବିଜେଡି ସମର୍ଥକ ଅଣଛାତ୍ରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ପରେ ଏହା ସଂଘର୍ଷର ରୂପ ନେଇଥିଲା। ଏଥିରେ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ନାରାୟଣ ପାଢ଼ୀ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଡାକ୍ତରଖାନା ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ପରେ କଲେଜ ପରିସରରେ ଉତ୍ତେଜନା ବଢ଼ିଥିବାବେଳେ ପୁଲିସ ହସ୍ତକ୍ଷେପ କରି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ଏହି ଘଟଣାକୁ ନେଇ ହିଞ୍ଜିଳି ବିଜେପିର ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ରଙ୍କ ଅଧ୍ୟକ୍ଷତାରେ ବହୁ ବିଜେପି ନେତା ଓ କର୍ମୀ ହିଞ୍ଜିଳି ଥାନାରେ ଧାରଣା ଦେଇଥିଲେ। ପରିସ୍ଥିତି ଶାନ୍ତ କରିବା ପାଇଁ ଆରକ୍ଷୀ ଅଧୀକ୍ଷକ ହରିଶ ବି.ସି., ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନ, ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠୀ ଓ ବେଲଗାଁ ଥାନା ଅଧିକାରୀ ସ୍ମିତାଞ୍ଜଳି ପ୍ରଧାନ ଉଭୟ ପକ୍ଷର ନେତାଙ୍କ ସହ ଆଲୋଚନା କରିଥିଲେ। ଉଭୟ ଗୋଷ୍ଠୀର କିଛି ଯୁବକଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଘରକୁ ପଠାଯାଇଥିବା ଜଣାପଡ଼ିଛି।
ତେବେ ବିଜେଡି ଛାତ୍ର ନେତାଙ୍କୁ ଗିରଫ କରିବା ଦାବିରେ ବିଜେପି ନେତା ଓ କର୍ମୀଙ୍କ ପ୍ରତିବାଦ ଥମିନାହିଁ। ଶୁକ୍ରବାର ରାତିରୁ ଆରମ୍ଭ ହୋଇଥିବା ଧାରଣା ଶନିବାର ମଧ୍ୟ ଜାରି ରହିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରି ରଖିବାକୁ ଆନ୍ଦୋଳନକାରୀ ଅଡ଼ି ବସିଥିବା ଜଣାପଡ଼ିଛି।
ଛାତ୍ର ନିର୍ବାଚନରେ ଦଳୀୟ ନେତାଙ୍କ ଭୂମିକା କ’ଣ? ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ଛାତ୍ରଛାତ୍ରୀଙ୍କ ନେତୃତ୍ୱ ବିକାଶ ଓ ଗଣତାନ୍ତ୍ରିକ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। କିନ୍ତୁ ନିର୍ବାଚନ ଫଳାଫଳ ପରେ ଶପଥଗ୍ରହଣ ଉତ୍ସବକୁ କେନ୍ଦ୍ର କରି ସଂଘର୍ଷ ଓ ରାଜନୈତିକ ଟଣାଓଟରା ଦେଖାଦେବା ଘଟଣାକୁ ନେଇ ସାଧାରଣ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଛାତ୍ର ନିର୍ବାଚନରେ ଦଳୀୟ ନେତାଙ୍କ ଭୂମିକା କେତେଦୂର ଯୁକ୍ତିସଂଗତ ଏବଂ ଶିକ୍ଷାନୁଷ୍ଠାନରେ ରାଜନୈତିକ ପ୍ରଭାବ କେତେଦୂର ରହିବା ଉଚିତ, ତାହାକୁ ନେଇ ପ୍ରଶ୍ନ ଉଠୁଛି। ନିର୍ବାଚନ ପରବର୍ତ୍ତୀ ଏହି ଉତ୍ତେଜନା ମଧ୍ୟରେ କଲେଜ ପରିସରରେ ଶାନ୍ତି ଫେରାଇବା, ଘଟଣାର ନିରପେକ୍ଷ ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବା ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ହିଞ୍ଜିଳି ଥାନା ସମ୍ମୁଖରେ ଜାରି ରହିଥିବା ଧାରଣା ଓ ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି। ଆଗକୁ ପ୍ରସାଶନ କଣ୍ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବୃଦ୍ଧି ଜିଵୀ ଓ କଲେଜ ର ଛାତ୍ର ଛାତ୍ରୀ ମାନେ ଅପେକ୍ଷା କରିଛନ୍ତି। 

News Comment

You Might Also Like

BACK TO TOP