Breaking
News
Breaking
News
18-Oct-2026
ଖଲିକୋଟ ବ୍ଲକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ |
ଓଡିଶ ଜନମତ ମାଧବ ବେହେରା,
ଖଲ୍ଲିକୋଟ, 18/10:-----
ରିଖ ଅପରାହ୍ନ ସମୟରେ ଖଲିକୋଟ ବ୍ଲକ କଂଗ୍ରେସର କର୍ମକର୍ତ୍ତା ଓ ଆଞ୍ଚଳିକ ନେତୃମଣ୍ଡଳୀ ଙ୍କୁ ନେଇ ଏକ ସମୀକ୍ଷା ବୈଠକ ବ୍ଲକ ସଭାପତି ଆଇନଜିବୀ ଶ୍ରୀ ମେଘନାଦ ଦଳାଇ ଙ୍କ ସଭାପତିତ୍ବରେ ଖଲିକୋଟ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ପଶ୍ଚିମ ପାଇଁ ନବ ନିଯୁକ୍ତ ପ୍ରଭାରୀ ଗୋପାଳପୁର ପୂର୍ବତନ ବିଧାୟକ ଡ଼ଃ ତ୍ରିନାଥ ବେହେରା ଏହି ସମୀକ୍ଷା ବୈଠକରେ ଯୋଗ ଦେଇ ଥିଲେ । ଖଲିକୋଟ ଅଂଚଳର ବିଭିନ୍ନ ପଞ୍ଚାୟତରୁ ଆସିଥିବା ନେତା ଓ କର୍ମୀ ନିଜ ନିଜର ମତ ରଖିଥିଲେ। ଖଲିକୋଟ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ କିପରି ସଠିକ କ୍ରିୟାଶୀଳ ଓ ସୁଦୃଢ଼ କାରାଯିବ ସେ ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା। ପ୍ରଭାରୀ ଡ଼ଃ ତ୍ରିନାଥ ବେହେରା ଦଳୀୟ ଶୃଙ୍ଖଳା କୁ ଗୁରୁତ୍ୱ ଦେବା ସହ ସମସ୍ତ କର୍ମୀ ଙ୍କୁ କିପରି ପ୍ରାଧାନ୍ୟ ଦିଆଯାଇ ସାଧାରଣ ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦେଇ ଥିଲେ। ଏହି ବୈଠକରେ ଦଳୀୟ ବିଧାୟକ ପ୍ରାର୍ଥୀ ଶ୍ରୀ ଭୋକାଲି ସେଠୀ, ପୁର୍ବତନ ନଗରପାଳ ଶ୍ରୀ ବିଜୟ କୁମାର ସାହୁ, ପିସିସି ସଭ୍ୟ ଶ୍ରୀ ବିଶ୍ୱଜିତ ତରାଇ, କିଶୋର ପଲାଇ, ପୁର୍ବତନ ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ରଞ୍ଜନ ପାତ୍ର, ଭଗବାନ ପ୍ରଧାନ, ଟୁନା ନାୟକ, ନଟବର ପ୍ରଧାନ, ଶରତ ନାୟକ , ଭିକାରୀ ନାହାକ, ହର୍ସ ଦଳାଇ,ଦିଲ୍ଲୀପ ନାୟକ, ଦୀପକ କୋଚିଆରି,ବରିଷ୍ଟ ନାଗରିକ ବିଜୟ କୁମାର ପଟ୍ଟନାୟକ, ଅଜୟ ପଣ୍ଡା ସମେତ ବହୁ କଂଗ୍ରେସ କର୍ମୀଓ ନେତା ଉପସ୍ଥିତ ଥିଲେ ।( ଫୋଟୋ )
BACK TO TOP