Breaking News

ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||     

ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |

18-Oct-2026

ପଦ୍ମପୁରରେ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପୋଲିସ ଓ ଓକିଲ ସଂଘର ଆଲୋଚନା : ବସ୍ ଚଳାଚଳ ନେଇ ବଡ଼ ନିଷ୍ପତ୍ତି |
ଓଡିଶା ଜନମତ ବରଗଡ଼ - ମନୋହର ଦାଶ

ପଦ୍ମପୁର ସହରରେ ବଢ଼ୁଥିବା ଟ୍ରାଫିକ୍ ସମସ୍ୟାକୁ ନେଇ ତତ୍ପର ହୋଇଛି ପୋଲିସ ପ୍ରଶାସନ । ଅଷ୍ଟମ ଶ୍ରେଣୀର ଛାତ୍ର କମଳ ତାରିଆଙ୍କ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଏହି ପରିପ୍ରେକ୍ଷୀରେ ପଦ୍ମପୁର ଓକିଲ ସଂଘର ସଦସ୍ୟମାନେ ସ୍ଥାନୀୟ ପୋଲିସ ପ୍ରଶାସନ ସହ ଏକ ଜରୁରୀ ବୈଠକ କରିଛନ୍ତି । ଆଲୋଚନା ପରେ ସହରରେ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ବସ୍ ରହଣିକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ, ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ବସ୍ ସ୍ଥାନୀୟ ବସଷ୍ଟାଣ୍ଡ ପରିବର୍ତ୍ତେ ଦୋରା ପେଟ୍ରୋଲ ପମ୍ପ ନିକଟସ୍ଥ ଅସ୍ଥାୟୀ ଷ୍ଟାଣ୍ଡରେ ରହିବ । ସେହିପରି ଲକ୍ଷ୍ମୀ ବସ୍‌ଗୁଡ଼ିକ ବ୍ଲକ ପରିସରରେ ନରହି ଆର୍‌ଏମ୍‌ସି ଗୋରୁ ବଜାର ପ୍ରାଙ୍ଗଣରେ ରହିବ । ଏଥିସହ କୌଣସି ବସ୍‌କୁ ଭେଉଁରିଆ ଛକରେ ରଖାଯିବ ନାହିଁ ବୋଲି ସହମତି ହୋଇଛି । ଅନ୍ୟପଟେ, ଚଳିତ ଦୁର୍ଗାପୂଜା ସମୟରେ ପୂର୍ବବର୍ଷ ତୁଳନାରେ ଜନସମାଗମ ବଢ଼ିଥିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ସ୍ୱତନ୍ତ୍ର ଯୋଜନା ଓ ଅଭିଯାନ ହାତକୁ ନେବାକୁ ଓକିଲ ସଂଘ ପକ୍ଷରୁ ପୋଲିସ ପ୍ରଶାସନକୁ ଅନୁରୋଧ କରାଯାଇଛି । ଏହି ଆଲୋଚନାରେ ଓକିଲ ସଂଘର ବରିଷ୍ଠ ସଦସ୍ୟ ଗୌନ୍ତିଆ କୁମାର ସାହୁ, ସମ୍ପାଦକ ହରିଶଙ୍କର ସିଂହଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ପୋଲିସ ପକ୍ଷରୁ ଏସ୍‌ଡିପିଓ ପାଣ୍ଡବ ଶବର ଓ ଆଇଆଇସି କେ. ସାମରିଆ ଯୋଗ ଦେଇଥିବା ବେଳେ ବେସରକାରୀ ବସ୍ ମାଲିକ ସଂଘ ଓ ଅନ୍ୟାନ୍ୟ ସଂଗଠନର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ । ସହରରେ ଟ୍ରାଫିକ୍ ଶୃଙ୍ଖଳା ଫେରାଇ ଆଣିବା ସହ ଦୁର୍ଘଟଣା ରୋକିବା ପାଇଁ ନିଆଯାଇଥିବା ଏହି ପଦକ୍ଷେପକୁ କେତେଦୂର କାର୍ଯ୍ୟକାରୀ କରାଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର ।

News Comment

You Might Also Like

BACK TO TOP