Breaking
News
Breaking
News
22-Oct-2026
ଆଗରୁ ବିଜୟଙ୍କ ପାର୍ଟି ଟିଭିକେର ସ୍ୱାଗତ, ରାଜନୀତି ରେ ପ୍ରବେଶ କରିବେ ଧନୁଷ |
ଓଡିଶା ଜନ ମତ ବ୍ୟୁରୋ,
ବିଜୟ ଙ୍କ ପରେ ଟିଭିକେରେ ପ୍ରବେଶ କରିବେ ଧନୁଷ | ସେଥି ପାଇଁ ଅଗ୍ରିମ ସ୍ୱାଗତ ଜଣାଇ ଛନ୍ତି ଟିଭିକେ ଦଳ |ଟିଭିକେ ପ୍ରବକ୍ତା ଏମ୍. ସତ୍ୟ କୁମାର କହିଛନ୍ତି, “ଆମେ ଖୁସି ଯେ, ଟିଭିକେ ଏକ ରାଜନୈତିକ ଷ୍ଟାର୍ଟଅପ୍ ଭାବେ ଲୋକଙ୍କ ପାଇଁ ପ୍ରେରଣା ପାଲଟୁଛି। ବିଜୟ ଏଥିପାଇଁ ୩୦ ବର୍ଷ ଧରି କାମ କରିଛନ୍ତି। ଏହା କୌଣସି ସହଜ କାମ ନୁହେଁ। ରାଜନୀତିରେ ନୂଆ ବିକଳ୍ପ ସାମ୍ନାକୁ ଆସିପାରେ, କିନ୍ତୁ ସେଗୁଡ଼ିକ କେତେଦିନ ତିଷ୍ଠି ରହିବ ଏବଂ ସେଗୁଡ଼ିକର ଶକ୍ତି କେତେ ରହିବ, ତାହା ଦେଖିବାକୁ ପଡ଼ିବ।”
ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେତ୍ରୀ କଝଗମ୍’ (ଟିଭିକେ) ଅଭିନେତା ଧନୁଷଙ୍କ ରାଜନୀତିରେ ପ୍ରବେଶ ନେଇ ଚାଲିଥିବା ଚର୍ଚ୍ଚାକୁ ସ୍ୱାଗତ କରିଛି। ଧନୁଷ ରାଜନୀତିରେ ପାଦ ଦେବା ନେଇ ଅଟକଳ ଜୋର୍ ଧରିଛି। ଏହି ପ୍ରସଙ୍ଗରେ ଟିଭିକେ କହିଛି ଯେ, ସିନେମା ଜଗତରୁ ମୁଖ୍ୟମନ୍ତ୍ରୀ ପଦ ପର୍ୟ୍ୟନ୍ତ ବିଜୟଙ୍କ ଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି। ଟିଭିକେର ପ୍ରବକ୍ତା ଏମ୍. ସତ୍ୟ କୁମାର ଧନୁଷଙ୍କୁ ନେଇ ଆହୁରି କିଛି କଥା କହିଛନ୍ତି।
ରାଜନୀତି ପାଇଁ ପୂରା ସମୟ ଦେବା ଜରୁରୀ: ସତ୍ୟ କୁମାର
ଟିଭିକେ ପ୍ରବକ୍ତା କହିଛନ୍ତିj ଯେ, ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ବିଜୟଙ୍କ କାର୍ୟ୍ୟପଦ୍ଧତି ଏକ ଆଦର୍ଶ ହୋଇପାରେ। ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ରାଜନୀତିରେ ସହଜରେ ପ୍ରବେଶ କରିହେବ, କିନ୍ତୁ ଏଠାରେ ତିଷ୍ଠି ରହିବା ପାଇଁ ପୂର୍ଣ୍ଣ ସମୟ ଦେବା ସହ ନିଷ୍ଠାର ସହ କାମ କରିବା ଅତ୍ୟନ୍ତ ଜରୁରୀ।
ଧନୁଷଙ୍କ ରାଜନୀତିରେ ପ୍ରବେଶକୁ ନେଇ କାହିଁକି ହେଉଛି ଚର୍ଚ୍ଚା?
ନିକଟରେ କୋଏମ୍ବାଟୁରରେ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଧନୁଷଙ୍କ ପ୍ରଶଂସକ ସଂଘ ନିଜ ନାମ ବଦଳାଇ ‘ଧନୁଷ ନରପାନି ଇୟକ୍କମ୍’ ବା ‘ଧନୁଷ କଲ୍ୟାଣ ଆନ୍ଦୋଳନ’ ରଖିଥିଲା। ଏହା ପରଠାରୁ ଧନୁଷଙ୍କ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ଆହୁରି ଜୋର୍ ଧରିଛି।
ଉଲ୍ଲେଖନୀୟ କଥା ହେଉଛି, ଏହି ବୈଠକରେ ୩,୦୦୦ରୁ ଅଧିକ ପଦାଧିକାରୀ ଯୋଗ ଦେଇଥିଲେ। ତେବେ ଧନୁଷ ରାଜନୀତିରେ ପ୍ରବେଶ କରିବେ କି ନାହିଁ, ସେନେଇ ଏପର୍ୟ୍ୟନ୍ତ କୌଣସି ଆଧିକାରିକ ବିବୃତ୍ତି ସାମ୍ନାକୁ ଆସିନାହିଁ | ତେବେ ଧନୁଷ ଙ୍କୁ ପୁଣି ଥରେ ଟିଭିକେ ପକ୍ଷରୁ ସ୍ୱାଗତ କରା ଯାଇଛି |ଟିଭିକେ
BACK TO TOP