Breaking News

U P S C ରେ 16ନଂ ରେଙ୍କରେ କମାଲ କଲେ ଦାରିଙ୍ଗିବାଡ଼ି ଝିଅ ମୋଲାଲିସା ସାହୁ |   (21-Oct-2026)       ||      ଜନ ଆନ୍ଦୋଳନ କାରି ଯୁବ ନେତାଙ୍କ ଗିରଫକୁ ତୀବ୍ର ନିନ୍ଦା |   (21-Oct-2026)       ||      ଖୋର୍ଦ୍ଧା ବଡି ଜୋନ ପକ୍ଷରୁ 22ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ |   (21-Oct-2026)       ||      ଖୋର୍ଦ୍ଧା ତୋଟା ପଡା ଶିଶୁଆ ହତ୍ୟା କାଣ୍ଡ ର 48ଘଣ୍ଟା ମଧ୍ୟରେ ଫର୍ଦ୍ଦା ଫାଶ କଲା ପୋଲିସ |   (21-Oct-2026)       ||      ଦୁଇ କିମି ରାସ୍ତାରେ 26,ଗୋଟି ହମ୍ପସ ଦୁର୍ଘଟଣା ବଢୁଛି, ପ୍ରତିକାର ଦାବି |   (21-Oct-2026)       ||      ଦଶହରା ରେ ଖମ୍ବ ସ୍ଥାପନ, ତିନି ମାସପରେ ମା ମଙ୍ଗଳା ଙ୍କ ଯାତ୍ରା |   (21-Oct-2026)       ||      ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||     

U P S C ରେ 16ନଂ ରେଙ୍କରେ କମାଲ କଲେ ଦାରିଙ୍ଗିବାଡ଼ି ଝିଅ ମୋଲାଲିସା ସାହୁ |

21-Oct-2026

ଦାରିଙ୍ଗବାଡ଼ି ମାଟିର ଝିଅ, UPSC ରେ 16 ତମ ରେଙ୍କରେ |

ଓଡିଶା ଜନ ମତ ବ୍ୟୁରୋ,

ସର୍ବଭାରତୀୟ ସ୍ତରରେ ୧୬ତମ ରାଙ୍କ୍ ହାସଲ କରି  ଇତିହାସ ସୃଷ୍ଟି କଲେ ଏବଂ 
UPSCରେ କମାଲ କଲେ ଦାରିଙ୍ଗବାଡ଼ି ମାଟିର ଝିଅ |  ସର୍ବଭାରତୀୟ ସ୍ତରରେ ୧୬ତମ ରାଙ୍କ୍ ହାସଲ କରି ସୃଷ୍ଟି କଲେ ଇତିହାସ | 
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, କୌଣସି ନାମୀଦାମୀ ଅଥବା ବ୍ୟୟବହୁଳ କୋଚିଂ ସେଣ୍ଟରର ସାହାରା ନ ନେଇ, କେବଳ ସେଲ୍ଫ ଷ୍ଟଡି ଓ ଡିଜିଟାଲ ପ୍ଲାଟଫର୍ମକୁ ସଠିକ୍ ଭାବେ ଉପଯୋଗ କରି ସେ ଏହି ଜାତୀୟ ସ୍ତରର ମାଇଲଖୁଣ୍ଟ ହାସଲ କରିଛନ୍ତି ।
ଲକ୍ଷ୍ୟ ଯଦି ସ୍ପଷ୍ଟ ଥାଏ ଏବଂ ମନରେ ଥାଏ ଅଦମ୍ୟ ଉତ୍ସାହ, ତେବେ କୌଣସି ପ୍ରତିକୂଳ ପରିସ୍ଥିତି ସଫଳତାର ରାସ୍ତାରେ ପ୍ରତିବନ୍ଧକ ସାଜିପାରେ ନାହିଁ । ଏହାକୁ ପୁଣିଥରେ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଅଞ୍ଚଳର ଜଣେ ପ୍ରତିଭାବାନ ଯୁବତୀ । ଦେଶର ସର୍ବୋଚ୍ଚ ପରୀକ୍ଷା ନିୟାମକ ସଂସ୍ଥା ୟୁନିଅନ ପବ୍ଲିକ ସର୍ଭିସ କମିଶନ (UPSC) ଦ୍ୱାରା ପରିଚାଳିତ ମିଳିତ ଭୂ-ବୈଜ୍ଞାନିକ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ମୋନାଲିସା ସାହୁ। ସେ ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନ ଅଧିକାର କରି ଜଳଭୂତତ୍ତ୍ୱବିତ୍ ଭାବେ ଚୟନ ହୋଇ ସମଗ୍ର ରାଜ୍ୟ ତଥା ଜିଲ୍ଲା ପାଇଁ ଗୌରବ ଆଣିଦେଇଛନ୍ତି।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, କୌଣସି ନାମୀଦାମୀ ଅଥବା ବ୍ୟୟବହୁଳ କୋଚିଂ ସେଣ୍ଟରର ସାହାରା ନ ନେଇ, କେବଳ ସେଲ୍ଫ ଷ୍ଟଡି ଓ ଡିଜିଟାଲ ପ୍ଲାଟଫର୍ମକୁ ସଠିକ୍ ଭାବେ ଉପଯୋଗ କରି ସେ ଏହି ଜାତୀୟ ସ୍ତରର ମାଇଲଖୁଣ୍ଟ ହାସଲ କରିଛନ୍ତି।

ସୂଚନାଯୋଗ୍ୟ, ମୋନାଲିସାଙ୍କ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଶ୍ରାନିକେତା ପଞ୍ଚାୟତ ଅଧୀନ ଦଣ୍ଡିମା ଗ୍ରାମରେ। ପିଲାଦିନରୁ ହିଁ ସେ ଅତ୍ୟନ୍ତ ମେଧାବୀ ଓ ଶାନ୍ତ ସ୍ୱଭାବର ଥିଲେ। ଗାଁ ମାଟିର ପ୍ରାଥମିକ ବିଦ୍ୟାଳୟରୁ ତାଙ୍କର ଶିକ୍ଷା ଆରମ୍ଭ ହୋଇଥିଲା। ପ୍ରାଥମିକ ଶିକ୍ଷା ସାରିବା ପରେ ସେ ଷଷ୍ଠ ଓ ସପ୍ତମ ଶ୍ରେଣୀ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ପଢ଼ିଥିଲେ। ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ସେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ଥିତ ପ୍ରସିଦ୍ଧ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରିଥିଲେ। ମାଟ୍ରିକ ପାସ୍ ପରେ ଉଚ୍ଚଶିକ୍ଷା ପାଇଁ ସେ ରାଜଧାନୀ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ନାମ ଲେଖାଇଥିଲେ।
ପରବର୍ତ୍ତୀ ସମୟରେ ବ୍ରହ୍ମପୁରର ପ୍ରତିଷ୍ଠିତ ଖଲ୍ଲିକୋଟ କଲେଜରୁ ଯୁକ୍ତ ତିନି (ସ୍ନାତକ) ଏବଂ ସେହିଠାରୁ ହିଁ ଭୂତତ୍ତ୍ୱ ବିଜ୍ଞାନରେ ସ୍ନାତକୋତ୍ତର (M.Sc) ଶେଷ କରିଥିଲେ। ନିଜର ଏକାଗ୍ରତା ଓ କଠିନ ପରିଶ୍ରମ ଯୋଗୁଁ ସେ ଏମ.ଏସସି. ପରୀକ୍ଷାରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇ ସ୍ୱର୍ଣ୍ଣ ପଦକ (Gold Medal) ହାସଲ କରିଥିଲେ, ଯାହା ତାଙ୍କ ଭବିଷ୍ୟତ ଲକ୍ଷ୍ୟକୁ ଆହୁରି ଦୃଢ଼ କରିଥିଲା । ବଡ଼ କଥା ହେଲା ବର୍ତ୍ତମାନ ସମୟରେ ଯେଉଁଠି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଛାତ୍ରଛାତ୍ରୀ କୋଚିଂ ନେଉଥିବା ବେଳେ, ସେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ନିଜ ଘରେ ରହି ପାଠପଢ଼ା ଜାରି ରଖିଥିଲେ। ଇଣ୍ଟରନେଟ୍ ଏବଂ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରୁ ପାଠ୍ୟକ୍ରମ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ, ପୁରୁଣା ପ୍ରଶ୍ନପତ୍ର ଓ ମାର୍ଗଦର୍ଶନ ସଂଗ୍ରହ କରି ଦିନରାତି ଏକ କରି ଅଧ୍ୟୟନ କରିଥିଲେ। ତାଙ୍କ କହିବା ଅନୁଯାୟୀ, "ନିୟମିତତା, ଧୈର୍ଯ୍ୟ ଏବଂ ଡିଜିଟାଲ ମାଧ୍ୟମର ସଠିକ୍ ବ୍ୟବହାର କଲେ କୌଣସି ପରୀକ୍ଷା ଅସମ୍ଭବ ନୁହେଁ।`
ମୋନାଲିସା ନିଜର ଏହି ବିଶାଳ ସଫଳତା ପାଇଁ ତାଙ୍କ ପିତା ବିଶ୍ୱନାଥ ସାହୁ ଏବଂ ମାତା ମମତା ସାହୁଙ୍କ ନିରନ୍ତର ସମର୍ଥନ ଓ ଆଶୀର୍ବାଦକୁ ପ୍ରମୁଖ ଶ୍ରେୟ ଦେଇଛନ୍ତି। ଏହାସହ ନିଜର ଶିକ୍ଷକ-ଶିକ୍ଷୟିତ୍ରୀ, ଭାଇ, ମାମୁ, ମାଇଁ ତଥା ସାଙ୍ଗସାଥୀଙ୍କ ଉତ୍ସାହ ତାଙ୍କୁ ଆଗକୁ ବଢ଼ିବା ପାଇଁ ସବୁବେଳେ ପ୍ରେରଣା ଯୋଗାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।
ୟୁପିଏସସି ରେଜଲ୍ଟ ପ୍ରକାଶ ପାଇବା ପରେ ଏବଂ ମୋନାଲିସା ୧୬ତମ ସ୍ଥାନ ପାଇଥିବା ଖବର ପରେ ତାଙ୍କ ନିଜ ଗାଁ ଦଣ୍ଡିମା ସମେତ ସମଗ୍ର ଦାରିଙ୍ଗବାଡ଼ି ବ୍ଲକରେ ଖୁସିର ଲହରି ଖେଳିଯାଇଛି। ସ୍ଥାନୀୟ ବୁଦ୍ଧିଜୀବୀ, ଜନପ୍ରତିନିଧି, ସାମାଜିକ କର୍ମୀ ତଥା ଅଞ୍ଚଳବାସୀ ମୋନାଲିସା ଓ ତାଙ୍କ ପରିବାରବର୍ଗଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ମୋନାଲିସାଙ୍କ ଏହି ଉପଲବ୍ଧି ଆଜିର ଯୁବପିଢ଼ି ଓ ବିଶେଷ କରି ଗ୍ରାମାଞ୍ଚଳର ଝିଅମାନଙ୍କ ପାଇଁ ଏକ ବଡ଼ ପ୍ରେରଣା ପାଲଟିଛି।

News Comment

You Might Also Like

BACK TO TOP