Breaking News

ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||      ପୋଲିସ ଓ ବରିଷ୍ଟ ନାଗରିକ ଙ୍କ ସହଯୋଗ ରେ ଜନ ସାଧାରଣ ଙ୍କୁ ନେଇ ସାମନ୍ୱୟ ବୈଠକ ଅନୁଷ୍ଠିତ |    (23-Oct-2026)       ||      ବେଗୁନିଆପଡା 46 ନଂ ଜୋନ ରେ ବିଜେଡିର ବାଇକ ଶୋଭାଯାତ୍ରା |   (23-Oct-2026)       ||      ବିଜେପିର ଜନ ସମ୍ପର୍କ ପଦଯାତ୍ରା ବଡ଼ ଖଇର ଖମା ପଞ୍ଚାୟତ ରେ ଅନୁଷ୍ଠିତ |   (23-Oct-2026)       ||      କୃଷ୍ଣ ଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ ପାଇଲେ ସାହିତ୍ୟିକ ଧର୍ମା ନନ୍ଦ ମହାରଣା |    (23-Oct-2026)       ||      ଗାଡି ଆଲୁଅରେ ହେଉଛି ଶବ ସତ୍କାର, ବିକାଶର ବିଚିତ୍ର ଚିତ୍ର ||   (23-Oct-2026)       ||     

ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |

25-Oct-2026

ସଡ଼କ ଦୁର୍ଘଟଣାରେ ବାୟୁ ସେନା ଯବାନ ଚିଣ୍ଟୁଙ୍କ ମୃତ୍ୟୁ

ଏକମାତ୍ର ପୁଅକୁ ହରାଇ ଅସହାୟ ମା’ । ଗଣ୍ଡଳା ଗ୍ରାମରେ ଶୋକର ଛାୟା ।

ଓଡିଶା ଜନ ମତ, ନ୍ରହ୍ମପୁର, କୃଷ୍ଣ ଚନ୍ଦ୍ର ସାମନ୍ତରା :----

ଦେଶ ସେବାର ସ୍ୱପ୍ନ ନେଇ ଭାରତୀୟ ବାୟୁ ସେନାରେ ଯୋଗ ଦେଇ ଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ସଡ଼କ ଦୁର୍ଘଟଣାରେ ଚାଲିଗଲା ଜଣେ ଯୁବ ଯବାନଙ୍କ ଜୀବନ। ଆସାମରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଗଣ୍ଡଳା ଗ୍ରାମର ଚିଣ୍ଟୁ ସେଠୀଙ୍କ ମୃତ୍ୟୁରେ ସ୍ତବ୍ଧ ପୂରା ଗାଁ। ଏକମାତ୍ର ପୁଅକୁ ହରାଇ ଭାଙ୍ଗିପଡ଼ିଛନ୍ତି ମା’ ସଂଯୁକ୍ତା ସେଠୀ। ଗାଁକୁ ଫେରିଛି ପୁଅ ର ପାର୍ଥିବ ଶରୀର, ଆଉ ଚାରିଆଡ଼େ ଖେଳିଯାଇଛି ଶୋକର ପରିବେଶ।
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌  ଅନ୍ତର୍ଗତ ଗଣ୍ଡଳା ଗ୍ରାମରେ ଶୋକାକୁଳ ପରିବେଶ। ଗାଁର ବଡ଼ଧୋବାସାହିର ଚିଣ୍ଟୁ ସେଠୀଙ୍କ ଅକାଳ ବିୟୋଗରେ ମର୍ମାହତ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ।
ପ୍ରାୟ ଦୁଇ ବର୍ଷ ପୂର୍ବେ ଭାରତୀୟ ବାୟୁସେନାରେ ଯବାନ ଭାବେ ନିଯୁକ୍ତି ପାଇଥିଲେ ଚିଣ୍ଟୁ। ଆସାମର ଏକ ଏୟାର ବେସ୍‌ରେ କାର୍ଯ୍ୟରତ ଥିବା ସମୟରେ ସେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସା ଚାଲିଥିଲେ ମଧ୍ୟ ଗୁରୁବାର ସକାଳ ପ୍ରାୟ ସାତଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଚିଣ୍ଟୁଙ୍କ ମୃତ୍ୟୁ ଘଟିଥିଲା।
ଚିଣ୍ଟୁ ଥିଲେ ମା’ ସଂଯୁକ୍ତାଙ୍କ ଏକମାତ୍ର ପୁଅ ଏବଂ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ। ପୁଅ ର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା ମାଆଙ୍କ ପାଇଁ ଏହି ଦୁଃଖଦ ଖବର ଏକ ବଡ଼ ଆଘାତ ପାଲଅଟିଛି। ଯେଉଁ ପୁଅକୁ ନେଇ ତାଙ୍କ ଆଖିରେ ଅନେକ ସ୍ୱପ୍ନ ଥିଲା, ଆଜି ସେହି ପୁଅକୁ ହରାଇ ମାଆଙ୍କ କୋଳ ଶୂନ୍ୟ ହୋଇଯାଇଛି।
ଚିଣ୍ଟୁଙ୍କ ପାର୍ଥିବ ଶରୀର ଗଣ୍ଡଳା ଗ୍ରାମରେ ପହଞ୍ଚିବା ପରେ ଶେଷଦର୍ଶନ ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା। ଶୋକାକୁଳ ପରିବେଶରେ ତାଙ୍କୁ ଗାର୍ଡ ଅଫ୍ ଅନର୍‌ ପ୍ରଦାନ କରାଯାଇଥିଲା। ପରେ ଗ୍ରାମ ପରିକ୍ରମା କରାଯାଇ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କ ଭଉଣୀ ସ୍ମୃତି ସେଠୀ ମୁଖାଗ୍ନି ଦେବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।
ଏହି ସମୟରେ ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ, ହିଞ୍ଜିଳିକାଟୁର ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେଣିଆ, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ଦିବଂଗତ ଯବାନଙ୍କୁ ଶେଷ ସମ୍ମାନ ଜଣାଇଥିଲେ।
ଅଳ୍ପ ବୟସରେ ଜଣେ ଯୁବ ଯବାନଙ୍କ ଏଭଳି ଅକାଳ ବିୟୋଗ ଗଣ୍ଡଳା ଗ୍ରାମ ପାଇଁ ଏକ ଅପୂରଣୀୟ କ୍ଷତି। ଦେଶସେବାରେ ନିୟୋଜିତ ଥିବା ଚିଣ୍ଟୁଙ୍କ ବିୟୋଗରେ ପରିବାରଠାରୁ ଆରମ୍ଭ କରି ସମଗ୍ର ଗ୍ରାମ ମର୍ମାହତ। ଏକମାତ୍ର ପୁଅକୁ ହରାଇ ମା’ଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ଗାଁରେ ଏବେ ଶୋକର ବାତାବରଣ। 

News Comment

You Might Also Like

BACK TO TOP